ରାଜ୍ୟ

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ପୁରୀର ଜଣେ ଶିକ୍ଷୟତ୍ରୀ । ପୁରୀ ବଡ଼ ଦାଣ୍ଡ ସ୍ଥିତ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ତାଙ୍କ ସ୍ୱାମୀ ଶାରଦା ପ୍ରସନ୍ନ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଅବସରରେ ଜଣେ ଦଶମ ଶ୍ରେଣୀର ମେଧାବୀ ଛାତ୍ରୀ ଆରାଧନା ମହାନ୍ତିଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ତେବେ ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି କହିଛନ୍ତି ସେ ନିଜ ସ୍ୱାମୀଙ୍କ ପ୍ରତେକ ଶ୍ରାଦ୍ଧବାର୍ଷିକ ଅବସରରେ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବା ଲାଗି ଆର୍ଥିକ ରାଶି ସହାୟତା କରିଥାନ୍ତି । ସ୍ୱାମୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି ଏବଂ ତାଙ୍କ ପରିବାର ଲୋକେ ମିଶି ସ୍ଥିର କରିଥିଲେ ଯେ ସେ ପ୍ରତ୍ୟକ ଶ୍ରାଦ୍ଧବାର୍ଷିକୀରେ ଜଣେ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଦଶ ହଜାର ଟଙ୍କା ଦେବେ ।

ତେଣୁ ଆଜି ମଧ୍ୟ ସ୍ୱାମୀଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଅବସରରେ ସେହି ବିଦ୍ୟାଳୟର ଜଣେ ଛାତ୍ରୀକୁ ଦଶ ହଜାର ଟଙ୍କା ପ୍ରଦାନ କରି ସ୍ୱାମୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାଦ୍ୱାରା ତାଙ୍କୁ ଶାନ୍ତି ଏବଂ ଖୁସି ମିଳିଥାଏ ଏବଂ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କର ଏହି ମହତ କାର୍ଯ୍ୟରେ ଅତ୍ୟନ୍ତ ଖୁସି ହେଉଥିବେ ବୋଲି ଶିକ୍ଷୟତ୍ରୀ କହିଛନ୍ତି । ମେଧାବୀ ଛାତ୍ରୀ ଆରାଧନା ମଧ୍ୟ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ପଇସାରେ ସେ ଆଗାମୀ ଉଚ୍ଚ ଶିକ୍ଷା ଆରମ୍ଭ କରିବେ ବୋଲି କହିଛନ୍ତି ।

ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ନିଜ କଥା ବୁଝିବାକୁ ବି ସମୟ ନାହିଁ । କିନ୍ତୁ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । ସେହି ମଧ୍ୟରୁ ଜଣେ ହେଉଛନ୍ତି ଶିକ୍ଷୟତ୍ରୀ ଅନ୍ନଦା ମହାନ୍ତି । ପୁରୀର ଏହି ଶିକ୍ଷୟତ୍ରୀଙ୍କ ମହାନ କାର୍ଯ୍ୟକୁ ସହରବାସୀ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ।

ଆଜିକାଲି ଯୁଗରେ ଏଭଳି ନିସ୍ଵାର୍ଥପର ସେବାଭାବ ଖୁବ କମ ଦେଖିବାକୁ ମିଳିଥାଏ ଏବଂ ଏହି ପରି କାହାଣୀ ଆମକୁ ଅନେକ ମଧ୍ୟ ପ୍ରେରଣା ଯୋଗାଇଥାଏ । ଅନ୍ନଦାଙ୍କ ଏଭଳି ସେବା ମନୋଭାବାନା ଦ୍ୱାରା ଅନେକ ଗରିବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିଭଳି ଉଜ୍ଜ୍ୱଳ ହୋଇପାରୁଛି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

Srujanika Panda

Recent Posts

କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ବ୍ରହ୍ମପୁର : ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ହାଇୱାକୁ ପିଟିହେଲା ବସ ।   ଅଳ୍ପକେ ବର୍ତ୍ତିଲେ ୪୦…

28 mins ago

କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ…

1 hour ago

ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ : ତାରାପ୍ରସାଦ ବାହିନୀପତି

କେନ୍ୟୁଜ(ବ୍ୟୁରୋ) : ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି…

1 hour ago

ମନ୍ଦିର ପରିସରରୁ ମୟୁର, ଶାରୀ, ଶୁଆ ଉଦ୍ଧାର କଲେ ବନବିଭାଗ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜିକାଲି ଘରେ ପକ୍ଷୀମାନଙ୍କୁ ପଞ୍ଜୁରୀରେ ରଖିବା ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । ନିଜ ସଉକ ପାଇଁ କଥା…

2 hours ago

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌…

2 hours ago

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

3 hours ago