ଜିଓର ମନସୁନ୍ ଧମାକା ଅଫର : ୫୦୧ ଟଙ୍କାରେ ମିଳିବ ଜିଓ ମୋବାଇଲ

ନୂଆଦିଲ୍ଲୀ : ଗତକାଲି ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଛି ଜିଓ ମନସୁନ ଧମାକା ଅଫର। ଏହି ଅଫର ଅର୍ନ୍ତଗତ କେବଳ ୫୦୧ଟଙ୍କାରେ ଆପଣ ଜିଓ ୪ଜି ଫୋନର ଫାଇଦା ଉଠାଇପାରିବେ। ଯେକୌଣସି ପୁରୁଣା ଫିଚର ମୋବାଇଲକୁ ବଦଳାଇବା ସହ କେବଳ ୫୦୧ ଟଙ୍କାରେ ଆପଣ ଜିଓର ୧୫,୦୦ଟଙ୍କିଆ ନୂଆ ଫୋନ ନେଇ ପାରିବେ। ଏହି ଜିଓ ମୋବାଇଲଟି ପୂର୍ବ ବର୍ଷ ୧୫୦୦ ଟଙ୍କାରେ ଲଞ୍ଚ ହୋଇଥିବା ବେଳେ ଏଥିରେ ହ୍ବାଟ୍ସଆପ, ୟୁଟ୍ୟୁବ୍, ଫେସବୁକ୍ ଏବଂ ଗୁଗୁଲ ଆସିଷ୍ଟାଣ୍ଡ ଆଦିର ସୁବିଧା ରହିଛି।

ଏପରି କରନ୍ତୁ ଏହାକୁ ଅଡ଼ର:

ଏଥିପାଇଁ ଜିଓ ୱେବସାଇଟ ବା ମାଇ ଜିଓ ଆପରେ ପ୍ରଥମେ ରେଜିଷ୍ଟେସନ୍ କରନ୍ତୁ। ଏହି ଆପକୁ ଖୋଲିବା ମାତ୍ରେ ଜିଓ ମନସୁନ୍ ହଙ୍ଗାମା ଅଫର ନାମକ ନୋଟିଫିକେସନ ଆସିବ। ଏହାକୁ କ୍ଲିକ୍ କରିବା ପରେ ଆପଣଙ୍କୁ ମୋବାଇଲ ନମ୍ବର , ନାମ ଏବଂ ଇମେଲ ଆଇଡ଼ି ଦେବାକୁ ପଡ଼ିବ। ଯାହାପରେ ଆପଣଙ୍କ ନମ୍ବର ରେଜିଷ୍ଟେଶନ ହୋଇଯିବ। ଏବଂ ଆପଣଙ୍କୁ ପୁରୁଣା ଫୋନ ସହ ଆଧାର କାର୍ଡ ଏବଂ ୫୦୧ ଟଙ୍କା ନେଇ ରିଲାଏନ୍ସ ଷ୍ଟୋରକୁ ଯିବାକୁ ପଡ଼ିବ। ସେଠାରେ ଗ୍ରାହକସେବା ଅଧିକାରୀ ଆପଣଙ୍କର ସମସ୍ତ ଡ଼ାଟା ଚେକ୍ କରି ନୂଆ ଜିଓ ଫୋନ ଦେବେ।

ଜିଓ ମୋବାଇଲର ଫିଚର :

ଜିଓ ମୋବାଇଲ ୪ଜି ସପୋର୍ଟ ହେବା ସହ ୨.୪ ଇଞ୍ଚ ସ୍କ୍ରିନ୍ ଡ଼ିସପ୍ଳେ ବିଶିଷ୍ଟ। ଏଥିରେ ୨୦୦୦ ଏମଏଏଚ ବ୍ୟାଟେରୀ ରହିଥିବା ବେଳେ ୫୧୨ ଏମବି ରାମ୍ ଏବଂ ୪ଜିବି ଷ୍ଟୋରେଜ ରହିଛି। ୨ ମେଗାଫିକ୍ସଲ ରିୟର କ୍ୟାମେରା ଏବଂ ୦.୩ ମେଗାଫିକ୍ସଲ ଫ୍ରଣ୍ଟ ରହିଛି।
ଜିଓ ମନସୁନ ଅଫର ଅନ୍ତର୍ଗତ ଜିଓ ଫୋନ ସହିତ ରିଚାର୍ଜ ପ୍ଲାନ ମଧ୍ୟ ଲଞ୍ଚ କରିଛି। ନୂଆ ପ୍ଲାନ୍ ଅନ୍ତର୍ଗତ ୫୯୪ ଟଙ୍କାରେ ୬ମାସ ପର୍ୟ୍ୟନ୍ତ ଅନଲିମିଟେଡ଼ ଡ଼ାଟା ସହ କଲିଂର ସୁବିଧା ମଧ୍ୟ ରହିଛି। କମ୍ପାନୀ ଏକ୍ସଚେଞ୍ଜ ଅଫରରେ ୯୦ ଜିବି ଡ଼ାଟା ଗ୍ରାହକଙ୍କୁ ୬ମାସ ଭାଲିଡ଼ିଟି ମାଗଣା ମିଳିବ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

29 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

41 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

53 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

57 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago