ବ୍ୟବସାୟ ଓ ଅର୍ଥନୀତି

FD ଉପରେ ମିଳୁଛି ୮.୨୫ ପ୍ରତିଶତ ସୁଧ, ଏହି ପ୍ରାଇଭେଟ ବ୍ୟାଙ୍କରେ କରିବାକୁ ହେବ ନିବେଶ

ରିଜର୍ଭ ବ୍ୟାଙ୍କ ରେପୋ ରେଟ ବଢ଼ାଇବା ପର ଠାରୁ ଦେଶର ପ୍ରାଇଭେଟ ଏବଂ ସରକାରୀ ବ୍ୟାଙ୍କ ନିଜର ଫିକ୍ସଡ ଡିପୋଜିଟର ସୁଧ ଧରରେ ବୃଦ୍ଧି କରିଛି । ଆଉ ଆଜିକାଲି ଲୋକମାନେ ମଧ୍ୟ କମ୍ ନିବେଶରେ ଅଧିକ ରିଟର୍ଣ୍ଣ ପାଇବାକୁ ପ୍ରୟାସ କରିଥାନ୍ତି । ସେଥିପାଇଁ ସେମାନେ ବିଭିନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କର ନୂଆ ନୂଆ ସ୍କିମକୁ ଉତ୍ସୁକତାର ସହିତ ଚାହିଁ ରହିଥାନ୍ତି । ତେବେ ଯଦି ଆପଣମାନେ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି । ଏକ ଘରୋଇ ବ୍ୟାଙ୍କରେ ଆପଣମାନେ ନିବେଶ କରି ଅଧିକ ରିଟର୍ଣ୍ଣ ପାଇପାରିବେ ।

ଦେଶର ପ୍ରାଇଭେଟ୍‌ ବ୍ୟାଙ୍କ ମଧ୍ୟରୁ ଗୋଟିଏ ଘରୋଇ କ୍ଷେତ୍ରର ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ଆପଣମାନେ ଫିକ୍ସଡ ଡିପୋଜିଟ (ଏଫଡି) ଉପରେ ୮.୨୫ ସୁଧ ପାଇ ପାରିବେ । ଏଫଡି ସ୍କିମକୁ ଆକର୍ଷକ କରିବା ଲକ୍ଷ୍ୟରେ ବ୍ୟାଙ୍କ ପକ୍ଷରୁ ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟରେ ବୃଦ୍ଧି କରିଥିଲା । ଏହାପରେ ଦେଶର ବହୁ ବ୍ୟାଙ୍କ ଏଫଡି ଉପରେ ସୁଧହାର ବୃଦ୍ଧି କରୁଛନ୍ତି ।

ବର୍ତ୍ତମାନ ସମୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ ଏଫଡି ଉପରେ ୩.୫ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ସେହିପରି ବରିଷ୍ଠ ନାଗରିକଙ୍କୁ ୪ରୁ ୭.୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳୁଛି । ୭ ଦିନଠାରୁ ଆରମ୍ଭ କରି ୬୧ ମାସର ଏଫଡି ଉପରେ ବ୍ୟାଙ୍କ ଏହି ଅଫର ପ୍ରଦାନ କରୁଛି । ତେବେ ୨ ବର୍ଷରୁ ୩ ବର୍ଷ ଓ ତିନି ମାସ ପର୍ଯ୍ୟନ୍ତ ଏଫଡି ଉପରେ ସାଧାରଣ ଜନତାଙ୍କୁ ୭.୫ ପ୍ରତିଶତ, ବରିଷ୍ଠ ନାଗରିକଙ୍କୁ ୮.୨୫ ପ୍ରତିଶତ ସୁଧ ଅଫର କରାଯାଉଛି । ଏହି ନୂଆ ସୁଧ ହାର ଫେବୃଆରୀ ୧୬ରୁ ଲାଗୁ ହୋଇଥିବା ବ୍ୟାଙ୍କର ଅଫିସିଆଲ ୱେବସାଇଟରୁ ଜଣାପଡ଼ିଛି । ଇଣ୍ଡସିଣ୍ଡ ବ୍ୟାଙ୍କ ଅନୁସାରେ ସାତ ଦିନରୁ ୩୦ ଦିନର ମ୍ୟାଚୋର ହେବାକୁ ଥିବା ଏଫଡି ଉପରେ ୩.୫୦ ପ୍ରତିଶତ ସୁଧ ଦରରୁ ସୁଧ ମିଳିବ । ଆଗାମୀ ୩୧ ଦିନରୁ ୪୫ ଦିନରେ ମ୍ୟାଚୋର ହେଉଥିବା ଏଫଡି ଉପରେ ୪.୦୦ ପ୍ରତିଶତ ଦରରେ ସୁଧ ମିଳିବ ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

18 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

33 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

48 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

58 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago