Below header

ଜିଓର ଆଉ ଏକ ଧମାକା, ମାତ୍ର ୨୯୯ ଟଙ୍କାରେ ମିଳିବ ୩୯୯ ଟଙ୍କିଆ ପ୍ଲାନ୍

ପେଟ୍ରୋଲ୍ ଏବଂ ଡିଜେଲ୍ ଦର ବ୍ୟତୀତ ଯଦି ଆଉ କେହି ଚର୍ଚ୍ଚାରେ ରହିଛି ସେ ହେଉଛି ଜିଓ । ନିଜର ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ ପରେ ଗୋଟିଏ ଧମାକାଦାର ଅଫର୍ ଆଣୁଛି ଜିଓ । ପ୍ରଥମେ ୫ଟଙ୍କିଆ ଡାଏରୀ ମିଲ୍କ ଚକଲେଟ୍ ସହ ୧ ଜିବି ଡାଟା ମାଗଣା ଦେଉଥିଲା । ଏହା ପରେ ସେଲିବ୍ରେସନ୍ ଅଫରରେ ନିଜ ଗ୍ରାହକଙ୍କୁ ଦେଲା ୧୦ ଜିବି ଡାଟା । ଏବେ ଜିଓ ନିଜର ଦ୍ବିତୀୟ ବର୍ଷକୁ ଖାସ୍ କରିବା ପାଇଁ ଆହୁରୀ ଏକ ମନଲୋଭା ଅଫର୍ ଆଣିଛି ।

ଜିଓର ଏହି ନୂଆ ଅଫର୍ ଅନୁଯାୟୀ ମାତ୍ର ୩୯୯ ଟଙ୍କିଆ ପ୍ଲାନର ସୁବିଧା ଆପଣ ପାଇପାରିବେ ମାତ୍ର ୨୯୯ ଟଙ୍କାରେ । ଏହି ଅଫରର ୧୨ ସେପ୍ଟେମ୍ବର ଅର୍ଥାତ୍ ଆଜି ଆରମ୍ଭ ହୋଇ ୨୧ ସେପ୍ଟେମ୍ବର ଯାଏଁ ଚାଲିବ । ଆର୍ଥାତ୍ ଏହି ଅବଧି ମଧ୍ୟରେ ରିଚାର୍ଜ କଲେ ହିଁ ଗ୍ରାହକ ଏହି ମନଲୋଭା ଅଫରର ଲାଭ ଉଠାଇ ପାରିବେ । ଏବେ ବିସ୍ତାରରେ ଜାଣନ୍ତୁ ଏହି ଅଫର ବିଷୟରେ ।

ଏହା ସହ ପଢନ୍ତୁ ୫ ଟଙ୍କିଆ କ୍ୟାଡବରୀ ଚକଲେଟ୍ ଖାଆନ୍ତୁ, ମାଗଣା ଜିଓ ଡାଟା ପାଆନ୍ତୁ

jio-offer-299୩୯୯ ଟଙ୍କା ରିଚାର୍ଜ କଲେ ୧୦୦ ଟଙ୍କା କ୍ୟାସବ୍ୟାକ୍ ଦେଉଛି କମ୍ପାନୀ । ଯାହା ଫଳରେ ଏହି ପ୍ଲାନର ମୂଲ୍ୟ ହେଲା ୨୯୯ ଟଙ୍କା । ଏହି ଅଫର୍ ପାଇଁ ଫୋନ୍ ପେ ସହ ବୁଝାମଣା କରିଛି ରିଲାଏନ୍ସ । ଫୋନ୍ ପେରେ ରିଚାର୍ଜ କଲେ ତୁରନ୍ତ ୧୦୦ ଟଙ୍କା କ୍ୟାସବ୍ୟାକ୍ ଦେଉଛି ଜିଓ । ତେବେ କ୍ୟାସବ୍ୟାକ୍ ରୂପରେ ମିଳୁଥିବା ୧୦୦ ଟଙ୍କା ଆପଣଙ୍କୁ ଦୁଇ ଭାଗରେ ମିଳିବ । ୫୦ ଟଙ୍କା ରିଚାର୍ଜ କୁପନ୍ ଏବଂ ୫୦ କ୍ୟାସବ୍ୟାକ୍ ।

ଏହା ସହ ପଢନ୍ତୁ ଜିଓ ଫୋନରେ ଆସିଗଲା WhatsApp, ଜାଣନ୍ତୁ କେମିତି କରିବେ ଡାଉନଲୋଡ୍

ଏଥିପାଇଁ ଆପଣଙ୍କୁ ମାଇ ଜିଓ ଆପ୍ ଜରିଆରେ ୩୯୯ ଟଙ୍କା ରିଚାର୍ଜ କରିବାକୁ ପଡିବ ଏବଂ ପେମେଂଟ୍ ସମୟରେ ଫୋନ୍ ପେ ଚୟନ କରିବାକୁ ପଡିବ । ଯଦି ଫୋନ୍ ପେରେ ପେମେଂଟ୍ କରୁନାହାଁନ୍ତି ତେବେ କେବଳ ୫୦ଟଙ୍କା କ୍ୟାସବ୍ୟାକ୍ ମିଳିବ ।

ସୂଚନାଯୋଗ୍ୟ ଜିଓର ଏହି ୩୯୯ ଟଙ୍କିଆ ପ୍ଲାନ୍ ଖୁବ୍ ଲୋକପ୍ରିୟ । ଏହି ପ୍ଲାନରେ ୮୪ ବୈଧତା ସହ ୧୨୬ ଜିବି ଡାଟା ମିଳିଥାଏ । ଅର୍ଥାତ୍ ପ୍ରିତିଦିନ ୧.୫ ଜିବି । ଏହା ସହ ରହିଛି ଅସୀମିତ ଭଏସ୍ କଲ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.