ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିବା ପ୍ରାର୍ଥୀ ବି କରିପାରିବେ ଆବେଦନ

ଦେଶମାତୃକାର ସୁରକ୍ଷା କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସିଖବର। ଭାରତୀୟ ସେନାରେ ବମ୍ପର ଚାକିରିର ସୁଯୋଗ। ଏଥିପାଇଁ ସେନାବାହିନୀ ତରଫରୁ ଏକ ର‍୍ୟାଲି ଆୟୋଜିତ ହେବାକୁ ଯାଉଛି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହି ର‍୍ୟାଲି ଆୟୋଜିତ ହେବ। ଏହି ର‍୍ୟାଲି ହରିୟାଣାର ହିସାର, ପଟିୟାଲା ଓ ଚରଖା ଦାଦରୀଠାରେ ଅନୁଷ୍ଠିତ ହେବ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

Indian Army officers in a flurry to leave WhatsApp groups after ...

ପଟିୟାଲାର ସଙ୍ଗରୁର ରୋଡ୍‌ସ୍ଥିତ ଏଡିଏସ୍‌ଆର ଗ୍ରାଉଣ୍ଡରେ ଅଗଷ୍ଟ ୧ରୁ ୧୩ ମଧ୍ୟରେ ର‍୍ୟାଲି ଅନୁଷ୍ଠିତ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ୨ ଜୁଲାଇରୁ ୧୬ ଜୁଲାଇ, ୨୦୨୦ ମଧ୍ୟରେ ଆବେଦନ କରିପାରିବେ। ଆବେଦନ କରିଥିବା ପ୍ରାର୍ଥୀଙ୍କୁ ୧୭ ଜୁଲାଇରୁ ୨୬ ଜୁଲାଇ ମଧ୍ୟରେ ପ୍ରବେଶ ପତ୍ର ପଠାଇ ଦିଆଯିବ। ପଟିୟାଲାରେ ଯବାନ ଟେକ୍ନିକାଲ ନର୍ସିଂ ଆସିଷ୍ଟାଣ୍ଟ/ ଭେଟନାରୀ, ଯବାନ ଜିଡି, ଯବାନ ଟେକ୍ନିକାଲ, ସେନା କ୍ଲର୍କ, ଷ୍ଟାର କିପର ଟେକ୍ନିକାଲ, ଇଭେଣ୍ଟ ମ୍ୟାନେଜମେଣ୍ଟ ପାଇଁ ଭର୍ତ୍ତି ହେବ।

Corona Warriors: How Indian Army Is Contributing To Battle Against ...

ସେହିପରି ହିସାରରେ ଅନୁଷ୍ଠିତ ହେବାକୁ ଥିବା ର‍୍ୟାଲିରେ ଭାଗ ନେବାକୁ ଇଚ୍ଛୁକ ପ୍ରାର୍ଥୀ ୧୪ ଜୁଲାଇ ଠାରୁ ଆବେଦନ କରିପାରିବେ। ୩୦ ଜୁଲାଇରୁ ୮ ଅଗଷ୍ଟ ଯାଏଁ ଏହି ପ୍ରକ୍ରିୟା ଅନୁଷ୍ଠିତ ହେବ। ହିସାରର ସହିଦ ଭଗତ ସିଂହ ଷ୍ଟାଡିୟମ୍‌ରେ ର‍୍ୟାଲି ଆୟୋଜିତ ହେବ।

ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ସେନା ବାହିନୀର ଅଫିସିଆଲ ୱେବସାଇଟ୍‌ joinindianarmy.nic.in ମାଧ୍ୟମରେ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.