ବ୍ୟବସାୟ ଓ ଅର୍ଥନୀତି

ମାର୍ଚ୍ଚ ୧ରୁ ବଦଳୁଛି ଗ୍ୟାସ୍‌ ସିଲିଣ୍ଡର, ୨୦୦୦ ଟଙ୍କିଆ, ଜିଏସ୍‌ଟି ସମେତ ଏହି ୫ଟି ନିୟମ; ନିଶ୍ଚୟ ଜାଣନ୍ତୁ

୧ ମାର୍ଚ୍ଚ ଅର୍ଥାତ୍‌ ଆସନ୍ତାକାଲିଠାରୁ ଭାରତରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନର ପ୍ରଭାବ ସିଧାସଳଖ ଆପଣଙ୍କ ଜୀବନ ଉପରେ ପଡ଼ିବ। ଏହି ନିୟମ ଯୋଗୁ ଗୋଟେ ପଟେ ଆପଣଙ୍କୁ କିଛି ଲାଭ ହେଉଥିବା ବେଳେ ଆଉ କିଛି ନିୟମ ଯୋଗୁ କ୍ଷତି ହୋଇପାରେ। ତେବେ ଆସନ୍ତୁ ଜାଣିବା କାଲିଠାରୁ କେଉଁ କେଉଁ ନିୟମରେ ପରିବର୍ତ୍ତନ ଘଟିବ…

  • ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ବ୍ୟାଙ୍କ ଏକ ନୂଆ ନିଷ୍ପତ୍ତି ନେଇଛି। ୧ ମାର୍ଚ୍ଚ ୨୦୨୦ ଠାରୁ ଏଟିଏମ୍‌ରୁ ଆଉ ୨୦୦୦ ଟଙ୍କିଆ ନୋଟ୍‌ ବାହାରିବ ନାହିଁ। ଏଣୁ ଏଟିଏମ୍‌ରେ ୨୦୦ ଟଙ୍କିଆ ନୋଟ୍‌ର ପରିମାଣକୁ ବଢ଼ାଇ ଦିଆଯିବ।

  • କାଲି ଠାରୁ ରୋଷେଇ ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଘଟିବ। ଅନ୍ତର୍ଜାତୀୟ ବେଞ୍ଚ୍‌ମାର୍କ ଓ ବିଦେଶୀ ବିନିୟମ ଦରରେ ପରିବର୍ତ୍ତନ ଭଳି କାରକ ଏହାର ମୂଲ୍ୟ ନିର୍ଦ୍ଧାରିତ କରିବ।

  • ମାର୍ଚ୍ଚ ୧ ଭିତରେ ଏସ୍‌ବିଆଇ ଆକାଉଣ୍ଟଧାରୀ KYC ନ କଲେ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇପାରେ। ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଏ ନେଇ ସମସ୍ତ ଖାତାଧାରୀଙ୍କୁ କେଓ୍ଵାଇସି କରିବାକୁ ସୂଚନା ଦେଇଛି ଏସ୍‌ବିଆଇ।

  • ଆରବିଆଇ ଏଟିଏମ୍‌ କାର୍ଡ ସମ୍ବନ୍ଧୀୟ ଅର୍ଥାତ୍‌ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ପାଇଁ କେତେକ ନୂଆ ନିୟମ ଜାରି କରିଛନ୍ତି। ଏଥିସହ ଭାରତରେ କାର୍ଡ ଜାରି କରିବା ସମୟରେ ଏଟିଏମ୍‌ ଓ ପଏଣ୍ଟ ଅଫ୍‌ ସେଲ୍‌ ଉପରେ କେବଳ ଡେମୋଷ୍ଟିକ୍‌ କାର୍ଯ୍ୟ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ।

  • ଲଟେରୀ ଉପରେ ୧ ମାର୍ଚ୍ଚରୁ ୨୮ ପ୍ରତିଶତ ଜିଏସ୍‌ଟି ଲାଗିବ। ରାଜସ୍ୱ ବିଭାଗର ନୂଆ ନିୟମ ମୁତାବକ ଲଟେରୀ ଉପରେ କେନ୍ଦ୍ରୀୟ କରର ଦର ୧୪ ପ୍ରତିଶତ ହୋଇଯାଇଛି ଓ ରାଜ୍ୟ ସରକାର ମଧ୍ୟ ସମାନ ଦରରେ ଟ୍ୟାକ୍ସ ଆଦାୟ କରିବେ।
WCW 11

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

2 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

11 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

13 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

20 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

46 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

55 mins ago