୩୧ ଡିସେମ୍ବର ମଧ୍ୟରେ ଯଦି କରି ପାରିନାହାଁନ୍ତି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ, ଏବେ ବି ଆପଣଙ୍କ ହାତରେ ଅଛି ମୌକା, ଜାଣନ୍ତୁ କିପରି

୩୧ ଡିସେମ୍ବର ମଧ୍ୟରେ ଯଦି କରି ପାରିନାହାଁନ୍ତି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ । ଏବେ ବି ଆପଣଙ୍କ ହାତରେ ଅଛି ମୌକା । ଜାଣନ୍ତୁ ଆପଣ କିପରି କରିପାରିବେ ବିଳମ୍ବିତ ଆଇଟି ଆର୍ ଦାଖଲ ।
ଆଇଟି ରିଟର୍ଣ୍ଣ ଭରିବାର ଡେଡ ଲାଇନ :
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଇଟି ରିଟର୍ଣ୍ଣ କରିବାର ଶେଷ ତାରିଖ ୩୧ ଡିସେମ୍ବର ଥିଲା । ଯଦି ଆପଣ ନିର୍ଦ୍ଧାରିତ ତାରିଖ ଭିତରେ ରିଟର୍ଣ୍ଣ ଫାଇଲ କରି ପାରିନାହାଁନ୍ତି ତେବେ ଭୟ କରିବାର ନାହିଁ । ଏବେ ବି ଆପଣଙ୍କ ପାଖରେ ମଉକା ରହିଛି । ଏବେ ଆପଣ ବିଳମ୍ବିତ ଆଇଟି ଆର୍ ଦାଖଲ କରିପାରିବେ ।
ନର୍ଦ୍ଧାରିତ ତାରିଖ ପରେ କରି ପାରିବେ ବିଳମ୍ବିତ ଆଇଟି ରିଟର୍ଣ୍ଣ :
ଯଦି ଆପଣ ନିର୍ଦ୍ଧାରିତ ତାରିଖ ପରେ ରିଟର୍ଣ୍ଣ ଦାଖଲ କରୁଛନ୍ତି ତେବେ ଏହାକୁ ‘ବିଳମ୍ବିତ ରିଟର୍ଣ୍ଣ’ କୁହାଯାଇଥାଏ । ଏଥିପାଇଁ ଆପଣଙ୍କୁ ପେନାଲଟି ଫି ଦେବାକୁ ପଡ଼ିବ । ନିୟମ ଅନୁସାରେ ଆୟକର ଅଧିନିୟମ ଅନୁଯାୟୀ ଧାରା ୨୩୪ ଏଫ ବିଳମ୍ବ ଶୁଳ୍କ ଦେୟ ବା ଜରିମାନା ରାଶି ୫ ହଜାର ଟଙ୍କା ଦେବାକୁ ପଡ଼ିପାରେ ।
୨.୫୦ ଲକ୍ଷ ଟଙ୍କା ଆୟ ଉପରେ ଦେବାକୁ ପଡ଼ିବ ନାହିଁ ବିଳମ୍ବିତ ଶୁଳ୍କ :
ରିପୋର୍ଟ ଅନୁଯାୟୀ ଯାହାର ମୋଟ ଆୟ ୫ ଲକ୍ଷରୁ ଅଧିକ ନୁହେଁ ତେବେ ସେମାନେ କେବଳ ୧ ହଜାର ଟଙ୍କା ଜରିମାନା ଦେବେ । ତେବେ ଯେଉଁମାନଙ୍କର ଆୟ ୨.୫୦ ଲକ୍ଷ ମଧ୍ୟରେ ସେମାନଙ୍କୁ କୌଣସି ଜରିମାନା ଦେୟ ଦେବାକୁ ପଡ଼ିବ ନାହିଁ । ଯଦି କେହି ରିଟର୍ଣ୍ଣ ଦାଖଳ କରିବା ବେଳେ କିଛି ଭୁଲ ରହିଛି ସେ ଚାହିଁଲେ ସଂଶୋଧିତ ରିଟର୍ଣ୍ଣ ଦାଖଲ କରି ପାରିବେ ।