ଲୁଚାଛପା ନିର୍ବନ୍ଧ କରିଥିଲେ ଏଆର ରେହମାନଙ୍କ ଝିଅ ଖାତିଜା, ଏବେ ଖୁବଶୀଘ୍ର କରିବେ ବିବାହ ତାରିଖ ଘୋଷଣା

୨୦୨୧ରେ ବଲିଉଡରେ ଅନେକ ବଡ ବଡ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ଏମାନଙ୍କ ଭିତରେ ଅନେକ ବିବାହ ସମସ୍ତଙ୍କୁ ଚକିତ କରିଦେଇଛି। ବିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହ ପାଇଁ ଯେତିକି ସସପେନ୍ସ ସହିତ ପ୍ରାଇଭେସୀର ମଧ୍ୟ ଧ୍ୟାନ ରଖାଯାଇଥିଲା। ଏହା ମଧ୍ୟରେ ଆଉ ଏକ ଖୁସି ଖବର ଦେବାକୁ ଯାଉଛନ୍ତି ଲୋକପ୍ରିୟ ସଂଗୀତକାର ତଥା ଗାୟକ ଏଆର ରେହମାନ। ରେହମାନଙ୍କ ଗେହ୍ଲି ଝିଅ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କ ଝିଅ ଖାତିଜା ରେହମାନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ।
ଏ ତେବେ ନିକଟରେ ଖତିଜା ରେହମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯାହା ତାଙ୍କର ନିର୍ବନ୍ଧର ଅଟେ । ଏହି ନିର୍ବନ୍ଧରେ ପରିବାର ଏବଂ କିଛି ବନ୍ଧୁଙ୍କୁ ଉପସ୍ଥିତିରେ ରିୟାସଦ୍ଦିନ ଶେଖ ମହମ୍ମଦଙ୍କ ସହ ଖାତିଜାଙ୍କ ନିର୍ବନ୍ଧ ସରିଛି । ଏନେଇ ରବିବାର ନିଜେ ଘୋଷଣା କରିଛନ୍ତି ଖାତିଜା ।
View this post on Instagram
ସେୟାର ହୋଇଥିବା ଖାତିଜା ରହମାନ ଲେଖିଛନ୍ତି – ଆଲ୍ଲାଙ୍କ ହିଁ ଦୟାରୁ, ମୁଁ ଆପଣଙ୍କୁ ଜଣାଇ ଖୁସି ଯେ ମୁଁ ରିୟାସଦିନ୍ ଶେଖ ମହମ୍ମଦଙ୍କ ସହ ନିର୍ବନ୍ଧ କରିଛି ଯିଏ ଜଣେ ଆଗ୍ରହୀ ଉଦ୍ୟୋଗୀ ତଥା ଅଡିଓ ଇଞ୍ଜିନିୟର । ଖାତିଜା ହେଉଛନ୍ତି ପ୍ରସିଦ୍ଧ ସଂଗୀତକାର ଏଆର୍ ରେହମାନଙ୍କ ବଡ ଝିଅ । ଏ.ଆର ରେହମାନ ମଧ୍ୟ ଏକ ପୋଷ୍ଟ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ କରୋନା ମହାମାରୀ କାରଣରୁ ଡିସେମ୍ବର ୨୯ ରେ ଏହି ନିର୍ବନ୍ଧ ସଂପୂର୍ଣ୍ଣ ଗୁପ୍ତ ଭାବରେ ହୋଇଥିଲା, କେବଳ ପରିବାର ଲୋକ ଏବଂ କିଛି ନିକଟ ବନ୍ଧୁଙ୍କୁ ନେଇ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।
ଏ ଆର ରେହମାନଙ୍କ ତିନି ସନ୍ତାନ ଅଛନ୍ତି । ଖାତିଜା, ରହିମା ଏବଂ ଏଆର ରମିନ । ଖାତିଜା ଅନେକ ତାମିଲ ଗୀତରେ ନିଜର କଣ୍ଠଦାନ କରିଛନ୍ତି । ତେବେ ଖୁବଶୀଘ୍ର ଖାତିଜା ଏବଂ ରିୟାସଦ୍ଦୀନଙ୍କ ବିବାହ ନେଇ ତାରିଖ ଘୋଷଣା କରିବେ ।