ବ୍ୟବସାୟ ଓ ଅର୍ଥନୀତି

ପ୍ରତିବର୍ଷ ଦରମାରୁ ଅଧିକ Income Tax କଟୁଛି କି ? ଆଜି ହିଁ ଜମା କରନ୍ତୁ ଏ ସମସ୍ତ ଦସ୍ତାବିଜ୍‌

ରୋଜଗାର ଯେତିକି ବଢ଼ିଚାଲେ, ତାହା ଇନକମ୍‌ ଟ୍ୟାକ୍ସ ଅଧୀନକୁ ଆସିଯାଏ। ଥରେ ଯେତେବେଳେ ଆୟ ଟିକସଯୋଗ୍ୟ ହୋଇଯାଏ, ତ ଏହା ଉପରେ ଟ୍ୟାକ୍ସ ମଧ୍ୟ ଦେବାକୁ ପଡ଼ିଥାଏ। ସରକାରଙ୍କ ଜରିଆରେ ଆୟ ଉପରେ କର ଆଦାୟ କରାଯାଇଥାଏ। ଆୟ ଉପରେ କର ଆଦାୟ କରିବା ପାଇଁ ଇନକମ୍‌ ଟ୍ୟାକ୍ସ ସ୍ଲାବ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ଅନୁସାରେ ସରକାର କର ଆଦାୟ କରି ଥାଆନ୍ତି।

ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍‌ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ ପରବର୍ତ୍ତୀ କ୍ୟାଲେଣ୍ଡର ବର୍ଷର ୩୧ ମାର୍ଚ୍ଚରେ ଶେଷ ହୋଇଥାଏ।

ବର୍ଷ ଶେଷରେ ସବୁ ଚାକିରିଆଙ୍କ ଗୋଟିଏ ସମସ୍ୟା ଥାଏ, ତାହା ହେଉଛି ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ। ଇନ୍‌ଟ୍ୟାକ୍ସ ନ ଦେଲେ ଅଧିକ ଜରିମାନା ଦେବା ଭୟ ଥିବା ବେଳେ ଦେଲେ ଦରମାରୁ ବଡ଼ ଅଂଶ କଟିଯାଏ। ଟ୍ୟାକ୍ସ ରିଟର୍ଣ୍ଣ କରିବାର ସଠିକ୍‌ ପ୍ରକ୍ରିୟା ଜାଣିନଥିବାରୁ ଅଧିକାଂଶ ଲୋକଙ୍କ ଦରମାର ଅଧା କେବଳ ଟ୍ୟାକ୍ସ ଦେବାରେ ଯାଏ। କିନ୍ତୁ କେତେକ ସାଧାରଣ କାଗଜପତ୍ର ମାଧ୍ୟମରେ ଆପଣ ଚାହିଁଲେ କମ୍‌ ଇନ୍‌କମ୍‌ ଟ୍ୟାକ୍ସ ଦେଇପାରିବେ।

ଯଦି ଆପଣ ଚାକିରି କରୁଛନ୍ତି ଓ ବର୍ଷକର ଦରମାର ଟ୍ୟାକ୍ସ ଆବଶ୍ୟକତା ଠାରୁ ଅଧିକ କଟୁଛି ତେବେ ଜାଣି ରଖନ୍ତୁ ଯେ କମ୍ପାନୀ ଜାନୁୟାରୀ ମାସରୁ ହିଁ ଦରମାରୁ ଅଧିକ ଟିଡିଏସ୍‌ କାଟିଥାଏ। ଏଭଳି ସ୍ଥିତିରେ ବିଭିନ୍ନ କମ୍ପାନୀରେ ଡିସେମ୍ବର-ଜାନୁୟାରୀରୁ ହିଁ ଏଚ୍‌ଆର ଓ ଆକାଉଣ୍ଟ ସେକ୍ସନ୍‌ ଆପଣଙ୍କ ଖର୍ଚ୍ଚର ତାଲିକା ପ୍ରସ୍ତୁତ କରିବାକୁ କହିଥାନ୍ତି। ଏଭଳି କରିବା ଦ୍ୱାରା ଯେଉଁ ଯେଉଁ ଖର୍ଚ୍ଚର ଆପଣ ହିସାବ ଦେଖାଇଥାନ୍ତି ଟ୍ୟାକ୍ସରେ ତାହାକୁ ସମାନ କରାଯାଏ।

