ଦେଶ ବିଦେଶ

ବାଂଲାଦେଶର ଦକ୍ଷିଣ ସୁର୍‌ମାରେ ଭୀଷଣ ଦୁର୍ଘଟଣା, ୧୩ ମୃତ

ବାଂଲାଦେଶର ଦକ୍ଷିଣ ସୁରମା ଉପଜିଲ୍ଲାର ନଜିର୍‌ ବଜାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ସହ ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ପାଖାପାଖି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ମଧ୍ୟ ହୋଇଛନ୍ତି। ସିଲହଟ-ଢାକା ରାଜପଥରେ ଟ୍ରକ୍‌ ଓ ପିକ୍‌ଅପ ଭ୍ୟାନ୍‌ ମଧ୍ୟରେ ଜୋର୍‌ଦାର ଧକ୍କା ହୋଇଥିଲା।

ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ ପୋଲିସ କହିଛି ଯେ ମୃତକମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪ ଜଣଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ସମସ୍ତ ମୃତକ ସୁନାମଗଞ୍ଜ ଜିଲ୍ଲାର ବାସିନ୍ଦା ଥିଲେ।

ପୋଲିସ ସୂଚନା ମୁତାବକ, ଦୁର୍ଘଟଣା ସକାଳ ପାଖାପାଖି ସାଢ଼େ ୫ଟା ବେଳେ ହୋଇଛି। ବାଲି ବୋଝେଇ ଏକ ଟ୍ରକ୍‌ କୁତୁବପୁର ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକ୍‌ଅପ ଭ୍ୟାନ୍‌କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଭ୍ୟାନ୍‌ରେ ୨୦ରୁ ଅଧିକ ଶ୍ରମିକ ଥିଲେ ଏବଂ ସେମାନେ ତାଜପୁର ଅଭିମୁଖେ ଯାଉଥିଲେ।

ସୂଚନା ଅନୁସାରେ, ଦୁର୍ଘଟଣା ପରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ପରେ ୩ ଘଣ୍ଟା ଧରି ଜାତୀୟ ରାଜପଥ ଟ୍ରାଫିକ୍‌ ଜାମ୍‌ ରହିଥିଲା। ସକାଳ ପାଖାପାଖି ୮ଟା ବେଳେ ରାସ୍ତା ଜାମ୍‌ ହଟିଥିଲା।

Roshni

Recent Posts

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

2 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

3 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

3 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

4 hours ago