ଦେଶମାତୃକାର ସୁରକ୍ଷା କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସିଖବର। ଭାରତୀୟ ସେନାରେ ବମ୍ପର ଚାକିରିର ସୁଯୋଗ। ଏଥିପାଇଁ ସେନାବାହିନୀ ତରଫରୁ ଏକ ର୍ୟାଲି ଆୟୋଜିତ ହେବାକୁ ଯାଉଛି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହି ର୍ୟାଲି ଆୟୋଜିତ ହେବ। ଏହି ର୍ୟାଲି ହରିୟାଣାର ହିସାର, ପଟିୟାଲା ଓ ଚରଖା ଦାଦରୀଠାରେ ଅନୁଷ୍ଠିତ ହେବ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…
ପଟିୟାଲାର ସଙ୍ଗରୁର ରୋଡ୍ସ୍ଥିତ ଏଡିଏସ୍ଆର ଗ୍ରାଉଣ୍ଡରେ ଅଗଷ୍ଟ ୧ରୁ ୧୩ ମଧ୍ୟରେ ର୍ୟାଲି ଅନୁଷ୍ଠିତ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୨ ଜୁଲାଇରୁ ୧୬ ଜୁଲାଇ, ୨୦୨୦ ମଧ୍ୟରେ ଆବେଦନ କରିପାରିବେ। ଆବେଦନ କରିଥିବା ପ୍ରାର୍ଥୀଙ୍କୁ ୧୭ ଜୁଲାଇରୁ ୨୬ ଜୁଲାଇ ମଧ୍ୟରେ ପ୍ରବେଶ ପତ୍ର ପଠାଇ ଦିଆଯିବ। ପଟିୟାଲାରେ ଯବାନ ଟେକ୍ନିକାଲ ନର୍ସିଂ ଆସିଷ୍ଟାଣ୍ଟ/ ଭେଟନାରୀ, ଯବାନ ଜିଡି, ଯବାନ ଟେକ୍ନିକାଲ, ସେନା କ୍ଲର୍କ, ଷ୍ଟାର କିପର ଟେକ୍ନିକାଲ, ଇଭେଣ୍ଟ ମ୍ୟାନେଜମେଣ୍ଟ ପାଇଁ ଭର୍ତ୍ତି ହେବ।
ସେହିପରି ହିସାରରେ ଅନୁଷ୍ଠିତ ହେବାକୁ ଥିବା ର୍ୟାଲିରେ ଭାଗ ନେବାକୁ ଇଚ୍ଛୁକ ପ୍ରାର୍ଥୀ ୧୪ ଜୁଲାଇ ଠାରୁ ଆବେଦନ କରିପାରିବେ। ୩୦ ଜୁଲାଇରୁ ୮ ଅଗଷ୍ଟ ଯାଏଁ ଏହି ପ୍ରକ୍ରିୟା ଅନୁଷ୍ଠିତ ହେବ। ହିସାରର ସହିଦ ଭଗତ ସିଂହ ଷ୍ଟାଡିୟମ୍ରେ ର୍ୟାଲି ଆୟୋଜିତ ହେବ।
ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ସେନା ବାହିନୀର ଅଫିସିଆଲ ୱେବସାଇଟ୍ joinindianarmy.nic.in ମାଧ୍ୟମରେ ଆବେଦନ କରିପାରିବେ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…