Below header

ନଦୀ ଘାଟରେ ଫୁଟିଲା ଗୁଳି, ଯୁବକଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଫେରାର୍

ସୁବର୍ଣ୍ଣପୁର(କେନ୍ଯୁଜ୍): ନଦୀ ଘାଟରେ ଫୁଟିଲା ଗୁଳି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବ୍ରାହ୍ମଣୀ ତେଲନଦୀ ଘାଟରେ ଯୁବକଙ୍କୁ ଗୁଳିମାଡ ହୋଇଛି। ସୂଚନା ମୁତାବକ ଦୁର୍ବୃତ୍ତଙ୍କ ଗୁଳିମାଡରେ ତରଭା ଥାନା ଭୁରାଟ ଗାଁର ଶାନ୍ତନୁ ରାଉତ ଆହତ ହୋଇଛନ୍ତି।

ଆଜି ସକାଳୁ ଶାନ୍ତନୁ କୌଣସି କାମରେ ନଦୀ ଘାଟକୁ ଯାଇଥିବାବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇ ଫେରାର ହୋଇଯାଇଥିଲେ।ଏନେଇ ତାଙ୍କର ଦୁଇ ଗୋଡରେ ୨ଟି ଗୁଳି ବାଜିଛି। ରିପୋର୍ଟ ଅନୁଯାୟୀ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତରଭା ଓ ପରେ ବଲାଙ୍ଗିର ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ତେବେ କିଏ ଓ କାହିଁକି ଶାନ୍ତନୁଙ୍କୁ ଉପରେ ଗୁଳି ଚଳାଇଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି। ଅନ୍ଯପଟେ ଏହି ଘଟଣା ନେଇ ତରଭା ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.