ଜିଓର ଆଉ ଏକ ଧମାକା, ମାତ୍ର ୨୯୯ ଟଙ୍କାରେ ମିଳିବ ୩୯୯ ଟଙ୍କିଆ ପ୍ଲାନ୍

ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବ୍ୟତୀତ ଯଦି ଆଉ କେହି ଚର୍ଚ୍ଚାରେ ରହିଛି ସେ ହେଉଛି ଜିଓ । ନିଜର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ପରେ ଗୋଟିଏ ଧମାକାଦାର ଅଫର୍ ଆଣୁଛି ଜିଓ । ପ୍ରଥମେ ୫ଟଙ୍କିଆ ଡାଏରୀ ମିଲ୍କ ଚକଲେଟ୍ ସହ ୧ ଜିବି ଡାଟା ମାଗଣା ଦେଉଥିଲା । ଏହା ପରେ ସେଲିବ୍ରେସନ୍ ଅଫରରେ ନିଜ ଗ୍ରାହକଙ୍କୁ ଦେଲା ୧୦ ଜିବି ଡାଟା । ଏବେ ଜିଓ ନିଜର ଦ୍ବିତୀୟ ବର୍ଷକୁ ଖାସ୍ କରିବା ପାଇଁ ଆହୁରୀ ଏକ ମନଲୋଭା ଅଫର୍ ଆଣିଛି ।

ଜିଓର ଏହି ନୂଆ ଅଫର୍ ଅନୁଯାୟୀ ମାତ୍ର ୩୯୯ ଟଙ୍କିଆ ପ୍ଲାନର ସୁବିଧା ଆପଣ ପାଇପାରିବେ ମାତ୍ର ୨୯୯ ଟଙ୍କାରେ । ଏହି ଅଫରର ୧୨ ସେପ୍ଟେମ୍ବର ଅର୍ଥାତ୍ ଆଜି ଆରମ୍ଭ ହୋଇ ୨୧ ସେପ୍ଟେମ୍ବର ଯାଏଁ ଚାଲିବ । ଆର୍ଥାତ୍ ଏହି ଅବଧି ମଧ୍ୟରେ ରିଚାର୍ଜ କଲେ ହିଁ ଗ୍ରାହକ ଏହି ମନଲୋଭା ଅଫରର ଲାଭ ଉଠାଇ ପାରିବେ । ଏବେ ବିସ୍ତାରରେ ଜାଣନ୍ତୁ ଏହି ଅଫର ବିଷୟରେ ।

ଏହା ସହ ପଢନ୍ତୁ ୫ ଟଙ୍କିଆ କ୍ୟାଡବରୀ ଚକଲେଟ୍ ଖାଆନ୍ତୁ, ମାଗଣା ଜିଓ ଡାଟା ପାଆନ୍ତୁ

୩୯୯ ଟଙ୍କା ରିଚାର୍ଜ କଲେ ୧୦୦ ଟଙ୍କା କ୍ୟାସବ୍ୟାକ୍ ଦେଉଛି କମ୍ପାନୀ । ଯାହା ଫଳରେ ଏହି ପ୍ଲାନର ମୂଲ୍ୟ ହେଲା ୨୯୯ ଟଙ୍କା । ଏହି ଅଫର୍ ପାଇଁ ଫୋନ୍ ପେ ସହ ବୁଝାମଣା କରିଛି ରିଲାଏନ୍ସ । ଫୋନ୍ ପେରେ ରିଚାର୍ଜ କଲେ ତୁରନ୍ତ ୧୦୦ ଟଙ୍କା କ୍ୟାସବ୍ୟାକ୍ ଦେଉଛି ଜିଓ । ତେବେ କ୍ୟାସବ୍ୟାକ୍ ରୂପରେ ମିଳୁଥିବା ୧୦୦ ଟଙ୍କା ଆପଣଙ୍କୁ ଦୁଇ ଭାଗରେ ମିଳିବ । ୫୦ ଟଙ୍କା ରିଚାର୍ଜ କୁପନ୍ ଏବଂ ୫୦ କ୍ୟାସବ୍ୟାକ୍ ।

ଏହା ସହ ପଢନ୍ତୁ ଜିଓ ଫୋନରେ ଆସିଗଲା WhatsApp, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍

ଏଥିପାଇଁ ଆପଣଙ୍କୁ ମାଇ ଜିଓ ଆପ୍ ଜରିଆରେ ୩୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ ଏବଂ ପେମେଂଟ୍ ସମୟରେ ଫୋନ୍ ପେ ଚୟନ କରିବାକୁ ପଡିବ । ଯଦି ଫୋନ୍ ପେରେ ପେମେଂଟ୍ କରୁନାହାଁନ୍ତି ତେବେ କେବଳ ୫୦ଟଙ୍କା କ୍ୟାସବ୍ୟାକ୍ ମିଳିବ ।

ସୂଚନାଯୋଗ୍ୟ ଜିଓର ଏହି ୩୯୯ ଟଙ୍କିଆ ପ୍ଲାନ୍ ଖୁବ୍ ଲୋକପ୍ରିୟ । ଏହି ପ୍ଲାନରେ ୮୪ ବୈଧତା ସହ ୧୨୬ ଜିବି ଡାଟା ମିଳିଥାଏ । ଅର୍ଥାତ୍ ପ୍ରିତିଦିନ ୧.୫ ଜିବି । ଏହା ସହ ରହିଛି ଅସୀମିତ ଭଏସ୍ କଲ୍ ।

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

5 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

16 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

24 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

40 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

49 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

57 mins ago