ମାରୁତି ସୁଜୁକି କାରରେ ମିଳୁଛି ଦମଦାର ଡିସକାଉଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ଏହି ଅଫର
ଗାଡ଼ିମାନଙ୍କର ଷ୍ଟକ୍ ଶେଷ କରିବା ପାଇଁ ଡିଲରସିପ୍ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନାହାଁନ୍ତି । ଯଦି ଆପଣ ଏହି ମାସରେ ୨୦୨୩ ମଡେଲ୍ କାର୍ କିଣିବେ ତେବେ ଆପଣ ଏକ ବଡ଼ ଡିସକାଉଣ୍ଟର ଲାଭ ଉଠାଇ ପାରିବେ ।
![](https://knewsodisha.com/wp-content/uploads/2024/02/car-4.jpg)
ମାରୁତି ସୁଜୁକି ନିଜ କାରରେ ଲଗାତାର ଡିସକାଉଣ୍ଟ ଅଫର ଦେଉଛି । ଫେବୃଆରୀ ୨୦୨୪ରେ ଲୋକମାନେ ଏହାର ନୂଆ କାର କିଣିଲେ ବଡ଼ ଡିସକାଉଣ୍ଟ ପାଇବେ । ଏଭଳି କିଛି ନୂଆ ଅଫର ନେଇ ସାମ୍ନାକୁ ଆସିଛି ମାରୁତି ସୁଜୁକି, ଯାହା ଲୋକଙ୍କୁ ଖୁବ୍ ଆକର୍ଷିତ କରୁଛି । ତେବେ କାର ଡିଲରମାନଙ୍କ ପାଖରେ ଏବେ ବି ୨୦୨୩ ମଡେଲର କିଛି କାର ରହିଯାଇଛି, ଯାହା ବିକ୍ରି ହୋଇପାରି ନାହିଁ । ତେଣୁ ଡିଲରସିପ୍ ଙ୍କ ପାଖରେ ଗାଡ଼ିର ଷ୍ଟକ୍ ବଢ଼ିଯାଇଛି, ଯାହାକୁ କମ୍ କରିବା ପାଇଁ ଏଭଳି କିଛି ଅଫର ଦିଆଯାଉଛି । ଏଥିପାଇଁ ମାରୁତି ନେକ୍ସା ଡିଲରସିପ୍ Jimny, Grand Vitara ଏବଂ Fronx ପରି ଲୋକପ୍ରିୟ କାର ଉପରେ ଡିସକାଉଣ୍ଟ ଦେଉଛି । ଯଦି ଆପଣ ଏହି କାର କଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଉପରେ ଥରେ ନଜର ପକାନ୍ତୁ ।
ମାରୁତି ସୁଜୁକିର ପ୍ରିମିୟମ୍ କାର୍ ଡିଲରସିପ୍ ନେକ୍ସା, ଅନେକ କାର ଉପରେ ଦମଦାର ଅଫର ଦେଉଛି । ଗାଡ଼ିମାନଙ୍କର ଷ୍ଟକ୍ ଶେଷ କରିବା ପାଇଁ ଡିଲରସିପ୍ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନାହାଁନ୍ତି । ଯଦି ଆପଣ ଏହି ମାସରେ ୨୦୨୩ ମଡେଲ୍ କାର୍ କିଣିବେ ତେବେ ଆପଣ ଏକ ବଡ଼ ଡିସକାଉଣ୍ଟର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଏହି ଅଫର୍ସର ଡିଟେଲ୍ସ ଜାଣିବା ।
Maruti Fronx ଏବଂ Grand Vitara ଅଫର୍ସ
୨୦୨୩ ମଡେଲର ମାରୁତି ସୁଜୁକି ଫ୍ରଙ୍କସ୍ ଏବଂ ଗ୍ରାଣ୍ଡ ଭିଟାରା ଏସୟୁଭିରେ ଡିସକାଉଣ୍ଟ ମିଳୁଛି । ଫେବୃଆରୀ ମାସରେ ଯଦି ଆପଣ ଗ୍ରାଣ୍ଡ ଭିଟାରା କିଣୁଛନ୍ତି ତେବେ ଆପଣଙ୍କର ୭୯,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ । ଅନ୍ୟପଟେ ଫ୍ରଙ୍କସ୍ ରେ ୮୩,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ଏହା ବ୍ୟତୀତ କମ୍ପାନୀ ସମସ୍ତ ମଡେଲରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ଡିସକାଉଣ୍ଟ ପ୍ରଦାନ କରୁଛି । ଏଭଳି ଭାବେ ଆପଣ ମୋଟ୍ ୧.୩୦ ଲକ୍ଷ ଟଙ୍କାର ଡିସକାଉଣ୍ଟ ପାଇ ପାରିବେ ।
Maruti Ignis ଓ Ciaz ର ଅଫର :
୨୦୨୩ ମଡେଲ୍ ଇଗ୍ନିସ୍ ଏବଂ ସିଆଜ୍ ଉପରେ ମଧ୍ୟ ଜବରଦସ୍ତ ଡିସକାଉଣ୍ଟ ମିଳୁଛି । ଇଗ୍ନିସ୍ କିଣିଲେ ଆପଣ ୬୧,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇବେ । ସିଆଜ ଉପରେ ୪୮,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳୁଛି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦୁଇଟି କାର ଉପରେ ଅନେକ ସ୍ଥାନରେ ୧ ଲକ୍ଷରୁ ଅଧିକ ଡିସକାଉଣ୍ଟ ମିଳୁଛି ।
Jimny ଉପରେ ସଞ୍ଚୟ ହେବ ୧.୫୦ ଲକ୍ଷ
ମାରୁତି ସୁଜୁକି Jimnyରେ ସବୁଠାରୁ ଅଧିକ ଡିସକାଉଣ୍ଟ ମିଳୁଛି । ୧.୫୦ ଲକ୍ଷ ଟଙ୍କା ଡିସକାଉଣ୍ଟ ବ୍ୟତୀତ ଥଣ୍ଡର ଏଡିିସନ୍ ଦ୍ୱାରା Jimnyର ମୂଲ୍ୟ କମ୍ କରାଯାଇଛି । ଥଣ୍ଡର ଏଡିସନ୍ର ବିକ୍ରି ବନ୍ଦ ହୋଇଯାଇଛି କିନ୍ତୁ ଡିଲରମାନେ Jimny ଉପରେ ୫୦,୦୦୦ ଟଙ୍କାରୁ ବି ଅଧିକ ଟଙ୍କାର ଡିସକାଉଣ୍ଟ ଦେଉଛନ୍ତି ।