ମନୋରଂଜନ

ନିଜ ଠାରୁ ବୟସରେ ସାନ ହିରୋଙ୍କ ସହ ରୋମାନ୍ସ କରୁଛନ୍ତି ଦୀପିକା, ସାମ୍ନାକୁ ଆସିଲା ‘ଗହରାଇଁୟା’ର ଟିଜର

ସାମ୍ନାକୁ ଆସିଲା ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ବହୁ ଚର୍ଚ୍ଚିତ ଫିଲ୍ମର ଟିଜର। ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ଥିବା ଶକୁନ୍‌ ବତ୍ରାଙ୍କ ଏହି ଫିଲ୍ମର ନାଁ ଶେଷରେ ସାମ୍ନାକୁ ଆସିଛି। ଏଥିସହ ଏହି ଫିଲ୍ମର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଦୀପିକା ପାଦୁକୋନ୍‌ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୀତ ଏହି ଫିଲ୍ମର ନାଁ ରହିଛି ‘ଗହରାଇଁୟା’। ଆଜି ନିର୍ମାତା ଏହି ଫିଲ୍ମର ଟିଜର ଜାରି କରିଛନ୍ତି। ଏହି ଫିଲ୍ମ ଆମାଜନ ପ୍ରାଇମ୍‌ରେ ରିଲିଜ୍‌ ହେବ।

ଫିଲ୍ମର ଟିଜରରେ ଦୀପିକା ଓ ସିଦ୍ଧାନ୍ତ ସମୁଦ୍ର କୂଳରେ ବସିଥିବା ଦେଖିବାକୁ ମିଳିଛି। ବିଚ୍‌ରେ ଦୀପିକା ବିକିନି ପିନ୍ଧିଥିବା ବେଳେ ସିଦ୍ଧାନ୍ତ ସର୍ଟସ୍‌ ପିନ୍ଧିଛନ୍ତି। ତେବେ ଏହି ଭିଡିଓରେ ଉଭୟେ କିସ୍‌ ମଧ୍ୟ କରୁଛନ୍ତି। ଫିଲ୍ମର ଟିଜର ଜଣାପଡ଼ୁଛି ଏହା ଲଭ୍‌ ଷ୍ଟୋରୀ ଉପରେ ପର୍ଯ୍ୟବେସିତ।

ଶକୁନ ବତ୍ରାଙ୍କ ଜୁସ୍‌କା ଫିଲ୍ମର ସହଯୋଗରେ ଧର୍ମା ପ୍ରଡକ୍ସନ୍‌ ଓ ଭାୟକମ୍‌ ୧୮ ଷ୍ଟୁଡିଓଜ୍‌ ମିଶି ପ୍ରଯୋଜନା କରିଥିବା ଏହି ଫିଲ୍ମ ଏକ ରିଲେସନ୍‌ସିପ୍‌ ଡ୍ରାମା। ଏହାର କାହାଣୀ ଜଟିଳ ଆଧୁନିକ ସମ୍ପର୍କ, ଆଡଲ୍ଟିଂ ଓ ଜୀବନ ଉପରେ ନିୟନ୍ତ୍ରଣ ରଖିବା ଉପରେ ପର୍ଯ୍ୟବେସିତ। ଗହରାଇଁୟାରେ ଦୀପିକା ପାଦୁକୋନ୍‌, ସିଦ୍ଧାନ୍ତ ଚତୁର୍ବେଦୀ, ଅନନ୍ୟା ପାଣ୍ଡେ ଓ ଧୈର୍ଯ୍ୟ କାରବା ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥିରେ ନାସିରୁଦ୍ଦିନ୍‌ ଶାହ ଓ ରଜତ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ଓ୍ଵାର୍ଲ୍ଡ ପ୍ରିମିୟର ୨୫ ଜାନୁଆରୀରେ ୨୪୦ରୁ ଅଧିକ ଦେଶରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ହେବ।

ସୁପରହିଟ୍‌ ଫିଲ୍ମ କପୁର ଆଣ୍ଡ୍‌ ସନ୍‌ସ ପରେ ନିର୍ଦ୍ଦେଶକ ପଦକୁ ଫେରିଥିବା ଡାଇରେକ୍ଟର ଶକୁନ ବତ୍ରା ଫିଲ୍ମ ବିଷୟରେ କହିଛନ୍ତି, ଗହରାଇଁୟା ମୋ ପାଇଁ କେବଳ ଏକ ଫିଲ୍ମ ନୁହେଁ। ଏହା ମଣିଷ ଜୀବନର ଏକ ଯାତ୍ରା। ଏହା ଆଧୁନିକ ଆଡଲ୍ଟ ରିଲେସନ୍‌ସିପ୍‌ର ଏକ ଆଇନା ଭଳି। ଆମେ ଆମ ଭାବନା ଓ ଅନୁଭବର ଚକ୍ରବ୍ୟୁହରେ କେମିତି ଗତି କରୁଛେ, ଆମର ପ୍ରତିଟି କାର୍ଯ୍ୟ ଶୈଳୀ ଆମ ଆଖ ପାଖ ଲୋକଙ୍କୁ କେମିତି ପ୍ରଭାବିତ କରିଥାଏ, ସେ ସବୁ ଦର୍ଶାଉଛି। ଏହି ଫିଲ୍ମକୁ ସବୁ ଦର୍ଶକ ନିଶ୍ଚିତ ଭାବେ ପସନ୍ଦ କରି ବୋଲି ଆଶା ବ୍ୟକ୍ତ କରିଛନ୍ତି ଶକୁନ ବତ୍ରା।

WCW 11

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

3 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

11 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

14 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

21 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

47 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

56 mins ago