ସ୍ପେଶାଲ

ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ କାହିଁକି ବଜାଯାଏ ଘଣ୍ଟି? ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ କାରଣ

ଘରେ କିମ୍ବା ମନ୍ଦିରରେ ପୂଜା କରିବା ସମୟରେ ଘଣ୍ଟି ବଜାଯାଇଥାଏ। କଣ ଆପଣ ଜାଣନ୍ତି କି ମନ୍ଦିରରେ ପ୍ରବେଶ କରିବା ପରେ ପ୍ରଥମେ ଆମେ କାହିଁକି ଘଣ୍ଟି ବଜାଇଥାଉ? କଣ ରହିଛି ଏହା ପଛରେ କାରଣ? ଆଜି ଏହା ସମ୍ପର୍କରେ ଜାଣନ୍ତୁ ..

ସାଧାରଣତଃ ଲୋକମାନେ ମନ୍ଦିରକୁ ଯିବା ପୂର୍ବରୁ ସେଠାରେ ଥିବା ଘଣ୍ଟିକୁ ନିଶ୍ଚୟ ବଜାଇଥାନ୍ତି। ତାପରେ ଭଗବାନଙ୍କୁ ଦର୍ଶନ କରିଥାନ୍ତି। ହିନ୍ଦୁ ଧର୍ମରେ ମନ୍ଦିର ବାହାରେ ଘଣ୍ଟି ଲାଗିବାର ପରମ୍ପରା ବହୁତ ପୁରାତନ । ଏହାର କାରଣ ବହୁତ ଖାସ।

ସକାଳ- ସଞ୍ଜ ମନ୍ଦିରରେ ପୂଜା-ଆଳତୀ କରାଯାଇଥାଏ। ତେବେ ଏକ ବିଶେଷ ଲୟ ଏବଂ ତାଳରେ ଛୋଟ-ବଡ ଘଣ୍ଟିକୁ ବଜା ଯାଇଥାଏ। କୁହାଯାଏ ଯେ ଘଣ୍ଟି ବଜାଇଲେ ମନ୍ଦିରରେ ସ୍ଥାପିତ ଦେବୀ-ଦେବତାଙ୍କ ମୂର୍ତ୍ତିରେ ଚେତନା ଜାଗୃତ ହୋଇଉଠେ। ଯାହାପରେ ଆପଣଙ୍କ ପୂଜା ଏବଂ ଆରାଧନା ଅଧିକ ଫଳଦାୟକ ଓ ପ୍ରଭାବଶାଳୀ ହୋଇଥାଏ।

ପୁରାଣ ଅନୁଯାୟୀ, ମନ୍ଦିରରେ ଘଣ୍ଟି ବଜାଇବା ଦ୍ବାରା ମଣିଷର ଅନେକ ଜନ୍ମର ପାପ ନଷ୍ଟ ହୋଇଯାଇଥାଏ। କୁହାଯାଏ ଯେ ଯେତେବେଳେ ସୃଷ୍ଟିର ପ୍ରାରମ୍ଭ ହୋଇଥିଲା, ସେତେବେଳେ ଯେଉଁ ଶବ୍ଦ ଶୁଭିଥିଲା, ସେହି ଶବ୍ଦ ମନ୍ଦିରର ଘଣ୍ଟି ବଜାଇବା ଦ୍ବାରା ମଧ୍ୟ ଆସିଥାଏ। ଘଣ୍ଟି ସେହି ନାଦର ପ୍ରତିକ ।

ମନ୍ଦିର ବାହାରେ ଲାଗିଥିବା ଘଣ୍ଟିକୁ କାଳର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ଏମିତି କୁହାଯାଏ ଯେ ଯେତେବେଳେ ପ୍ରୁଥିବୀରେ ପ୍ରଳୟ ଆସିବ, ସେହି ସମୟରେ ମଧ୍ୟ ଘଣ୍ଟି ବଜାଇବାର ନାଦ ମଧ୍ୟ ଶୁଭିବ।

