ବ୍ୟବସାୟ ଓ ଅର୍ଥନୀତି

ଏବେ ରେଳ ଯାତ୍ରୀଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ଅତିରିକ୍ତ ଶୁଳ୍କ, IRCTC ଦେଲା ନୂଆ ସୂଚନା

ଟ୍ରେନରେ ଲଙ୍ଗ୍‌ ଜର୍ଣ୍ଣି କରିବାର ମଜା ଅଲଗା। ଭାରତୀୟ ରେଳରେ ତ ଲମ୍ବା ଯାତ୍ରା କରିବା ସବୁବେଳେ ଆରାମଦାୟକ ରହିଥାଏ। ଯଦି ଆପଣ ମଧ୍ୟ ପ୍ରାୟ ସମୟରେ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ ଭାରତୀୟ ରେଳର କିଛି ନିୟମ ବିଷୟରେ ଜାଣିବା ଉଚିତ। ଯଦି ଆପଣଙ୍କୁ ଏହି ନିୟମ ବିଷୟରେ ଜଣାଥାଏ, ତାହେଲେ କୌଣସି ବି ପରିସ୍ଥିତିରେ ଏହା ଆପଣଙ୍କ କାମରେ ଆସିପାରେ। ରେଳର ନିୟମ ବିଷୟରେ ଜଣାଥିଲେ ସହଯାତ୍ରୀ, ରେଳବାଇ ଷ୍ଟାଫ୍‌ କିମ୍ବ ଅଫିସର ଆପଣଙ୍କ ସାଥିରେ କୌଣସି ଦୁର୍ବ୍ୟବହାର କରିପାରିବେନାହିଁ।

ଏବେ ଆମେ ଯେଉଁ ନିୟମ ସମ୍ପର୍କରେ କହିବୁ ତାହା ରହିଛି କାଟରିଂ ଟୁରିଜିମ କର୍ପୋରେସନ ନେଇକି…ଇଣ୍ଡିଆନ ରେଲେଓ କାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଏବେ କାଟରିଂ ସେବା ଉପରେ ଲାଗୁଥିବା ଅତିରିକ୍ତ ୫୦ ଟଙ୍କା ଶୁଳ୍କ ଆଦାୟ କରିପାରିବ ନାହିଁ। ଏଥିରେ ଭାରତୀୟ ରେଳ ବୋର୍ଡ ଆଇଆରସିଟିସି ଏକ ଆଦେଶ ଜାରି କରିଛି। ଯାତ୍ରୀ ମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କେବେଠୁ ଆଉ କେଉଁ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ…

ଏବେ ଆଇଆରସିଟିସି ବିଭାଗ ପ୍ରିମିୟମ ଟ୍ରେନରେ ଲାଗୁଥିବା ସର୍ଭିସ ଚାର୍ଜକୁ ଆଉ ଆଦାୟ କରିପାରିବ ନାହିଁ। ରେଳ ବିଭାଗ ଏଥିାପାଇଁ ସୁର୍କଲାର ଜାରି କରିଛି। ପୂର୍ବରୁ ଥିବା ନିୟମ ଅନୁଯାୟୀ ଆଇଆରସିଟିସି ବିଭାଗ ଖାଦ୍ୟ ପାନୀୟ ଉପରେ ୫୦ ଟଙ୍କା ସର୍ଭିସ ଚାର୍ଜ ଅତିରିକ୍ତ ଆଦାୟ କରୁଥିଲା। ଏହା ସେହି ଯାତ୍ରୀଙ୍କ ପାଇଁ ଲାଗୁ ହୋଇଥାଏ ଯେଉଁମାନେ ଟିକେଟ ବୁକିଂ ସମୟରେ ଖାଇବା ଅପସନ ଉପରେ ଟିକ କରିନଥିବେ।

ତେବେ ରେଳ ବିଭାଗ ଏହି ନିୟମ ବନ୍ଦେ ଭାରତ, ଦୁରନ୍ତୋ , ରାଜଧାନୀ ଓ ଶତାବ୍ଦୀ ଭଳି ଟ୍ରେନରେ ଥିବା କାଟରିଂ ସେବା ର ବିକଳ୍ପ ଚୁଜ୍‌ କରିନଥିବା ଚା ଉପରେ ୫୦ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରେ। ଏମିତିରେ ଯାତ୍ରୀଙ୍କୁ ଏବେ ଅନେକ ସହାୟତା ମିଳିବ ବୋଲି କୁହାଯାଇଛି।

ଗୋଟିଏ ପଟେ ରେଳ ବିଭାଗ ଚା ଉପରେ ଅତିରିକ୍ତ ଶୁଳ୍କ କୁ ହଟାଇବା ସହ ଅନ୍ୟ ପକ୍ଷରେ ଆଇଆସିଟିସି ବିଭାଗ ଟ୍ରେନରେ ମିଳୁଥିବା ଖାଦ୍ୟ ର ଦାମ ମଧ୍ୟ ବଢ଼ାଇଛନ୍ତି। ଏବେ ଯାତ୍ରୀଙ୍କୁ ଜଳଖିଆ ତଥା ଅନ୍ୟାନ୍ୟ ଖାଦ୍ୟ ଉପରେ ୫୦ ଟଙ୍କା ଅଧିକ ଦେବାକୁ ହେବ।

କିଛି ଦିନ ପୂର୍ବେ ରେଳ ବିଭାଗର ଏକ ବିଲ୍‌ ମଧ୍ୟ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ ଚା ୨୦ ଟଙ୍କା ଓ ତା ଉପରେ ୫୦ ଟଙ୍କାର ସର୍ଭିସ ଚାର୍ଜ ମଧ୍ୟ ଲାଗୁ ହୋଇଥିଲା। ଏହି ବିଲକୁ ନେଇ ଆଇଆରସିଟିସି ଅନେକ ଥର ଆଲୋଚନା ମଧ୍ୟ କରିଥିଲା। ଜୁଲାଇ ୨୦୨୨ରେ ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି ହୋଟେଲ ଓ ରେସ୍ତୋରାଁ ରେ ଲାଗୁଥିବା ସେବା ଶୁଳ୍କ ଉପରେ ମଧ୍ୟ ରୋକ ଲଗାଇଥିଲେ।

ତେବେ ଏବେର ଲାଟେଷ୍ଟ ଅପଡେଟ ରେଳ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ରୁ ଜଣାପଡ଼ିଛି।

D Sonali

Recent Posts

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

2 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

8 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

20 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

26 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

30 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

31 mins ago