ବ୍ୟବସାୟ ଓ ଅର୍ଥନୀତି

ଚୀନ ସୀମା ପର୍ଯ୍ୟନ୍ତ ଯିବ ‘ଭିଷ୍ଟାଡୋମ୍ ଏକ୍ସପ୍ରେସ’, କାଚ ଝରକା ଓ ଟ୍ରାନ୍ସପରେଣ୍ଟ ଛାତରୁ ଦେଖାଯିବ ବାହ୍ୟ ଦୃଶ୍ୟ; ମିଳିବ ଲାଇଫ୍‌ଟାଇମ ଅଭିଜ୍ଞତା

ଉତ୍ତର-ପୂର୍ବରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଭାରତ ସରକାର ଲଗାତାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହି ପର୍ଯ୍ୟାୟରେ ରେଲେଓ୍ଵର ଭିଷ୍ଟାଡୋମ୍ କୋଚ ବର୍ତ୍ତମାନ ଚୀନ ସୀମା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ବାସ୍ତବରେ ଅରୁଣାଚଳ ପ୍ରଦେଶର ନାହରଲାଗୁନ ରେଲେଓ୍ଵ ଷ୍ଟେଶନରୁ ଆସାମର ତିନସୁକିୟା ରେଲେଓ୍ଵ ଷ୍ଟେଶନ ମଧ୍ୟରେ ଭିଷ୍ଟାଡୋମ୍ ଏକ୍ସପ୍ରେସକୁ ସବୁଜ ପତାକା ଦେଖା ଯାଇଛି। ଏହି ସମୟରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦୋଶ, ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ଆସାମ ସିଏମ ହିମନ୍ତା ବିଶ୍ୱା ସରମା ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦ୍ର ରେଳ ଏବଂ ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜରଦୋଶ ଟ୍ୱିଟ୍ କରି କହିଛନ୍ତି ଯେ ନାହରଲାଗୁନ-ତିନସୁକିୟା ଭିଷ୍ଟାଡୋମ୍ ଟ୍ରେନ୍ ଅରୁଣାଚଳ ପ୍ରଦେଶରେ ପର୍ଯ୍ୟଟନ ଏବଂ ବାଣିଜ୍ୟ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବ। ଏହି ଯାତ୍ରା ଜରିଆରେ ଲାଇଫ୍‌ଟାଇମ୍‌ ଅଭିଜ୍ଞତା ମିଳିବ। କହି ରଖୁଛୁ କି, ଭିଷ୍ଟାଡୋମ୍ କୋଚରେ ବଡ଼ କାଚ ଝରକା ରହିଥାଏ, ଯାହା ମାଧ୍ୟମରେ ବାହାରର ଦୃଶ୍ୟ ବହୁତ ସ୍ୱଚ୍ଛ ଏବଂ ସୁନ୍ଦର ଦେଖା ଯାଇଥାଏ। ଏଥି ସହିତ ଟ୍ରେନରେ ପର୍ଯ୍ୟଟକଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ ରହିଛି।

ସରକାରଙ୍କ ତରଫରୁ ଜାରି ବୟାନରେ କୁହାଯାଇଛି ଯେ ପର୍ଯ୍ୟଟକଙ୍କ ଡିମାଣ୍ଡକୁ ପୂରା କରିବା ପାଇଁ ଗୌହାଟି ଏବଂ ନ୍ୟୁ ହାଫଲଙ୍ଗ ମଧ୍ୟରେ ଥିବା ଭିଷ୍ଟାଡୋମ୍ ସେବାକୁ ବଦରପୁର ପର୍ଯ୍ୟନ୍ତ ବିସ୍ତାର କରାଯିବ। ଏହି କୋଚଗୁଡ଼ିକ ଆସିବା ଦ୍ୱାରା ରାଜ୍ୟକୁ ଆହୁରି ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାବନା ବଢ଼ିଯିବ। ବୟାନରେ ଏହା ମଧ୍ୟ କୁହାଯାଇଛି, ଆସାମ ସରକାର ରାଜ୍ୟର ଚାଷୀମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ‘କିସାନ ରେଳ’ ସେବା ଲାଗି ପାଇଁ ମଧ୍ୟ NFR ସହିତ କାମ କରୁଛନ୍ତି। ଯଦି ଏହି ବିଶେଷ ଟ୍ରେନ୍ ଆରମ୍ଭ ହୁଏ, ତା’ ହେଲେ ଆସାମରୁ ଦେଶର ଅନ୍ୟାନ୍ୟ ସ୍ଥାନକୁ ନଷ୍ଟ ହୋଇ ଯାଉଥିବା ଦ୍ରବ୍ୟଗୁଡିକୁ ଶୀଘ୍ର ପରିବହନ କରାଯାଇ ପାରିବ ଏବଂ ଆମ ଚାଷୀମାନଙ୍କୁ ଅତ୍ୟଧିକ ଲାଭ ପହଞ୍ଚିବ।

ଭିଷ୍ଟାଡୋମ୍ କୋଚର ବିଶେଷତା ବିଷୟରେ ଆଲୋଚନା କରିବା ତ ଏଥିରେ ଯାତ୍ରୀମାନଙ୍କୁ ଏକ ଅଲଗା ପ୍ରକାରର ଅନୁଭବ ମିଳିବ। ଏଥିରେ ଗ୍ଲାସ୍ ଛାତ ରହିବ, ଗ୍ଲାସ୍ ୱିଣ୍ଡୋ ଏବଂ ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ଘୂରି ପାରୁଥିବା ସିଟ୍‌ର ସୁବିଧା ମିଳିବ। ଏଥି ସହିତ ଟ୍ରେନର କୋଚରେ ଥିବା ଯାତ୍ରୀମାନଙ୍କୁ ୱାଇ-ଫାଇ ସେବା ମଧ୍ୟ ଯୋଗାଇ ଦିଆଯାଉଛି। ସେହିପରି ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ କୋଚରେ ଡିଜିଟାଲ୍ ଡିସପ୍ଲେ ଏବଂ ସ୍ପିକର ଲଗାଯାଇଛି, ଯାହା ସାହାଯ୍ୟରେ ଆପଣ ଆପଣଙ୍କର ପ୍ରିୟ ଗୀତ ଶୁଣି ପାରିବେ। ସେପଟେ ମେଟ୍ରୋ ଭଳି ଏଥିରେ ସ୍ୱୟଂଚାଳିତ ସ୍ଲାଇଡିଂ କବାଟ ଏବଂ ଜିପିଏସ୍ ସିଷ୍ଟମ ମଧ୍ୟ ଲଗାଯାଇଛି।

Roshni

Recent Posts

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ…

5 hours ago

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

5 hours ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

5 hours ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

8 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

8 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

9 hours ago