ରାଜ୍ୟ

ସାଉଦି ଟଙ୍କା ଦେବାକୁ କହି ଚୂନ ମାରିଦେଲା ଠକ, ଟଙ୍କା ଭିତରେ ମିଳିଲା କାଗଜ ବିଡ଼ା

କଟକ(କେନ୍ୟୁଜ୍): ସାଉଦିର ଟଙ୍କା ଶସ୍ତାରେ ଦେବାକୁ କହି ଦୁଇ ଲକ୍ଷ ଟଙ୍କା ଠକେଇ। ଘଟଣାର ତଦନ୍ତ କରୁଛି ଭୁବନେଶ୍ୱର କମିଶନରେଟ ପୋଲିସ। କଟକ ହାଇକୋର୍ଟ ନିକଟରେ ଥିବା ମସଜିଦ ସାମ୍ନାରେ ବ୍ୟବସାୟ କରନ୍ତି କଟକର ବ୍ୟବସାୟୀ ମହମ୍ମଦ ମୋହିଦ୍ଦିନ।ଗତ ଶନିବାର ଦିନ ମସଜିଦରେ ଏକ ଅଜଣା ଲୋକ ସହ ତାଙ୍କର ଦେଖା ହୋଇଥିଲା। କେହି ହଜ ଯାତ୍ରା ଯିବାକୁ ଚାହୁଛନ୍ତି ବୋଲି ସେ କହୁଥିଲେ।ଏନେଇ କଟକର ବ୍ୟବସାୟୀ ଦେଖାହେବା ପରେ ତାଙ୍କୁ କହିଥିଲେ ହଜ ଯଦି ଯିବାକୁ ଚାହୁଛନ୍ତି ତେବେ ସାଉଦି ଆରବ ଟଙ୍କା ରିୟାଲର ଆବଶ୍ୟକ ପଡିବ। ତେଣୁ ସେ ଏବେ ସାଉଦିରୁ ଫେରିଛନ୍ତି ତାଙ୍କ ପାଖରେ ଅନେକ ସାଉଦି ଆରବ ଟଙ୍କା ଅଛି। ଯଦି କେହି ତାଙ୍କଠୁ ଅଦଳବଦଳ କରନ୍ତି ଅର୍ଥାତ ଭାରତୀୟ ମୁଦ୍ରା ଦେଲେ ତା ବଦଳରେ ସେ ସାଉଦି ଆରବ ଟଙ୍କା ଅଧିକ ଦେବେ ବୋଲି କହିଥିଲେ। ଏନେଇ ଵ୍ୟୟସାୟୀ ଜଣକ ବଦଳ କରିବାକୁ ଇଛା ପ୍ରକାଶ କରିଥିଲେ ।

୧୦୦ ସାଉଦି ଆରବ ଟଙ୍କାର ମୁଲ୍ଯ ଭାରତୀୟ ଟଙ୍କା ହିସବରେ ଦେଢ ଲକ୍ଷ ଟଙ୍କା।ତେଣୁ ତାଙ୍କ ପାଖରେ ୨୦୦ଟି ନୋଟ ଅଛି ଅର୍ଥାତ ତିନି ଲକ୍ଷ ଟଙ୍କା।ତେବେ ୨ଲକ୍ଷ ଟଙ୍କା ଦେଲେ ସେ ଦେଇଦେବେ ବୋଲି ଡିଲ କରିଥିଲେ।ଏନେଇ ଠକ କଳ୍ପନା ଛକ ନିକ କୋର୍ଟ ସାମ୍ନାକୁ ଡାକିଥିଲା।ପରେ ବ୍ୟବସାୟୀ ଜଣକ ଟଙ୍କା ନେଇ ପହଞ୍ଚିବା ପରେ ସେହି ଠକ ଜଣକ ଏକ ବିଡା ଯାହା କି ସାଉଦିର ୧୦୦ ରିୟାଲ ଟଙ୍କା ଥିବାର ଏକ ବିଡା ଦେଇଥିଲା।ଯାହାକୁ ଗଣିବା ପାଇ ଚାହୁଥିବା ବେଳେ ଠକ ଏଠି ଭିଡ ଅଛି ଘରେ ଗଣିବ କହି ଟଙ୍କା ଦିଅନ୍ତୁ କହିଥିଲା। ଏନେଇ ବ୍ୟବସାୟୀ ଜଣକ ତାକୁ ୨ଲକ୍ଷ ଦେବା ପରେ ସେ ସେଠାରୁ ପଳାଇଥିଲା। ହେଲେ ବ୍ୟବସାୟୀ ସେହିଠାରେ ଟଙ୍କା ଗଣିବାକୁ ଖୋଲିବା ବେଳେ କେବଳ ଉପରେ ସାଉଦିର ଗୋଟିଏ ୧୦୦ ରିୟାଲ ଥିବା ବେଳେ ଭିତରେ କାଗଜ ବିଡା ଥିବା ଜାଣିବାକୁ ପାଇଥିଲେ। ସେ ଠକାମିର ଶିକାର ହୋଇଥିବା ଜାଣି ଏ ସମ୍ପର୍କରେ ବଡ଼ଗଡ଼ ଥାନାରେ ଜଣାଇଥିଲେ। ପୋଲିସ ତଦନ୍ତ କରି ଠକର ନମ୍ବର ଟ୍ରାକ କରିବା ବେଳେ ସେ କଲିକତାର ଲୋକ ବୋଲି ଜାଣିବାକୁ ପାଇଛି। କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ ଏଭଳି ଠକେଇ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago