ଦେଶ ବିଦେଶ

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା ଦ୍ୱିତୀୟ ତଥା ଶେଷ ଦିନ । ପିଏମ୍ ମୋଦି ଶନିବାର ସୂର୍ଯ୍ୟୋଦୟ ସମୟରେ ‘ସୂର୍ଯ୍ୟ ଅର୍ଘ୍ୟ’ ପ୍ରଦାନ କରି ଶେଷ ଦିବସରେ ନିଜର ଧ୍ୟାନ ଆରମ୍ଭ କରିଥିଲେ । ଦ୍ୱିପ୍ରହର ୧ଟା ୩୦ରେ ସେ ଧ୍ୟାନ ସମାପ୍ତ କରିଥିଲେ ।

ପିଏମ୍ ମୋଦି ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସହିତ ନିଜର ଦିନ ଆରମ୍ଭ କରିଥିଲେ । ଅଧିକାରୀ ସୂତ୍ର ମୁତାବକ, ସେ ଏକ ପାରମ୍ପରିକ ଛୋଟ ପାତ୍ରରେ ସମୁଦ୍ରର ପାଣି ଅର୍ଘ୍ୟ ରୂପରେ ଭରିଥିଲେ ଏବଂ ଜପା ମାଳି ଧରି ପ୍ରାର୍ଥନା କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଗେରୁଆ ବସ୍ତ୍ର ପରିଧାନ କରିଥିଲେ । ସେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମାରେ ପୁଷ୍ପାଞ୍ଜଳି ଅର୍ପଣ କରି ମଣ୍ଡପ ଚାରିପଟେ ପରିକ୍ରମା କରିଥିଲେ ।

କହି ରଖୁଛୁ ଯେ କନ୍ୟାକୁମାରୀ ନିଜର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ପାଇଁ ପ୍ରସିଦ୍ଧ । ଏହି ପଥର ସ୍ମାରକୀ ଉପକୂଳବର୍ତ୍ତୀ ଏକ ଛୋଟିଆ ଟାପୁ ଉପରେ ତିଆରି ହୋଇଛି । ବିବେକାନନ୍ଦ ରକ୍ ମେମୋରିଆଲ୍‌ରେ ପିଏମ୍ ମୋଦି ମେ’ ୩୦ ସନ୍ଧ୍ୟାରେ ନିଜର ଧ୍ୟାନ ଆରମ୍ଭ କରିଥିଲେ ।

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ ହେବା ପରେ ପିଏମ୍ ତାମିଲନାଡ଼ୁର କନ୍ୟାକୁମାରୀ ପହଞ୍ଚିଥିଲେ । ଗୁରୁବାର ଏଠାରେ ପହଞ୍ଚିବା ପରେ ସର୍ବପ୍ରଥମେ ସେ ଦେବୀ କନ୍ୟାକୁମାରୀଙ୍କୁ ସମର୍ପିତ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହି ମନ୍ଦିରକୁ ଭଗବତୀ ଅମ୍ମନ ମନ୍ଦିର ମଧ୍ୟ କୁହାଯାଏ ।

ଆଜକୁ ୧୩୧ ବର୍ଷ ପୂର୍ବେ ଯେବେ ସ୍ୱାମୀ ବିବେକାନନ୍ଦ ୧୮୯୨ରେ କନ୍ୟାକୁମାରୀ ଆସିଥିଲେ, ସେବେ ସେ ମଧ୍ୟ ସମୁଦ୍ର ଶିଳା ଉପରେ ଧ୍ୟାନ କରିବା ପୂର୍ବରୁ ଏହି ମନ୍ଦିରରେ ଶକ୍ତିପାଠ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦି ବି ଏହି ମନ୍ଦିରରେ ଦର୍ଶନ ସହିତ ଧ୍ୟାନ ଆରମ୍ଭ କରିଥିଲେ ।

Roshni

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

11 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

20 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

29 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

45 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

60 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago