ଚାଇନା ପୋଲିସର ଅଜବ ନୀତି : ରାସ୍ତାରେ ଜବରଦସ୍ତ କାଟୁଛନ୍ତି ମହିଳାଙ୍କ ଳମ୍ବା କପଡ଼ା

ଆମ ଦେଶରେ ମହିଳାଙ୍କୁ ଛୋଟ କପଡା ପିନ୍ଧିବା ମନା ନାର୍ହି । ତେଣୁ ମହିଳା ମାନେ ନିଜ ମୁତାବକ ଛୋଟ କିମ୍ବା ବଡ ପୋଷାକ ପିନ୍ଧି ଥାନ୍ତି । ଏଥିରେ ତାଙ୍କ ଉପରେ କୌଣସିବି ରୋକ ଲଗାଯାଇ ନଥାଏ କି, ଛୋଟ କପଡା କାହିଁକି ପିନ୍ଧିଲ ବଡ କପଡା କାହିଁକି ପିନ୍ଧିଲ । ଏମିତିରେ ଆମେ ସବୁବେଳେ ମୁସଲମାନ୍ ମହିଳାଙ୍କୁ ବୁର୍ଖାରେ ଦେଖିଥାଉ । କାରଣ ଏମାନଙ୍କର ନିତି ନିୟମ ଏପରି ହୋଇଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ କପଡା ଲମ୍ବା ହେଇଥିଲେ ଏହାକୁ କଟା ଯାଏ ।

ଚିନରେ କିଛି ଏମିତି ନିୟମ ତିଆରି କରାଯାଉଛି ଯାହା ବହୁତ ଅଜବ । ସିଂଜିଆଙ୍ଗ ଠାରେ ମୁସଲମାନ୍ ମହିଳାଙ୍କ ଉପରେ ଏହି ନିୟମ ମଧ୍ୟ ଲାଗୁ କରାଯାଇଛି । ପ୍ରଥମେ ସ୍କୁଲର ଛୋଟ ଝିଅ ମାନଙ୍କୁ ଧାର୍ମିକ କାର୍ୟ୍ୟକ୍ରମରେ ଭାଗ ନେବାରେ ରୋକ ଲଗାଯାଇଛି ଏବଂ ଏବେ ମୁସଲମାନ୍ ମହିଳାଙ୍କ ଲମ୍ବା କପଡା ପିନ୍ଧା ଉପରେ ମଧ୍ୟ କଟକଣା ଲଗାଯାଇଛି ।

ଲମ୍ବା କପଡାରେ କାହିଁକି କାହାକୁ ବାଧା ଦେଇଥାଏ, କିନ୍ତୁ ପୂର୍ବ ର୍ତ୍ତୁକିସ୍ଥାନରେ ଚିନର ପୋଲିସ ମାନେ ଉଡିଗୁଡ୍ ମୁସଲମାନ୍ ମହିଳା ମାନଙ୍କ ଲମ୍ବା କପଡା ପିନ୍ଧିବା ଉପରେ ରୋକ ଲଗାଇଛନ୍ତି । ଏତିକି ନୁହେଁ ସେମାନେ କହୁଛନ୍ତି ଯେ ଯଦି କାହାକୁ ଲମ୍ବା କପଡାରେ ଦେଖିବେ ତାହାଲେ ସାଙ୍ଗେ ସାଙ୍ଗେ ସେହି ଠାରେ ହିଁ ତାଙ୍କର କପଡା କାଟି ଦେବେ ।

ଏହା ଜାଣିଲା ପରେ ଆପଣ ଆହୁରି ଆଶ୍ଚର୍ୟ୍ୟ ହେବେ ଯେ, ପୋଲିସ୍ ରାସ୍ତାରେ ଯାଉଥିବା ମୁସଲମାନ୍ ମହିଳା ମାନଙ୍କର ପିନ୍ଧି ଥିବା ଲମ୍ବା କପଡାକୁ କଂଇଚି ଦ୍ବାରା କାଟୁଛନ୍ତି । ଡକୁମେଣ୍ଟଙ୍ଗ୍ ଇମମ୍ପୁନିଟି ଏଗେନେଷ୍ଟ ମୁସଲିମସ୍ (ଡିଓଏଏମ) ଏମାନଙ୍କୁ ଲାଗୁଛି କି ମୁସଲମାନ୍ ମହିଳା ମାନଙ୍କର କପଡା ଅଧିକ ଲମ୍ବା ହୋଇଯାଉଛି । ଏହାର କିଛି ଫୋଟ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

KNews Bureau

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

12 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

15 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

35 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago