ବ୍ୟବସାୟ ଓ ଅର୍ଥନୀତି

ଟ୍ରେନରେ ଜିନିଷପତ୍ର ଚୋରି ହୋଇଯାଇଛି କି, ତେବେ ଏହି ଉପାୟରେ ପାଆନ୍ତୁ କ୍ଷତିପୂରଣ

ଆମ ଦେଶର ପ୍ରାୟ ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରନ୍ତି। କାହିଁକିନା ସୁରକ୍ଷିତ ଏବଂ ସୁଖଦ ଯାତ୍ରା କରିବା ପାଇଁ ଲୋକେ ଟ୍ରେନକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି। କିନ୍ତୁ ଏହି ସମୟରେ ନିଜ ଜିନିଷପତ୍ରକୁ ନେଇ ବହୁତ ଚିନ୍ତାରେ ରହନ୍ତି ଯାତ୍ରୀ। ବେଳେବେଳେ ଲଗେଜ୍‌ ଚୋରିର ସାମ୍ନା ମଧ୍ୟ କରନ୍ତି ଲୋକେ। ଏମିତିରେ ଯଦି ଟ୍ରେନ ଯାତ୍ରା ସମୟରେ ଆପଣଙ୍କ ଜିନିଷ ଚୋରି ହୋଇଯିବ ତାହେଲେ ଆପଣଙ୍କ ପୂରା ଯାତ୍ରା ଆନନ୍ଦ ହେବା ବଦଳରେ ଖରାପ ହୋଇଯିବ। ଏହାସହିତ ଆପଣଙ୍କ ଜିନିଷ ହଜିବା ଦୁଃଖରେ ବହୁତ ଚିନ୍ତା କରିବାକୁ ବି ପଡିଥାଏ।

କାହିଁକିନା ଅନେକ ଥର ଲୋକମାନେ ନିଜ ସହ ଅନେକ ଦାମୀ ଦାମୀ ଜିନିଷ ସାଙ୍ଗରେ ନେଇ ଯାତ୍ରା କରନ୍ତି। କିନ୍ତୁ ଯାତ୍ରା ସମୟରେ ଏହି ଦାମୀ ଜିନିଷକୁ ଚୋରି କରିନନିଅନ୍ତି ଚୋର। ନିଜର ବେଶ ଦରକାରୀ ଆଉ ଦାମୀ ଜିନିଷକୁ ହରାଇବା କାରଣରୁ ଲୋକାନଙ୍କୁ ଅନେକ ଅସୁବିଧାକୁ ବି ସାମ୍ନା କରିବାକୁ ପଡିଥାଏ। ଏମିତିରେ ଯଦି ଆପଣଙ୍କ ସହିତ କେବେ ବି ଏମିତି ଘଟଣା ଘଟେ ତାହେଲେ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାହିଁକିନା ଭାରତୀୟ ରେଳବାଇ ଆପଣଙ୍କୁ ଦେବ କ୍ଷତିପୂରଣ। କିନ୍ତୁ ଏହି କ୍ଷତିପୂରଣ ପାଇବାକୁ ହେଲେ ଆପଣଙ୍କୁ କିଛି କାମ କରିବାକୁ ହେବ, ଯାହାଦ୍ୱାରା ଆପଣ ଜିନିଷପତ୍ର ଚୋରି ବାବଦକୁ କ୍ଷତିପୂରଣ ମିଳିପାରିବ। ତେବେ ଆସନ୍ତୁ ଜାଣିବା ସେହି ସହଜ ତରିକା ବିଷୟରେ।

ଯଦି ଟ୍ରେନ ଜର୍ଣ୍ଣି ସମୟରେ ଆପଣଙ୍କ ଜିନିଷପତ୍ର ଚୋରି ହୋଇଯାଏ ତାହେଲେ ଆପଣଙ୍କୁ ଏହାର ଅଭିଯୋଗ ଆରପିଏଫ ବା ରେଲେଓ୍ଵ ପୋଲିସ ଫୋର୍ସଙ୍କୁ କରିବାକୁ ହେବ। ଏଠାରେ ଆପଣଙ୍କୁ ନିଜର ସମସ୍ତ ଜିନିଷପତ୍ରର ବିବରଣୀ ସେମାନଙ୍କୁ ଦେବାକୁ ହେବ। ଯେମିତିକି ଆପଣଙ୍କ ପାଖରେ କେତେ ଜିନିଷ ଥିଲା, କେଉଁଭଳି ବ୍ୟାଗ ଥିଲା ଏମିତି କିଛି।

ଏହାପରେ ଆପଣଙ୍କୁ ଏକ ଫର୍ମ ଭରିବାକୁ ହେବ, ଯେଉଁଥିରେ ଲେଖା ହୋଇଥାଏ ଯଦି ଆପଣଙ୍କ ଜିନିଷପତ୍ର ୬ ମାସ ଭିତରେ ନ ମିଳୁଛି ତାହେଲେ ଆପଣ ଉପଭୋକ୍ତା ଫୋରମରେ ଅଭିଯୋଗ କରିପାରିବେ।

ଏମିତି କରିବା ପରେ ଆପଣଙ୍କୁ ଆପଣଙ୍କ ଚୋରି ହୋଇଥିବା ବା ହଜିଯାଇଥିବା ଜିନିଷ ହିସାବରେ ରେଳ ବୋର୍ଡ ତରଫରୁ କ୍ଷତିପୂରଣ ମିଳିଯିବ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ହଜିଯାଇଥିବା ଜିନିଷର କ୍ଷତିପୂରଣ ଦେବାର ପ୍ରସ୍ତାବ ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ହିଁ ହୋଇଛି।

Pritiparna

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

20 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

29 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago