Below header

ନବୀନ ନିବାସରେ ଗହଳି, ଟିକେଟ ଆଶାୟୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ଭିଡ଼

ନବୀନ ନିବାସରେ ଗହଳି। ଟିକେଟ ଆଶାୟୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ଭିଡ଼। ନବୀନ ଓଡ଼ିଶା ଓ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଭୁବନେଶ୍ୱର : ନବୀନ ନିବାସରେ ଗହଳି। ଟିକେଟ ଆଶାୟୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ଭିଡ଼। ନବୀନ ଓଡ଼ିଶା ଓ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କିଛିଦିନ ଭିତରେ ରାଜ୍ୟ ସରକାର ବିଭିନ୍ନ କର୍ମଚାରୀ ଓ ବିଭିନ୍ନ ସଂଗଠନ ପାଇଁ ଅନେକ ଘୋଷଣା କରିଛନ୍ତି। ଏଥିପାଇଁ ବିଭିନ୍ନ ସଂଗଠନର ପ୍ରତିନିଧି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଶେଷକରି ମେହେର,ଅଗରିଆ,କୁଲତା ସମାଜ,ସନ୍ଥକବି ଭୀମଭୋଇ ଟ୍ରଷ୍ଟ,ୟୁନିଟ-4 ମସଜିଦର ପ୍ରତିନିଧି ଆଜି ଭେଟିଛନ୍ତି। ସମୁଦାୟ ୧୪ଟି ସଙ୍ଗଠନର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ନିଜ ନିଜ ସଙ୍ଗଠନ ବିଷୟରେ ଆଲୋଚନା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଅନେକ ନେତା,ବିଧାୟକ,ସାଂସଦ ଓ ମନ୍ତ୍ରୀଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.