ଇନ୍‌କମ୍‌ ଟ୍ୟାକ୍ସ ଆକ୍ଟ ଅନୁସାରେ ଆପଣଙ୍କୁ ପ୍ରତିବର୍ଷ ଗୋଟିଏ ସୀମା ପର୍ଯ୍ୟନ୍ତ ଅର୍ଥ ଲଗାଣ ଉପରେ ଟ୍ୟାକ୍ସରୁ ମୁକ୍ତି ମିଳିଥାଏ। ସାଧାରଣ ଭାବେ ଅର୍ଥ ନିବେଶ ପାଇଁ ULIPs, ଜୀବନବୀମା, ସ୍ୱାସ୍ଥ୍ୟ ବୀମା, ELSS mutual funds, PPF ଜମା, ଗୃହ ଋଣ, ଏଜୁକେସନ୍‌ ଲୋନ୍‌, ଟ୍ୟୁସନ୍‌ ଫିସ୍‌, ଏଲ୍‌ଟିଏ ଓ ଏଚ୍‌ଆରଏ ସମ୍ବନ୍ଧୀୟ ଖର୍ଚ୍ଚର ତାଲିକା ପ୍ରସ୍ତୁତ କରିବାକୁ ପଡ଼ିଥାଏ।

ଆୟକର ଅଧିନିୟମର ଧାରା ୮୦(ସି) ଅନୁସାରେ, ଟ୍ୟାକ୍ସରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁୁ ଏସବୁ ଫଣ୍ଡରେ ନିବେଶ କରିଥିବା ନେଇ ପ୍ରମାଣ ପ୍ରସ୍ତୁତ କରିବାକୁ ପଡ଼ିପାରେ:

-ପବ୍ଲିକ ପ୍ରୋବିଡେଣ୍ଟ ଫଣ୍ଡ(PPF)ରେ ନିବେଶର ପ୍ରମାଣ
-ଗୃହ ଋଣର ମୂଳ ରାଶି ଉପରେ ରି ପେମେଣ୍ଟର ରସିଦ
-National Saving Certificate (NSC) ରେ ନିବେଶ ସହ ସମ୍ବନ୍ଧୀୟ ପ୍ରମାଣ
-ଦୁଇ ଜଣ ପିଲାଙ୍କ ଟ୍ୟୁସନ୍‌ ଫିସ୍‌
-୫ ବର୍ଷରୁ ଊର୍ଦ୍ଧ୍ୱ ସମୟର FD ର ପ୍ରମାଣ
-NPS ଏବଂ ସୁକନ୍ୟା ସମୃଦ୍ଧି ଯୋଜନାରେ ଅଂଶ ଦାନ କରିଥିବା ପ୍ରମାଣ
-ନିଜ କିମ୍ବା ନିଜ ଆଶ୍ରିତଙ୍କ ପାଇଁ କରିଥିବା ULIPର ପ୍ରିମିୟମ୍‌ରେ ଅର୍ଥ ଦେଉଥିବା ପ୍ରମାଣ
-ମ୍ୟୁଚୁଆଲ ଫଣ୍ଡ ଇଏଲ୍‌ଏସ୍‌ଏସ୍‌ରେ ନିବେଶ କରିବା ପ୍ରମାଣ

ତେବେ ଯଦି ଆପଣ ଏବେ ଯାଏଁ ପୂର୍ବ ଘୋଷଣା ମୁତାବକ ନିବେଶ କରିନାହାନ୍ତି ଓ ଅଧିକ ଇନ୍‌କମ୍‌ ଟ୍ୟାକ୍ସ କଟୁ ବୋଲି ଚାହୁଁନାହାନ୍ତି ତେବେ ତୁରନ୍ତ ନିବେଶ କରିଥିବା ଏ ସମସ୍ତ ଦସ୍ତାବିଜର ତାଲିକା ପ୍ରସ୍ତୁତ କରନ୍ତୁ, ନଚେତ୍‌ ଦରମାରୁ ଅଧିକ ଟଙ୍କା କଟିଯାଇପାରେ। ଏସବୁ ଦସ୍ତାବିଜ୍‌ ଜମା କରି ଆୟକର ରିଟର୍ଣ୍ଣ ଦେବା ପରେ ରିଫଣ୍ଡ ମିଳିବ। ଏଥିପାଇଁ କିଛି ମାସ ଲାଗିପାରେ।

D Sonali

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago