ବ୍ୟବସାୟ ଓ ଅର୍ଥନୀତି

୩୧ ଡିସେମ୍ବର ମଧ୍ୟରେ ଯଦି କରି ପାରିନାହାଁନ୍ତି ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ, ଏବେ ବି ଆପଣଙ୍କ ହାତରେ ଅଛି ମୌକା, ଜାଣନ୍ତୁ କିପରି

୩୧ ଡିସେମ୍ବର ମଧ୍ୟରେ ଯଦି କରି ପାରିନାହାଁନ୍ତି ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ  । ଏବେ ବି ଆପଣଙ୍କ ହାତରେ ଅଛି ମୌକା । ଜାଣନ୍ତୁ ଆପଣ କିପରି କରିପାରିବେ ବିଳମ୍ବିତ ଆଇଟି ଆର୍‌ ଦାଖଲ ।

ଆଇଟି ରିଟର୍ଣ୍ଣ ଭରିବାର ଡେଡ ଲାଇନ :

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଇଟି ରିଟର୍ଣ୍ଣ କରିବାର ଶେଷ ତାରିଖ ୩୧ ଡିସେମ୍ବର ଥିଲା । ଯଦି ଆପଣ ନିର୍ଦ୍ଧାରିତ ତାରିଖ ଭିତରେ ରିଟର୍ଣ୍ଣ ଫାଇଲ କରି ପାରିନାହାଁନ୍ତି ତେବେ ଭୟ କରିବାର ନାହିଁ । ଏବେ ବି ଆପଣଙ୍କ ପାଖରେ ମଉକା ରହିଛି । ଏବେ ଆପଣ ବିଳମ୍ବିତ ଆଇଟି ଆର୍‌ ଦାଖଲ କରିପାରିବେ ।

ନର୍ଦ୍ଧାରିତ ତାରିଖ ପରେ କରି ପାରିବେ ବିଳମ୍ବିତ ଆଇଟି ରିଟର୍ଣ୍ଣ :

ଯଦି ଆପଣ ନିର୍ଦ୍ଧାରିତ ତାରିଖ ପରେ ରିଟର୍ଣ୍ଣ ଦାଖଲ କରୁଛନ୍ତି ତେବେ ଏହାକୁ ‘ବିଳମ୍ବିତ ରିଟର୍ଣ୍ଣ’ କୁହାଯାଇଥାଏ । ଏଥିପାଇଁ ଆପଣଙ୍କୁ ପେନାଲଟି ଫି ଦେବାକୁ ପଡ଼ିବ । ନିୟମ ଅନୁସାରେ ଆୟକର ଅଧିନିୟମ ଅନୁଯାୟୀ ଧାରା ୨୩୪ ଏଫ ବିଳମ୍ବ ଶୁଳ୍କ ଦେୟ ବା ଜରିମାନା ରାଶି ୫ ହଜାର ଟଙ୍କା ଦେବାକୁ ପଡ଼ିପାରେ ।

୨.୫୦ ଲକ୍ଷ ଟଙ୍କା ଆୟ ଉପରେ ଦେବାକୁ ପଡ଼ିବ ନାହିଁ ବିଳମ୍ବିତ ଶୁଳ୍କ :

ରିପୋର୍ଟ ଅନୁଯାୟୀ ଯାହାର ମୋଟ ଆୟ ୫ ଲକ୍ଷରୁ ଅଧିକ ନୁହେଁ ତେବେ ସେମାନେ କେବଳ ୧ ହଜାର ଟଙ୍କା ଜରିମାନା ଦେବେ । ତେବେ ଯେଉଁମାନଙ୍କର ଆୟ ୨.୫୦ ଲକ୍ଷ ମଧ୍ୟରେ ସେମାନଙ୍କୁ କୌଣସି ଜରିମାନା ଦେୟ ଦେବାକୁ ପଡ଼ିବ ନାହିଁ । ଯଦି କେହି ରିଟର୍ଣ୍ଣ ଦାଖଳ କରିବା ବେଳେ କିଛି ଭୁଲ ରହିଛି ସେ ଚାହିଁଲେ ସଂଶୋଧିତ ରିଟର୍ଣ୍ଣ ଦାଖଲ କରି ପାରିବେ ।

Niharanjan

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

8 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

14 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

44 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

51 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago