ବ୍ୟବସାୟ ଓ ଅର୍ଥନୀତି

୩୫ ପଇସା ବୀମାରେ ପାଆନ୍ତୁ ୧୦ ଲକ୍ଷ ଟଙ୍କା

ଦେଶରେ ପ୍ରତିଦିନ ଅନେକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ନିତିଦିନିଆ କାର୍ଯ୍ୟ ପାଇଁ ଆମେ ସାଧାରଣତଃ ଅନ୍ୟ ଯାତାୟତ ବ୍ୟବସ୍ଥା ଅପେକ୍ଷା ଟ୍ରେନ ଯାତ୍ରାରେ ଅଧିକ ସୁବିଧା ପାଇଥାଉ । ଯେଉଁଥିପାଇଁ ଟ୍ରେନ୍ ଯାତ୍ରାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି । କମ ଟଙ୍କାରେ ଆରାମ ଦାୟକ ଯାତ୍ରା ମିଳୁଥିବାରୁ ଟ୍ରେନ ଯାତ୍ରା ସମସ୍ତଙ୍କର ପସନ୍ଦ । ଅନେକ ଥର ଟ୍ରେନ୍ ଦୁର୍ଘଟଣା ଖବର ଶୁଣିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ ଯଦି କେହି ଗରିବ କିମ୍ବା ମଧ୍ୟବିତ୍ତ ପରିବାରର ବ୍ୟକ୍ତି ହୋଇଥାନ୍ତି, ସେମାନଙ୍କ ପାଇଁ ଚିକିତ୍ସା ଖର୍ଚ୍ଚ ଉଠାଇବା ବହୁତ କଷ୍ଟ ହୋଇଥାଏ । ହେଲେ ଆପଣ ଯଦି ଟ୍ରେନ୍ ଯାତ୍ରା ସମୟରେ ଜରୁରୀ ବୀମା ନେଉଛନ୍ତି ତେବେ ଆପଣଙ୍କର କୌଣସି ଅସୁବିଧା ହେଲେ ଏହି ବୀମା ଆପଣଙ୍କର ସମାଧାନ କରିପାରିବ । ତେବେ ଏଥିପାଇଁ ଆପଣଙ୍କୁ କୌଣସି ମୋଟା ରକମର ଟଙ୍କା ଦେବାକୁ ପଡିବ ନାହିଁ । ଆପଣଙ୍କୁ ମାତ୍ର ୩୫ ପଇସାରେ ୧୦ ଲକ୍ଷ ଟଙ୍କାର ବୀମା ମିଳିପାରିବ । କିପରି ଏହି ବୀମା ପାଇବେ ଆସନ୍ତୁ ଜାଣିବା..

ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରିବାକୁ ଆଇଆରସିଟିସି ମାଧ୍ୟମରେ ଟିକେଟ୍ ବୁକ୍ କରନ୍ତି, ସେତେବେଳେ ଆପଣ ୩୫ ପଇସା ପାଇଁ ବୀମା ପାଇବାର ଅପ୍ସନ
ପାଇବେ । ଯଦି ଯାତ୍ରା ସମୟରେ କୌଣସି ଦୁର୍ଘଟଣା, ଦୁର୍ଘଟଣା ରେ କିଛି ଅଙ୍ଗ ଖରାପ ହୋଇଯିବା , ପୂର୍ଣ୍ଣ ଅକ୍ଷମତା, ଆଘାତ କିମ୍ବା ଗୁରୁତର ଆଘାତ ଏବଂ ଯାତ୍ରା ସମୟରେ ମୃତ୍ୟୁ ହେଲେ ଆପଣଙ୍କ ଚିକିତ୍ସା ଖର୍ଚ୍ଚ ଏହି ୩୫ ପଇସା ବୀମା ବହନ କରିବ । ୧୦ ଲକ୍ଷ ଟଙ୍କାର ବୀମା ସୁବିଧା ପ୍ରଦାନ କରିବ ।

ବାଲେଶ୍ୱର ବାହାନଗାଠାରେ ଟ୍ରେନ୍ ଦୁର୍ଘଟଣା ଦେଶର ସମସ୍ତଙ୍କୁ ଭୟଭୀତ କରାଇଥିବା ବେଳେ ଏହି ସମୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ରେଳ ସୁବିଧା ବିଷୟରେ ଜଣାଇବା ସବୁଠୁ ବଡ ଆଲୋଚନା ପାଲଟିଛି। ଭାରତୀୟ ରେଳ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ ଯଥା IRCTC ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ କରିବା ସମୟରେ ଯାତ୍ରୀମାନଙ୍କୁ ବୀମା ସୁବିଧା ଯୋଗାଇ ଦେଉଛି । ଏହି ବୀମା ଅନୁଯାୟୀ ଟ୍ରେନ୍ ଦୁର୍ଘଟଣାରେ ଆହତ ଓ ମୃତ ଲୋକଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି ।

ଭାରତରେ ଦୀର୍ଘ ଯାତ୍ରା ପାଇଁ ଲୋକମାନେ ଟ୍ରେନ୍ ଯାତ୍ରାକୁ ଅଧିକ ପସନ୍ଦ କରନ୍ତି, କାରଣ ଏହା ଶସ୍ତା ଓ ସୁବିଧା ଜନକ । ବର୍ତ୍ତମାନ ଦେଶରେ ଡିଜିଟାଇଜେସନ୍ ପାଇଁ ଟିକେଟ କାଉଣ୍ଟରରୁ ଟିକେଟ୍ ନେବା ପରିବର୍ତ୍ତେ ଲୋକମାନେ ଅନଲାଇନରେ ଟିକେଟ୍ ବୁକ୍ କରିବାକୁ ବେଶି ପସନ୍ଦ କରନ୍ତି । ଯେଉଁଥିରେ ସେମାନେ ନିଜ ସିଟ୍ ବାଛିବା ଠାରୁ ଖାଇବା ପିଇବା ପର୍ଯ୍ୟନ୍ତ ଅନେକ ବିକଳ୍ପ ପାଇଥାଆନ୍ତି । ତେବେ ଏଥିରେ ଅନ୍ୟ ଏକ ବିକଳ୍ପ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି, ଯାହା ଲୋକମାନେ ଅନଲାଇନରେ ଟିକେଟ ବୁକିଂ କରିବା ସମୟରେ ପାଇଥା’ନ୍ତି । ଏହି ବିକଳ୍ପ ହେଉଛି ବୀମା କରିବା । ଏହା ଅନୁଯାୟୀ, ଯାତ୍ରା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ହୋଇଥିବା କ୍ଷତି ପାଇଁ ଲୋକଙ୍କୁ କ୍ଷତିପୂରଣ ଦିଆଯାଏ ।

ଆଇଆରସିଟିସି ମାଧ୍ୟମରେ ଟିକେଟ୍ ବୁକିଂ କରୁଥିବାବେଳେ ଯାତ୍ରୀମାନଙ୍କୁ ପ୍ରାୟ ୩୫ ପଇସାର ଜିରୋ ପ୍ରିମିୟମରେ ୧୦ ଲକ୍ଷ ଟଙ୍କା ବୀମା ପ୍ରଦାନ କରାଯାଇଛି। ତେବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଯେତେବେଳେ ଆପଣ ଟ୍ରେନ୍ ଟିକେଟ୍ ବୁକ୍ କରନ୍ତି ସେତେବେଳେ ଏହି ସବୁ ସୁବିଧା ପ୍ରତି ନଜର ପକାଇବେ ତେବେ ଯାଇ ଲାଭବାନ ହୋଇପାରିବେ ।

D Sonali

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

48 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

3 hours ago