ବ୍ୟବସାୟ ଓ ଅର୍ଥନୀତି

ଜୁନ ୩୦କୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣର ଶେଷ ତାରିଖ, ପ୍ରେସମିଟରେ ସୂଚନା ଦେଲେ ଅର୍ଥମନ୍ତ୍ରୀ

କରୋନା ଭାଇରସ ସହ ମୁକାବିଲା ନେଇ ଦେଶ ବ୍ୟାପୀ ସତର୍କତା ମାନ ଜାରି କରାଯାଉଛି। ଏନେଇ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ଲକ ଡାଉନ ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ସମସ୍ତ ବାଣିଜ୍ୟ କାରବାର ଏକ ପ୍ରକାର ଠପ ହେଇଯାଇଛି। ଏହି କାରଣରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରେସ ମିଟ ଜରିଆରେ କେତେକ ଜରୁରୀ ଘୋଷଣା କରିଛନ୍ତି। ନିକଟରେ ସରକାର ସଫା ସଫା କହିଦେଇଥିଲେ ଯେ କରୋନା ଭାଇରସ ସହ ହେଉଥିବା ଲଢେଇରେ ଖର୍ଚ୍ଚ ହୋଇଥିବା ଫଣ୍ଡକୁ ସିଏସଆର ଆକ୍ଟିଭିଟି ଅନ୍ତର୍ଗତ ଧରାଯିବ। ଏହାସହିତ ଅର୍ଥ ମନ୍ତ୍ରୀଙ୍କ ନେତୃତ୍ୱରେ କୋଭିଡ ୧୯ ଟାସ୍କ ଫୋର୍ସର ଗଠନ ମଧ୍ୟ କରାଯାଇଛି। ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତି ସୁବ୍ରମନ୍ୟମ କହିଥିଲେ ଯେ କରୋନା ଭାଇରସ କାରଣରୁ ବଜାରରେ ଦେଖାଯାଉଥିବା ଡର ସହିତ ମୁକାବିଲା କରିବା ପାଇଁ ସରକାର ଏବଂ ରିଜର୍ଭ ବ୍ୟାଙ୍କ ସମସ୍ତ ବାଧ୍ୟତାମୂଳକ ପଦକ୍ଷେପ ଉଠାଇବେ।

ଜାଣନ୍ତୁ ପ୍ରେସମିଟରେ ନିର୍ମଳ ସୀତାରମଣ କହିଥିବା କିଛି ଖାସ କଥା

  • ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଜମା କରିବାର ଶେଷ ତାରିଖ ହେଉଛି ୩୦ ଜୁନ ୨୦୨୦। ଏହାର ସୁଧ ଦରକୁ ୧୨ ପ୍ରତିଶତରୁ କମ କରାଯାଇ ୯ ପ୍ରତିଶତ କରାଯାଇଛି।
  • ଆଧାର କାର୍ଡକୁ ପାନ ସହିତ ସଂଯୋଗ କରିବାର ଶେଷ ତାରିଖ ୩୦ ଜୁନ ୨୦୨୦।
  • ଏହା ସହ ଟିଡ଼ିଏସ ବିଳମ୍ବିତ ଜମା ସୁଧହାରକୁ ୧୮ ପ୍ରତିଶତରୁ କମାଯାଇ ୯ ପ୍ରତିଶତ କରାଯାଇଛି |
Pritiparna

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

23 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

26 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

30 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

43 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

59 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago