ବ୍ୟବସାୟ ଓ ଅର୍ଥନୀତି

ଯଦି ତୋଫାନରେ ଆପଣଙ୍କ ଗାଡ଼ି ନଷ୍ଟ ହୋଇଯାଇଛି ତେବେ ଏମିତି କରନ୍ତୁ ବୀମା କ୍ଲେମ୍‌, ନଚେତ୍‌ ଠକି ଯାଇ ପାରନ୍ତି

ନୂଆଦିଲ୍ଲୀ : ଭାରତରେ ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇଟି ତୋଫାନକୁ ଲୋକେ ସାମ୍ନା କରିଛନ୍ତି । ଏଥିରେ ବହୁତ ଗୁଡ଼ିଏ ଯାନ ବାହନ ମଧ୍ୟ ନଷ୍ଟ ହୋଇଛି । ତେବେ ଉପଯୁକ୍ତ ସୂଚନା ଅଭାବରୁ ଲୋକେ ନଷ୍ଟ ହୋଇଥିବା ଯାନବାହନର ବୀମା କ୍ଲେମ୍‌ କରିପାରୁନାହାଁନ୍ତି । ଯଦି ବା କେହି କ୍ଲେମ୍‌ କରୁଛନ୍ତି, ସେମାନେ ଉପଯୁକ୍ତ ସୂଚନା ଅଭାବରୁ ବୀମା ରାଶି ଠିକ୍‌ ଭାବରେ ପାଇ ପାରୁ ନାହାଁନ୍ତି ।

ଆସନ୍ତୁ ଜାଣିବା କ’ଣ ସବୁ ରହିଛି ନିୟମ ଠିକ୍‌ ଭାବରେ ବୀମା କ୍ଲେମ୍‌ କରିବାରେ । ବୀମା କମ୍ପାନୀ ନିୟମ ଅନୁଯାୟୀ ବାତ୍ୟା, ବନ୍ୟା, ତୋଫାନ, ଭୂମିକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଯଦି ଆପଣଙ୍କ ଗାଡ଼ି ଆଂଶିକ କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୁଏ ତେବେ ଆପଣ ବୀମା କ୍ଲେମ୍‌ ପାଇବା ପାଇଁ ହକଦାର । ପ୍ରଥମରେ ଯଦି ଆପଣଙ୍କ ଗାଡି କୈାଣସି ବି ପ୍ରାକୃତିକ ବିପର୍ଯ୍ୟୟ ବେଳେ ନଷ୍ଟ ହୁଏ ।

ତେବେ ଆପଣ ୪୮ ଘଣ୍ଟା ମଧ୍ୟରେ ବୀମା କମ୍ପାନୀକୁ କ୍ଷତି ବିଷୟରେ ଟୋଲ୍‌ ଫ୍ରି ନମ୍ବରରେ ଜଣାଇବେ । ଏଥି ସହ ବୀମା ସମ୍ପର୍କିତ ଓ ଗାଡ଼ିର ସମସ୍ତ କାଗଜପତ୍ର ବୀମା କମ୍ପାନୀକୁ ପଠାଇବେ । ଏଥି ସହ କ୍ଷତିଗ୍ରସ୍ତ ହୋଇଥିବା ଗାଡ଼ିର ଫଟୋ ମଧ୍ୟ ବୀମା କମ୍ପାନୀକୁ ପଠାଇବେ । ସମସ୍ତ ବୀମା କମ୍ପାନୀ ଭାରତରେ ଥିବା ବିଭିନ୍ନ ଗ୍ୟାରେଜ ସହ ସହବନ୍ଧିତ ଥିବାରୁ ଗ୍ୟାରେଜର କେହି ବ୍ୟକ୍ତି ଆସି ଆପଣଙ୍କ ଗାଡି ନେଇଯିବେ ।

ଯଦି ଆପଣଙ୍କ କ୍ଷତିର ପରିମାଣ ୫୦ ହଜାର ଟଙ୍କା ଭିତରେ ତେବେ କୈାଣସି କମ୍ପାନୀ ବ୍ୟକ୍ତିଙ୍କ ସର୍ବେକ୍ଷଣର ଆବଶ୍ୟକତା ନାହିଁ । ଯଦି କ୍ଷତିର ପରିମାଣ ୫୦ ହଜାର ଟଙ୍କାରୁ ଅଧିକ ତେବେ କମ୍ପାନୀ ବ୍ୟକ୍ତି ଏହାର ସର୍ବେକ୍ଷଣ କରିପାରନ୍ତି । ବେଳେ ବେଳେ ବୀମା କ୍ଲେମ୍‌ ଭୁଲ୍‌ ଢ଼ଙ୍ଗରେ କରାଯାଇଥିବାରୁ ବୀମାକାରୀର ସବୁ କାଗଜପତ୍ର ଠିକ୍‌ ଥିଲେ ମଧ୍ୟ ଉପଯୁକ୍ତ ବୀମା ରାଶି ପାଇ ପାରି ନଥାନ୍ତି ।

ତେଣୁ ବୀମା କ୍ଲେମ୍‌ ପାଇବାକୁ ଉପରୋକ୍ତ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ । ଆପଣ ଯଦି ବୀମା ୪୮ ଘଣ୍ଟା ମଧ୍ୟରେ ନକରି ଡେରିରେ କ୍ଲେମ୍‌ କରନ୍ତି କିମ୍ବା କାଗଜପତ୍ର ଠିକ୍‌ ଭାବରେ ନ ଯୋଗାଇଥାନ୍ତି କିମ୍ବା ଗାଡ଼ିର ନିରୀକ୍ଷଣ ପୂର୍ବରୁ ଗାଡ଼ିକୁ ମରାମତ କରନ୍ତି । ଆପଣ ବୀମା କ୍ଲେମ୍‌ରୁ ବଞ୍ଚିତ ହୋଇ ପାରନ୍ତି ।

Niharanjan

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

34 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

42 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

57 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago