ବୟଫ୍ରେଣ୍ଡଙ୍କୁ କରନ୍ତୁ ବାଏ ବାଏ , ଯଦି ତାଙ୍କ ଭିତରେ ରହିଛି ଏହି ୫ଟି ଅଭ୍ୟାସ

କେମିତି ଜଣାପଡିବ ଆପଣଙ୍କୁ ଯେ ବର୍ତ୍ତମାନ ଆପଣଙ୍କ ବୟଫ୍ରେଣ୍ଡଙ୍କୁ ଛାଡିଦେବା ଦରକାର ବୋଲି? ଏହା ଏକ କଷ୍ଟ ପ୍ରଶ୍ନ, କିନ୍ତୁ ଏହା ଆମ ଜୀବନ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ । ସମ୍ପର୍କରେ ଏମିତି ମଧ୍ୟ ଏକ ସମୟ ଆସିଥାଏ ଯେବେ ଆପଣଙ୍କୁ ଆପଣଙ୍କ ସମ୍ପର୍କକୁ ମଜବୁତ୍ କରିବା ପରିବର୍ତ୍ତେ କିପରି ଭାଙ୍ଗିବେ ସେନେଇ ଭାବିବାକୁ ପଡିଥାଏ ।
ଯେବେ ଆମେ କାହା ସହ ସମ୍ପର୍କରେ ଆସିଥାଉ ସେବେ ଆମେ ସବୁ ଦିଗ ପ୍ରତି ଧ୍ୟାନ ଦେଇପାରିନଥାଉ କିମ୍ବା ସବୁ ଦିଗପ୍ରତି ନଜର ରଖିପାରିନଥାଉ । କିନ୍ତୁ ସମୟ ଅତିବାହିତ ହେବା ସଙ୍ଗେ ସଙ୍ଗେ ସବୁ କିଛି ଭୁଲ୍ ହେବାକୁ ଲାଗିଥାଏ । ଏମିତି ବହୁତ କଥା ଥାଏ ଯେଉଁ କଥା ସବୁ ନିଜର ବୟଫ୍ରେଣ୍ଡଙ୍କ ମୁହଁରୁ ଶୁଣିବା ପରେ ବହୁତ କଷ୍ଟ ଲାଗିଥାଏ । କିନ୍ତୁ ଆପଣ କିପରି ଜାଣିବେ ଯେ ଆପଣଙ୍କୁ କେଉଁ କାରଣ ପାଇଁ ଆପଣଙ୍କ ସମ୍ପର୍କକୁ ଆଗକୁ ବଢାଇବା ପରିବର୍ତ୍ତେ ଭାଙ୍ଗିଦେବା ଉଚିତ୍ ।
ଆପଣଙ୍କ ପାଇଁ ଏହା କଷ୍ଟଦାୟକ ହୋଇପାରେ, କିନ୍ତୁ ଆପଣଙ୍କୁ ଜଣାଥିବା ଦରକାର କି କେଉଁ କାରଣରୁ ଆପଣ ଆପଣଙ୍କ ବୟଫ୍ରେଣ୍ଡଙ୍କୁ ଛାଡିଦେବାର ନିଷ୍ପିତ୍ତି ନେଉଛନ୍ତି । ସମ୍ପର୍କରେ ଯାହାବି କିଛି ଥାଏ ତାହା ଦୁଇଆଡୁ ରହିବା ଆବଶ୍ୟକ । ଭଲପାଇବା, ସମ୍ମାନ ଦେବା ସହ ବିଶ୍ବାସକୁ ନେଇ ଉଭୟଙ୍କ ମଧ୍ୟରେ ସମାନତା ରହିବା ନିହାତି ଜରୁରୀ । କିନ୍ତୁ କେମିତି ଏହି ସବୁ ବିଷୟରେ ଜାଣିପାରିବା ଏବଂ କେମିତି ଏହାକୁ ବୁଝିପାରିବା? ତେବେ ଚାଲନ୍ତୁ ଜାଣିବା ଆପଣଙ୍କର ଏମିତି କିଛି ପ୍ରଶ୍ନ ର ଉତ୍ତର ।
ଏହା ସହ ପଢନ୍ତୁ ଘରେ ବିନା କୌଣସି କାରଣରେ ଝଗଡ଼ା ହେଉଛି କି ? ତେବେ ରହିଥାଇପାରେ ନକାରାତ୍ମକ ଉର୍ଜା, ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ
ଆପଣଙ୍କ ଭାବନାକୁ ବୁଝିବା