ମନ୍ଦିରରେ ଘଣ୍ଟି ଲଗାଇବା ପଛରେ ନା କେବଳ ଧାର୍ମିକ କାରଣ ରହିଛି ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବୈଜ୍ଞାନିକଙ୍କ ଅନୁଯାୟୀ, ଯେତେବେଳେ ଘଣ୍ଟି ବଜା ଯାଇଥାଏ ସେତେବେଳେ ବାତାବରଣରେ କମ୍ପନ ସୃଷ୍ଟି ହୋଇଥାଏ, ଯାହା ବାୟୁମଣ୍ଡଳ କାରଣରୁ ବହୁତ ଦୂରକୁ ଯାଇଥାଏ। ଏହି କମ୍ପନର ଲାଭ ଏହା ହୋଇଥାଏ ଯେ ଏହାର ସିମାରେ ଆସୁଥିବା ଜୀବାଣୁ, ବିଷାଣୁ ଏବଂ ସୂକ୍ଷ୍ମ ଜୀବ ଆଦି ନଷ୍ଟ ହୋଇଯାଇଥାଏ। ଯାହା ଦ୍ବାରା ମନ୍ଦିର ଏବଂ ତାହାର ଆଖପାଖର ବାତାବରଣ ଶୁଦ୍ଧ ହୋଇଯାଇଥାଏ।

କୁହାଯାଏ ଯେଉଁ ସ୍ଥାନରୁ ଘଣ୍ଟି ବଜାଇବାର ଶବ୍ଦ ନିୟମିତ ଆସିଥାଏ। ସେଠାକାର ପରିବେଶ ସବୁବେଳେ ଶୁଦ୍ଧ ଏବଂ ପବିତ୍ର ରହିଥାଏ। ଏହା ମଧ୍ୟ କୁହାଯାଏ ଯେ ଘଣ୍ଟି ବଜାଇବା ଦ୍ବାରା ନକାରାତ୍ମକ ଶକ୍ତି ଶେଷ ହୋଇଯାଇଥାଏ। ଯାହାଦ୍ବାରା ଲୋକଙ୍କର ସମୃଦ୍ଧିର ଦ୍ବାର ଖୋଲିଥାଏ।

ଏହି ଘଣ୍ଟ ଚାରି ପ୍ରକାରର ହୋଇଥାଏ:

ଗରୁଡ଼ ଘଣ୍ଟି:

ଗରୁଡ଼ ଘଣ୍ଟିର ଉପଯୋଗ ଘରେ ପୂଜା ଆକାରରେ କରାଯାଏ। ଏହାର ଆକାର ମଧ୍ୟ ଛୋଟ ଥାଏ। ତେଣୁ ଏହାକୁ ଗୋଟିଏ ହାତରେ ଧରି ସହଜରେ ବଜାଇଥାଉ।

ଦ୍ୱାର ଘଣ୍ଟି:
ଦ୍ୱାର ଘଣ୍ଟି ଘରର ମୁଖ୍ୟ ଦ୍ୱାରରେ ଲଗାଯାଇଥାଏ। ମାନ୍ୟତା ଅନୁସାରେ ଏହା ଘରେ ଥିବା ନକାରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ।

ହାତ ଘଣ୍ଟି:
ଏହା ପିତ୍ତଳର ହୋଇଥାଏ। ଗୋଲ୍ଡ ପ୍ଲେ ଟ ଭଳି ଏହା ହୋଇଥାଏ। ଯାହାକୁ ବାଡ଼ି ସାହାଯ୍ୟରେ ବଜାଯାଏ। ଏହାକୁ ଆମେ ଘଣ୍ଟ ବୋଲି ମଧ୍ୟ କହିଥାଉ।

ଘଣ୍ଟା:
ଏହା ପାଖାପାଖି ୫ଫୁଟ ଲମ୍ବା ଓ ଚଉଡ଼ା ହୋଇଥାଏ। ଏହାକୁ ବଜାଇବା ପରେ ଏହାର ଧ୍ୱନି ଅନେକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ।

 

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago