ବ୍ୟବସାୟ ଓ ଅର୍ଥନୀତି

ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଭାରତୀୟ ଡାକରେ ଖାଲିପଡିଛି ୯୮,୦୮୩ ପଦବୀ

ଭାରତୀୟ ଡାକ ବା ଇଣ୍ଡିଆ ପୋଷ୍ଟ ପକ୍ଷରୁ ପୋଷ୍ଟମ୍ୟାନ, ମେଲ୍‌ ଗାର୍ଡ ଏବଂ ଅନ୍ୟ ପଦବୀ ଖାଲିପଡିଛି। ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଇଣ୍ଡିଆ ପୋଷ୍ଟର ଅଫିସିଆଲ  ୱେବସାଇଟ୍‌ indiapost.gov.inକୁ ଯାଇ ଭର୍ତ୍ତି ପାଇଁ ନୋଟିଫିକେସନ ଡାଉନଲୋଡ କରିପାରିବେ। ଏଠାରେ ୯୮,୦୮୩ ପଦବୀ ଖାଲିପଡିଛି। ଦେଶର ୨୩ଟି ସର୍କଲରେ ଏହି ପଦବୀରେ ଭର୍ତ୍ତି କରାଯିବ।

ଏହାଛଡା ଷ୍ଟେନୋଗ୍ରାଫର ସମ୍ବନ୍ଧୀୟ ପଦବୀ ପାଇଁ ସର୍କଲ ଅନୁଯାୟୀ ସ୍ୱୀକୃତି ଦିଆଯିବ। ଆନ୍ଧ୍ରପ୍ରଦେଶରେ ୧୧୬୬ ଏଟିଏସ୍‌ ପଦବୀ, ୧୦୮ ମେଲ୍‌ ଗାର୍ଡ, ୨୨୮୯ ପୋଷ୍ଟମ୍ୟାନ ପଦବୀକୁ ମଞ୍ଜୁରୀ ଦିଆଯାଇଛି। ସେହିପରି ତେଲେଙ୍ଗାନା ସର୍କଲରେ ୧୫୫୩ ପୋଷ୍ଟମ୍ୟାନ, ୮୨ ମେଲ ଗାର୍ଡ ଏବଂ ୮୭୮ ଏମଟିଏସ୍‌ ପଦବୀ ପାଇଁ ମଞ୍ଜୁରୀ ମିଳିବ।

ପଦବୀ ବିବରଣୀ : ୯୮,୦୮୩

ପୋଷ୍ଟମ୍ୟାନ୍‌ : ୫୯,୦୯୯
ମେଲଗାର୍ଡ : ୧୪୪୫
ମଲ୍ଟି ଟାକ୍ସିଂ (ଏମଟିଏସ) : ୩୭୫୩୯

ଶିକ୍ଷାଗତ ଯୋଗ୍ୟତା :

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଜରୁରୀ। ଏହାଛଡା କମ୍ପ୍ୟୁଟରରେ ଜ୍ଞାନ ଥିବା ଜରୁରୀ। ସେହିପରି କେତେକ ପଦବୀ ପାଇଁ ଯୁକ୍ତ ୨ ପାସ୍‌ କରିଥିବା ଜରୁରୀ। ପ୍ରାର୍ଥୀଙ୍କ ଅନୁରୋଧ ଏହିସବୁ ପଦବୀରେ ଆବେଦନ କରିବା ପୂର୍ବରୁ ନୋଟିଫିକେସନ ପଢିବା ଜରୁରୀ। ପ୍ରତ୍ୟେକ ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟ ଅଲଗା ଅଲଗା ଦିଆଯାଇଛି।

ବୟସ ସୀମା :

ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୩୨ ବର୍ଷ ହେବା ଜରୁରୀ।

କେମିତି କରିବେ ଆବେଦନ : ପ୍ରାର୍ଥୀ ପ୍ରଥମେ ଇଣ୍ଡିଆ ପୋଷ୍ଟର ଅଫିସିଆଲ ୱେବସାଇଟ୍‌ indiapost.gov.in କୁ ଯାଆନ୍ତୁ।

ଏହା ପରେ ହୋମ ପେଜରେ ଦିଆଯାଇଥିବା ରିକ୍ର୍ୟୁଟମେଣ୍ଟ ଲିଙ୍କ ଉପରେ କ୍ଲିକ କରନ୍ତୁ।

ଆପଣ ଯେଉଁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେଥିପାଇଁ ଆବଶ୍ୟକତା ଯାଞ୍ଚ କରନ୍ତୁ।

ଏହା ପରେପରେ ସାଇନ୍‌ ଅପ୍‌ କରି ଆପ୍ଲିକେସନ ଫର୍ମ ଭରନ୍ତୁ।

ଫର୍ମ ଭରିବା ପରେ ଶେଷରେ ଆବେଦନ ଶୁଳ୍କ ଭରିବା ପରେ ସବମିଟ୍‌ ବଟନ ଉପରେ କ୍ଲିକ କରନ୍ତୁ।

ସବୁକିଛି ଭରି ସାରିବା ପରେ ଆବେଦନ ଫର୍ମକୁ ଡାଉନଲୋଡ କରି ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ :

https://www.indiapost.gov.in/vas/Pages/IndiaPostHome.aspx

 

Also Read : ଇଂଜିନିୟରିଂ କରିଥିଲେNTPC ରେ କରନ୍ତୁ ଆବେଦନ, ମାସିକ ଦରମା ୧ ଲକ୍ଷରୁ ଅଧିକ

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago