ଦେଶ ବିଦେଶ

ଟ୍ରେନ୍‌ରେ ଯାତ୍ରା ବେଳେ ଦମ୍ପତି ପାର୍‌ କରିଦେଲେ ସବୁ ସୀମା; ଯାତ୍ରୀଙ୍କ ସାମ୍ନାରେ ରଖିଲେ ଶାରୀରିକ ସମ୍ବନ୍ଧ!

ଅଷ୍ଟ୍ରେଲିଆରେ ଭାଲେଣ୍ଟାଇନ୍ସ ଡେ’ରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କପଲ୍‌ ଟ୍ରେନ୍‌ରେ ହିଁ ସବୁ ସୀମା ପାର୍‌ କରିଦେଇଛନ୍ତି। ମାମଲା ସିଡ୍‌ନୀର। ଏଠାରେ କପଲ୍‌ ଟ୍ରେନ୍‌ରେ ଯାତ୍ରା ସମୟରେ ଲୋକଙ୍କ ସାମ୍ନାରେ ହିଁ ଶାରୀରିକ ସମ୍ବନ୍ଧ ରଖିବାକୁ ଲାଗିଥିଲେ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘଟଣା ଟି୯ ଉତ୍ତର ଲାଇନ୍‌ର, ଯାହା ସିଡ୍‌ନୀର ନର୍ମନହର୍ଷ୍ଟ ଓ ଗୋର୍ଡନ ମଧ୍ୟରେ ଚାଲିଥାଏ।

ରିପୋର୍ଟ ମୁତାବକ, ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି କି, ସେ ଟ୍ରେନ୍‌ରୁ ଘରକୁ ଯାଉଥିଲେ। ଏହି ସମୟରେ କପଲ୍‌ ଲଜ୍ଜାଜନକ କାମ କରିବାକୁ ଲାଗିଥିଲେ, ଯାହାକୁ ନେଇ ସେଠାରେ ଉପସ୍ଥିତ ଲୋକେ ନିଜକୁ ଅସହଜ ଅନୁଭବ କରିଥିଲେ। ଟ୍ରେନର ଜଣେ ଯାତ୍ରୀ କହିଛନ୍ତି, ‘ମୋତେ ବହୁତ ଅସହଜ ଅନୁଭବ ହୋଇଥିଲା। ତେଣୁ ମୁଁ ସେହି ବଗିରୁ ଦୂରକୁ ଚାଲି ଯାଇଥିଲି। ଏହାପରେ କାମୁକ ଶବ୍ଦ ଶୁଭା ଯାଇଥିଲା’।

ଏହି ଘଟଣାର ଏକ ଫୁଟେଜ୍‌ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଲାଉଡ୍‌ସ୍ପିକରରେ କପଲ୍‌ଙ୍କୁ ଲଜ୍ଜାଜନକ କାମ ବନ୍ଦ କରିବାକୁ ଏବଂ କପଡ଼ା ପିନ୍ଧିବାକୁ କୁହାଯାଉଛି। ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ କପଲ୍‌ ସବୁ ବନ୍ଧବାଡ଼ ଡେଇଁ ଯାଇଥିଲେ, ଯାହାଫଳରେ ସୁରକ୍ଷା କର୍ମୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ଏବଂ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ଚେତାବନୀ ଦିଆଯାଇଥିଲା। ସୁରକ୍ଷାକର୍ମୀ କପଲ୍‌ଙ୍କୁ କହିଥିଲେ, ‘ଆମେ ଜାଣିଛୁ ଆଜି ଭାଲେଣ୍ଟାନ୍ସ ଡେ’। କିନ୍ତୁ ନିଜ ଆଖପାଖରେ ଉପସ୍ଥିତ ଯାତ୍ରୀମାନଙ୍କର ଇଜ୍ଜତ କରନ୍ତୁ। ଆପଣମାନଙ୍କ ବ୍ୟବହାର ଅତ୍ୟନ୍ତ ଅଶୋଭନୀୟ’।

କହି ରଖୁଛୁ, କପଲ୍‌ଙ୍କ ଏଭଳି ଲଜ୍ଜାଜନକ ହରକତ ସିଡ୍‌ନୀ ଟ୍ରେନ୍‌ରେ ପ୍ରଥମ ଥର ନୁହେଁ, ଗତବର୍ଷ ମଧ୍ୟ ଜଣେ ବ୍ୟକ୍ତି ଟ୍ରେନ୍‌ରେ ହସ୍ତମୈଥୁନ କରୁଥିବାର ଦେଖାଯାଇଥିଲା, ଯାହାର ଭିଡିଓ ବି ଖୁବ୍‌ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୋଲିସ ୨୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଥିଲା। ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡ ଏବଂ ୧୧୦୦ ଡଲାର ଜରିମାନା ଭରଣା କରିବାକୁ ପଡ଼ିଥିଲା।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

4 seconds ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

2 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

42 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

57 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago