ବ୍ୟବସାୟ ଓ ଅର୍ଥନୀତି

ରେଳ ବିଭାଗ ଜାରି କଲା ନୂଆ ଟାଇମ୍‌ ଟେବୁଲ, ବନ୍ଦ ହେବ ୫୦୦ ଟ୍ରେନ ଏବଂ ୧୦ ହଜାର ଷ୍ଟପେଜ୍‌

ଭାରତୀୟ ରେଳ ବିଭାଗ କରୋନା ସଂକଟ ମଧ୍ୟରେ ଯାତ୍ରୀକୁ ସୁଗମ କରିବା ପାଇଁ (IRCTC) ଅନେକ ପରିବର୍ତ୍ତନ କରିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ରେଳ ବିଭାଗ ଜିରୋ ବେଷ୍ଟ ଟାଇମ ଟେବୁଲ୍‌ ପ୍ରସ୍ତୁତ କରିଛି। ଯାହାଦ୍ୱାରା ଟ୍ରେନର ସମୟରେ ସୁଧାର ହେବ। କରୋନା କବଳରୁ ପରିସ୍ଥିତି ସାମାନ୍ୟ ହେବା ପରେ ଏହି ଟାଇମ ଟେବୁଲ୍‌ ଲାଗୁ କରାଯିବ। ଏଥିସହ ଦେଶରେ ପାଖାପାଖି ୫୦୦ ଟ୍ରେନ ଚଳାଚଳ ବନ୍ଧ ହେବା ସହ ୧୦ ହଜାର ଷ୍ଟପେଜ୍‌ ବନ୍ଦ ହୋଇପାରେ। ରିପୋର୍ଟ ଅନୁଯାୟୀ ଟାଇମ ଟେବୁଲରେ ଏହି ପରିବର୍ତ୍ତନ ଦ୍ୱାରା ରେଳ ବିଭଗର ଆୟ ୧୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢିଯିବ। ସୂଚନା ମୁତାବକ ନିୟମିତ ଟ୍ରେନ ସଂଚାଳନ ଉପରେ ପ୍ରତିବନ୍ଧକ ଲାଗିଛି। ଅନ୍ୟପଟେ ଦେଶରେ ସ୍ପେଶାଲ ଟ୍ରେନ ଚଳାଚଳ ହେଉଛି।

୫୦ ହଜାର ଟ୍ରେନ୍‌ ହେବ ବନ୍ଦ

ରେଳ ମନ୍ତ୍ରାଳୟ ଆକଳନ ଅନୁଯାୟୀ ଆନୁମାନିକ ୧୫୦୦ କୋଟି ଟଙ୍କାର ଆୟ ନିଶୁଳ୍କ ଆଧାରରେ ହେବ। ରିପୋର୍ଟ ଅନୁଯାୟୀ ଅନେକ ଯାତ୍ରୀଙ୍କ ଦାବି ଦ୍ୱାରା ଟ୍ରେନର ଷ୍ଟପେଜ୍‌ କୁ ବଢାଯାଇଛି। ଏହାବ୍ୟତୀତ ବିନା ଦାବି କରାଯାଇଥିବା ଟ୍ରେନ ଚଳାଚଳ ମଧ୍ୟ ଜାରି ରହିଛି, ଯାହାର ଅଧାରୁ ଅଧିକ ସିଟ୍‌ ଖାଲି ରହୁଛି। ଏହିକାରଣରୁ ରେଲ ବିଭାଗ ଏଭଳି ୫୦୦ଟ୍ରେନ ଚିହ୍ନଟ କରିଛି, ଯାହାର ସଂଚାଳନ ବନ୍ଦ କରାଯିବ।

ଯାତ୍ରୀମାନଙ୍କୁ ସମସ୍ୟା ଭୋଗ କରିବାକୁ ପଡିବ ନାହିଁ

ରେଳ ବିଭାଗ କହିବାନୁଯାୟୀ, ନୂତନ ଟାଇମ ଟେବୁଲରେ ଏହା ଉପରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ରଖାଯିବ କି ଟ୍ରେନ ବନ୍ଦ ହେବା ଦ୍ୱାରା ଯାତ୍ରୀମାନଙ୍କୁ କୌଣସି ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ। ଯାତ୍ରୀମାନଙ୍କ ପାଇଁ ସେହି ଟ୍ରେନ ପରିବର୍ତ୍ତେ ଅନ୍ୟ ଟ୍ରେନର ବିକଳ୍ପ ରହିବ।

୧୦ ହଜାର ଷ୍ଟପେଜ୍‌ ହେବ ବନ୍ଦ

୫୦୦ ଟ୍ରେନ ବନ୍ଦ ହେବା ସହ ଦେଶରେ ପାଖାପାଖି ୧୦ ହଜାର ଷ୍ଟପେଜ୍‌ ମଧ୍ୟ ବନ୍ଦ ହେବ। ଯେଉଁ ପାସେଞ୍ଜର ଟ୍ରେନରେ ଅତି କମରେ ୫୦ ଲୋକ ଚଢୁଥିବେ କିମ୍ବା ଓହ୍ଲାଉଥିବେ ସେଠାରେ ଷ୍ଟପେଜ୍‌ ବନ୍ଦ ହେବ ନାହିଁ। କିନ୍ତୁ ଯେଉଁଠାରେ ୫୦ରୁ କମ ଯାତ୍ରୀ ଚଢିଥାନ୍ତି କିମ୍ବା ଓହ୍ଲାଇଥାନ୍ତି ଏଭଳି ଷ୍ଟପେଜ୍‌ କୁ ନୂତନ ଟାଇମ୍‌ ଟେବୁଲ ଅନୁଯାୟୀ ବନ୍ଦ କରିଦିଆଯିବ।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

11 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

27 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

36 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

44 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago