ବ୍ୟବସାୟ ଓ ଅର୍ଥନୀତି

ଭାରତୀୟ ରେଳବାଇର ନୂଆବର୍ଷ ଅଫର : ଅଯୋଧ୍ୟା,ବାରଣାସୀ ସମେତ ଏହି ୫ ସ୍ଥାନର ଦର୍ଶନ କରିପାରିବେ ମାତ୍ର ୭୫୦୦ ଟଙ୍କାରେ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ନୂଆବର୍ଷ ପାଇଁ IRCTC Tour Package ଅଫର ଦେଇଛି । ୨୦୨୨ ନୂଆ ବର୍ଷରେ ଯଦି ଆପଣ କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ଇଚ୍ଛା କରୁଛନ୍ତି କି ? ଏଥିପାଇଁ ରେଳବାଇ ଏକ ଖାସ ପ୍ୟାକେଜ ନେଇ ଆସିଛି । ଯେଉଁଥିରେ ଆପଣ ମାତ୍ର ୭,୫୦୦ ଟଙ୍କା ଦେଇ ଅଯୋଧ୍ୟା, ନନ୍ଦୀଗ୍ରାମ, ବାରାଣସୀ, ପ୍ରୟାଗରାଜ, ଚିତ୍ରକୂଟ ବୁଲିବାର ମଜା ନେଇ ପାରିବେ । ଏ ସମ୍ପର୍କରେ IRCTC ଟ୍ଵିଟ କରି ଟାଇମ ଟେବଳ ସହ ଯାତ୍ରାର ବିବରଣୀ ଜଣାଇଛି । ଜାଣନ୍ତୁ କ’ଣ ରହିଛି ପୁରା ପ୍ୟାକେଜ ।

ଟୁର୍‌ ପ୍ୟାକେଜ :

•  ପ୍ୟାକେଜ ନାମ – Rampath Yatra Special Tourist Train

•  କେଉଁ ସ୍ଥାନରେ ମିଳିବ ବୁଲିବାର ମଜା – ଅଯୋଧ୍ୟା, ନନ୍ଦୀଗ୍ରାମ, ବାରାଣସୀ, ପ୍ରୟାଗରାଜ, ଚିତ୍ରକୂଟ

•   ଯାତ୍ରା କରିବାର ମାଧ୍ୟମ – ଟ୍ରେନ

•   ଷ୍ଟେସନ ଓ ପ୍ରସ୍ତାନ ସମୟ – ସାବରମତୀ ଜଙ୍କସନ, ସମୟ- ୦୬ : ୦୫

•  କ୍ଲାସ – ସେକେଣ୍ଡ ସ୍ଲିପର/ଥାର୍ଡ ଏସି

•  କେତେ ଦିନ ହେବ ଯାତ୍ରା – ୭ ରାତି ଓ ୮ ଦିନ

•  ବୁଲିବାର ତାରିଖ – ୨୫ ଡିସେମ୍ବର ରୁ ୧ ଜାନୁଆରୀ

courtesy  : irctc.co.in

କେତେ ହେବ ଭଡ଼ା :

• ସ୍ଲିପର କ୍ଲାସରେ ଯାତ୍ରା ପାଇଁ ପ୍ରତି ବ୍ୟକ୍ତିଙ୍କୁ ଦେବାକୁ ପଡିବ ୭,୫୬୦ ଟଙ୍କା । ସେହିପରି ଥାର୍ଡ ଏସି କ୍ଳାସରେ ଯିବା ପାଇଁ ପ୍ରତି ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ ୧୨,୬୦୦ ଟଙ୍କା । ହେଲେ ୫ ବର୍ଷରୁ କମ ବୟସର ଯାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

• ବୋର୍ଡିଂ ଓ ଡି-ବୋର୍ଡିଂ ପଏଣ୍ଟ

• ସାବରମତି ଜଂକସନ, ଆଣନ୍ଦ, ଛାୟାପୁରୀ, ଗୋଧରା, ଦାହୋଦ, ରତଲାମ, ନାଗଦା, ଉଜ୍ଜେନ, ମକ୍ସୀ, ଶୁଜାଲପୁର, ସିହୋର,ଏସ୍‌ ହିରଦାରାମନଗର, ବିଦିଶା, ଗଂଜ ବସୌଦା, ବୀନା, ଝାନ୍ସୀ

କ’ଣ ସବୁ ସୁବିଧା ମିଳିବ :

ରାତିରେ ଯାତ୍ରୀଙ୍କୁ ରହିବାର ସୁବିଧା ଫ୍ରିରେ ମିଳିବ । ଏଥିରେ ଧର୍ମଶାଳା ବା ମଲ୍ଟି ସେୟାରିଂ ହଲର ବ୍ୟବସ୍ଥା ହେବ । ଏହାଛଡ଼ା ସକାଳ ଚା,କଫି, ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ସୁବିଧା ଫ୍ରିରେ ମିଳିବ । ନନ୍‌ ଏସି ରୋଡ ଟ୍ରାନ୍ସଫର ର ସୁବିଧା ମିଳିବ ।

ଅଫିସିଆଲ ଲିଙ୍କ୍‌ରେ କରନ୍ତୁ କ୍ଲିକ୍‌ :

• ଏହି ପ୍ୟାକେଜର ଅଧିକ ଜାଣିବା ପାଇଁ ଏହି ‘‘https://www.irctctourism.com/pacakage_description?packageCode=WZPSTT12 ’’ଅଫିସିଆଲ ଲିଙ୍କ୍‌ରେ କ୍ଲିକ କରନ୍ତୁ ।

Niharanjan

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

18 mins ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

1 hour ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago