ଆଇଆରସିଟିସିର ଏହି ୬ ଅଜବ ନିୟମ : ଯାହା କରିବ ଆପଣଙ୍କୁ ଚକିତ

ଟ୍ରେନ ଟିକେଟ ବୁକିଙ୍ଗ ଏବଂ ତାହାର ରଦ୍ଦ କରିବାର ନିୟମ ସମସ୍ତଙ୍କୁ ଜଣା ଅଛି। ରେଳ ସେବା ସମ୍ବନ୍ଧରେ କିଛି ଏମିତି ନିୟମ ଅଛି ଯାହା ବିଷୟରେ ସମସ୍ତଙ୍କୁ ଜଣା ନାହିଁ ଏବଂ ସହଜରେ ଏହାର ସୂଚନା ମିଳେ ନାହିଁ । କିନ୍ତୁ ଯଦି ଏହି ନିୟମ ଆପଣଙ୍କୁ ଜଣା ପଡିଯାଏ ତେବେ ଏହା ଦ୍ବାରା ଆପଣଙ୍କୁ ବହୁତ ଫାଇଦା ମିଳିଥାଏ। ଭାରତୀୟ ରେଳ ବର୍ତ୍ତମାନ ବହୁତ ଉନ୍ନତି କରିଲାଣି। ଆଇଆରସିଟିସିରେ ଟ୍ରେନର ବୁକିଙ୍ଗ କରିବା ଏବଂ ଟ୍ରେନରେ ଯାଗା ପାଇବା ସେତିକି ଅସୁବିଧା ହୋଇଥାଏ ଯେତିକି ଟ୍ରେନର ସମୟ ଭିତରେ ପହଁଞ୍ଚିବା। କିନ୍ତୁ ଆଇଆରସିଟିସିର କିଛି ଏମିତି ସୁବିଧା ଅଛି ଯାହାଦ୍ବାରା ଯାତ୍ରୀମାନଙ୍କୁ ବହୁତ ଉପକାର ମିଳିଥାଏ। ଆସନ୍ତୁ ଜାଣିବା ଆଇଆରସିଟିସିର ଏହି ସବୁ ନିୟମ ସମ୍ପର୍କରେ ।

ନିଜ ଟିକେଟରେ ଅନ୍ୟ ଜଣଙ୍କୁ ପଠାଇବା

ଆଇଆରସିଟିସି ଏମିତି ନିୟମ କରିଛି ଯେଉଁଥିରେ ଯଦି ସ୍ଟେଶନ ମାଷ୍ଟରଙ୍କୁ ଟ୍ରେନ ବାହାରିବାର ୨୪ ଘଣ୍ଟା ପୁର୍ବରୁ ଜଣାଇ ଦିଆଯାଏ ତେବେ ଷ୍ଟେସନ ମାଷ୍ଟର ଆପଣଙ୍କ ଟିକେଟ ଆପଣଙ୍କର କୌଣସି ରକ୍ତ ସମ୍ପର୍କଙ୍କ ନାମରେ ଟ୍ରାନ୍ସଫର କରିପାରିବେ। ଯାହା ଦ୍ବାରା ଆପଣଙ୍କ ସମ୍ପର୍କୀୟ ଯାତ୍ରା କରିପାରିବେ। ଏହାଛଡା ଆପଣ ଯଦି କୌଣସି ଛାତ୍ରଛାତ୍ରୀଙ୍କ ଯାଗାରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପଠାଇବା ପାଇଁ ଚାହିଁବେ। ତେବେ ଏଥିପାଇଁ ଷ୍ଟେସନ ମାଷ୍ଟରଙ୍କୁ ୪୮ ଘଣ୍ଟା ପୂର୍ବରୁ ସୂଚନା ଦେବାକୁ ପଡିବ।

ଟିକେଟ ହଜିଗଲେ ଡର ନାହିଁ

ଯଦି ଆପଣଙ୍କ କନଫର୍ମ ୱିଣ୍ଡୋ ଟିକେଟ ହଜିଯାଏ ତେବେ ଆପଣଙ୍କ ପାଇଁ ଏହାକୁ ନେଇ ଚିନ୍ତା କରିବା ଆବଶ୍ୟକତା ନାହିଁ। ମାତ୍ର କିଛି ଟଙ୍କାରେ ଏହି କାମ ହୋଇଯିବ। ଆପଣ ରିଜର୍ଭେସନ ୱିଣ୍ଡୋକୁ ଯାଇ ରିଜର୍ଭେସନ ଫର୍ମ ଭରନ୍ତୁ ଏବଂ ନିଜର ଆଇଡି ଦେଖାଇ ନୂଆ ଟିକେଟ ନେଇ ଯାଆନ୍ତୁ। ଯଦି ଆପଣଙ୍କ ଯାତ୍ରା ୫୦୦ କିଲୋମିଟରରୁ କମ, ତେବେ ୨୫% ଏବଂ ଯଦି ଏହାଠାରୁ ଅଧିକ ହୁଏ ତେବେ ୧୦% ଚାର୍ଜ ଦେବାକୁ ହେବ।

ଫ୍ରି ମେଡିକାଲ ସେବା

ଯଦି ଯାତ୍ରାରେ ସମୟରେ ଲୁ ଏବଂ ଅନ୍ୟାନ୍ୟ କିଛି ଲାଗିଯାଏ କିମ୍ବା ଶୀତରେ ଅଧିକ ଥଣ୍ଡାହେବା କାରଣରୁ ଜ୍ବର ଆସିଯାଏ, ତେବେ ଆପଣଙ୍କ ପାଇଁ ଟ୍ରେନରେ ଚିକିତ୍ସାର ସୁବିଧା ଯୋଗାଇ ଦିଆଯିବ। ଯଦି ଅଧିକ ରୋଗଗ୍ରସ୍ଥ ହୋଇଯିବେ ତେବେ ଟିଟିଙ୍କୁ କୁହନ୍ତୁ ଏବଂ ପରବର୍ତ୍ତୀ ଷ୍ଟେସନରେ ଡାକ୍ତର ଆପଣଙ୍କ ସିଟ ପାଖକୁ ଆସି ଯାଞ୍ଚ କରିବେ।

ଟ୍ରେନରେ ମଧ୍ୟ ଓଜନ ନିର୍ଦ୍ଧାରିତ କରାଯାଏ

କଣ ଆପଣ ଜାଣନ୍ତି ଟ୍ରେନରେ ମଧ୍ୟ ପ୍ଲେନ ଭଳି ଓଜନ ନିର୍ଦ୍ଧାରିତ ହୋଇଥାଏ? ଯଦି ଆପଣଙ୍କ ପାଖରେ ଓଜନ ଠାରୁ ଅଧିକ ଜିନିଷ ମିଳେ ତେବେ ଦଣ୍ଡ ବିଧାନ କରାଯିବ। ସୂଚନା ଅନୁଯାୟୀ, ଏସି ଫାଷ୍ଟ କ୍ଲାସରେ-୭୦ କିଲୋଗ୍ରାମ,ଏସି ଟୁ ଟାୟାରରେ -୫୦ କିଲୋଗ୍ରାମ , ଏସି ଥ୍ରୀ ଟାୟାର/ଏସି ଚେୟାର କାରରେ -୪୦ କିଲୋଗ୍ରାମ ଏବଂ ସେକେଣ୍ଡ କ୍ଲାସରେ -୩୫ କିଲୋଗ୍ରାମ ଲଗେଜ ଆପଣ ନେଇ ପାରିବେ ।

ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଇଆରସିଟିସି ଭାରତୀୟ ରେଳ ଏକ୍ସପ୍ରେସ ଯାତ୍ରୀମାନଙ୍କ ପାଇଁ ’ବର୍ତ୍ତମାନ କିଣନ୍ତୁ ଏବଂ ପରେ ପରିଶୋଧ କରନ୍ତୁ’ ସେବା ଆରମ୍ଭ ହେବାକୁ ଯାଉଛି। ଭାରତୀୟ ରେଳ କ୍ୟାଟରିଙ୍ଗ ଏବଂ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ଲିମିଟେଡର ଅଧିକାରୀଙ୍କ ହିସାବରେ, ଶୀଘ୍ର ଯାତ୍ରୀମାନେ ଆଇଆରସିଟିସିର ୱେବସାଇଟରୁ ଟିକେଟ କିଣି ପରେ ଟଙ୍କା ଦେଇପାରିବେ।

Pritiparna

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

12 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

23 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

36 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

39 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

59 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago