ଏବେ ରେଳ ଯାତ୍ରୀଙ୍କୁ ଆଉ ଦେବାକୁ ପଡ଼ିବ ନାହିଁ ଅତିରିକ୍ତ ଶୁଳ୍କ, IRCTC ଦେଲା ନୂଆ ସୂଚନା

ଟ୍ରେନରେ ଲଙ୍ଗ୍ ଜର୍ଣ୍ଣି କରିବାର ମଜା ଅଲଗା। ଭାରତୀୟ ରେଳରେ ତ ଲମ୍ବା ଯାତ୍ରା କରିବା ସବୁବେଳେ ଆରାମଦାୟକ ରହିଥାଏ। ଯଦି ଆପଣ ମଧ୍ୟ ପ୍ରାୟ ସମୟରେ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ ଭାରତୀୟ ରେଳର କିଛି ନିୟମ ବିଷୟରେ ଜାଣିବା ଉଚିତ। ଯଦି ଆପଣଙ୍କୁ ଏହି ନିୟମ ବିଷୟରେ ଜଣାଥାଏ, ତାହେଲେ କୌଣସି ବି ପରିସ୍ଥିତିରେ ଏହା ଆପଣଙ୍କ କାମରେ ଆସିପାରେ। ରେଳର ନିୟମ ବିଷୟରେ ଜଣାଥିଲେ ସହଯାତ୍ରୀ, ରେଳବାଇ ଷ୍ଟାଫ୍ କିମ୍ବ ଅଫିସର ଆପଣଙ୍କ ସାଥିରେ କୌଣସି ଦୁର୍ବ୍ୟବହାର କରିପାରିବେନାହିଁ।
ଏବେ ଆମେ ଯେଉଁ ନିୟମ ସମ୍ପର୍କରେ କହିବୁ ତାହା ରହିଛି କାଟରିଂ ଟୁରିଜିମ କର୍ପୋରେସନ ନେଇକି…ଇଣ୍ଡିଆନ ରେଲେଓ କାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ ଏବେ କାଟରିଂ ସେବା ଉପରେ ଲାଗୁଥିବା ଅତିରିକ୍ତ ୫୦ ଟଙ୍କା ଶୁଳ୍କ ଆଦାୟ କରିପାରିବ ନାହିଁ। ଏଥିରେ ଭାରତୀୟ ରେଳ ବୋର୍ଡ ଆଇଆରସିଟିସି ଏକ ଆଦେଶ ଜାରି କରିଛି। ଯାତ୍ରୀ ମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କେବେଠୁ ଆଉ କେଉଁ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ…
ଏବେ ଆଇଆରସିଟିସି ବିଭାଗ ପ୍ରିମିୟମ ଟ୍ରେନରେ ଲାଗୁଥିବା ସର୍ଭିସ ଚାର୍ଜକୁ ଆଉ ଆଦାୟ କରିପାରିବ ନାହିଁ। ରେଳ ବିଭାଗ ଏଥିାପାଇଁ ସୁର୍କଲାର ଜାରି କରିଛି। ପୂର୍ବରୁ ଥିବା ନିୟମ ଅନୁଯାୟୀ ଆଇଆରସିଟିସି ବିଭାଗ ଖାଦ୍ୟ ପାନୀୟ ଉପରେ ୫୦ ଟଙ୍କା ସର୍ଭିସ ଚାର୍ଜ ଅତିରିକ୍ତ ଆଦାୟ କରୁଥିଲା। ଏହା ସେହି ଯାତ୍ରୀଙ୍କ ପାଇଁ ଲାଗୁ ହୋଇଥାଏ ଯେଉଁମାନେ ଟିକେଟ ବୁକିଂ ସମୟରେ ଖାଇବା ଅପସନ ଉପରେ ଟିକ କରିନଥିବେ।
ତେବେ ରେଳ ବିଭାଗ ଏହି ନିୟମ ବନ୍ଦେ ଭାରତ, ଦୁରନ୍ତୋ , ରାଜଧାନୀ ଓ ଶତାବ୍ଦୀ ଭଳି ଟ୍ରେନରେ ଥିବା କାଟରିଂ ସେବା ର ବିକଳ୍ପ ଚୁଜ୍ କରିନଥିବା ଚା ଉପରେ ୫୦ ଟଙ୍କା ଅତିରିକ୍ତ ଶୁଳ୍କ ଆଦାୟ କରେ। ଏମିତିରେ ଯାତ୍ରୀଙ୍କୁ ଏବେ ଅନେକ ସହାୟତା ମିଳିବ ବୋଲି କୁହାଯାଇଛି।
ଗୋଟିଏ ପଟେ ରେଳ ବିଭାଗ ଚା ଉପରେ ଅତିରିକ୍ତ ଶୁଳ୍କ କୁ ହଟାଇବା ସହ ଅନ୍ୟ ପକ୍ଷରେ ଆଇଆସିଟିସି ବିଭାଗ ଟ୍ରେନରେ ମିଳୁଥିବା ଖାଦ୍ୟ ର ଦାମ ମଧ୍ୟ ବଢ଼ାଇଛନ୍ତି। ଏବେ ଯାତ୍ରୀଙ୍କୁ ଜଳଖିଆ ତଥା ଅନ୍ୟାନ୍ୟ ଖାଦ୍ୟ ଉପରେ ୫୦ ଟଙ୍କା ଅଧିକ ଦେବାକୁ ହେବ।
କିଛି ଦିନ ପୂର୍ବେ ରେଳ ବିଭାଗର ଏକ ବିଲ୍ ମଧ୍ୟ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ ଚା ୨୦ ଟଙ୍କା ଓ ତା ଉପରେ ୫୦ ଟଙ୍କାର ସର୍ଭିସ ଚାର୍ଜ ମଧ୍ୟ ଲାଗୁ ହୋଇଥିଲା। ଏହି ବିଲକୁ ନେଇ ଆଇଆରସିଟିସି ଅନେକ ଥର ଆଲୋଚନା ମଧ୍ୟ କରିଥିଲା। ଜୁଲାଇ ୨୦୨୨ରେ ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି ହୋଟେଲ ଓ ରେସ୍ତୋରାଁ ରେ ଲାଗୁଥିବା ସେବା ଶୁଳ୍କ ଉପରେ ମଧ୍ୟ ରୋକ ଲଗାଇଥିଲେ।
ତେବେ ଏବେର ଲାଟେଷ୍ଟ ଅପଡେଟ ରେଳ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ରୁ ଜଣାପଡ଼ିଛି।