ପ୍ରଥମତଃ ଆପଣଙ୍କ ଭାବନା ସହ ଖେଳିବାର ହକ୍ ତାଙ୍କର ବିଲକୁଲ୍ ବି ନାହିଁ । ହେଲେ ତାଙ୍କୁ ଯଦି ଲାଗୁଛି କି ଆପଣ କୌଣସି ବି ପରିସ୍ଥିତିରେ ଅତି ବେଶି ରିଆକ୍ଟ ରହୁଛନ୍ତି ତେବେ ଆପଣଙ୍କୁ ତାଙ୍କ ସହ ସମ୍ପର୍କ କୁ ଆଗକୁ ବଢାଇବା ପାଇଁ ଥରେ ଭାବିବା ଦରକାର । ବୟଫ୍ରେଣ୍ଡ ହିସାବରେ ଆପଣଙ୍କୁ ସେ ବୁଝେଇବା ଉଚିତ୍, ନୁହେଁକି ଆପଣ କେତେ ରିଆକ୍ଟ କରୁଛନ୍ତି ସେଥିପ୍ରତି ଧ୍ୟାନ ଦେଇ ମାର୍କ ଦେବା ଦରକାର । ଆପଣଙ୍କ ଭାବନାକୁ ଉଚିତ୍ ସମ୍ମାନ ଦେବାସହ ଆପଣ କେଉଁ କିପରି ସମସ୍ୟାରୁ ବାହାରି ପାରିବେ ଓ ନିଜକୁ ଶାନ୍ତି ରଖିପାରିବେ ସେଥିପ୍ରତି ଧ୍ୟାନ ଦେବା ତାଙ୍କର ଦାୟିତ୍ତ୍ବ ଅଟେ ।
ଆପଣଙ୍କୁ ବିଭିନ୍ନ କାମ କରିବାକୁ କହିବା
କିଛି ସମୟରେ କିଛି ଲୋକ ଭଲପାଇବାର ଫାଇଦା ଉଠାଇଥାନ୍ତି । ଯେପରି କି ଯଦି ତୁମେ ମତେ ଭଲପାଉଛ ତେବେ ତୁମେ ଏହି କାମ କର, ସେହି କାମ କର -ଏପରି ଭାବେ କହିଥାନ୍ତି । ଯଦି ସେ ଭଲପାଇବା ନାଁରେ କୌଣସି କାମ ଆପଣଙ୍କ ମାଧ୍ୟମରେ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ସମ୍ପର୍କକୁ ଆଗକୁ ବଢାଇବା ପାଇଁ ଆଉ ଥରେ ଭାବିବା ଉଚିତ୍ । କାରଣ କୌଣସି କାମକୁ ନେଇ ସେ ଆପଣଙ୍କୁ ଯୋର କରିପାରିବେ ନାହିଁ କିମ୍ବା ଆପଣ ତାଙ୍କୁ କେତେ ଭଲ ପାଆନ୍ତି ସେନେଇ ତାଙ୍କୁ ଆପଣ କୌଣସି ପରୀକ୍ଷା ଦେବା ଆବଶ୍ୟକ ବୋଲି ସେ କହିପାରିବେ ନାହିଁ ।ଏହା ଆପଣଙ୍କୁ ଆରମ୍ଭ ରୁ ଠିକ୍ ଲାଗିପାରେ କିନ୍ତୁ ଭବିଷ୍ୟତରେ ଏହା ଆପଣଙ୍କୁ କଷ୍ଟ ଦେବ ।
ଏହା ସହ ପଢନ୍ତୁ : ଘରେ ରହିବେନି ମୂଷା, ଯଦି କରିବେ ଏହି ଜବରଦସ୍ତ ଘରୋଇ ଉପାୟ
ପୂର୍ବ ପ୍ରେମିକା ସହ ତୁଳନା
ଯଦି ସେ ଲଗାତାର ଭାବେ ଆପଣଙ୍କୁ ତାଙ୍କ ପୂର୍ବ ପ୍ରେମିକା ସହ ତୁଳନା କରୁଛନ୍ତି ତେବେ ଆପଣ ତାଙ୍କୁ ତୁରନ୍ତ ଛାଡି ଦେବା ଦରକାର । ଆପଣଙ୍କ ତୁଳନା ତାଙ୍କୁ ଆଉ କାହା ସହ କରିବାର ଅଧିକାର ନାହିଁ । ଆପଣ ଯେତିମି ସେମିତି ଭାବେ ତାଙ୍କୁ ସ୍ବୀକାର କରିବା ଉଚିତ୍। ଆପଣ କୌଣସି ଜିନିଷ ନୁହଁନ୍ତି ଯେ ଆପଣଙ୍କୁ ସେ ଅନ୍ୟ କେଉଁ ଜିନିଷ ସହ ତୁଳନା କରିବେ ।
ସବୁବେଳେ ଦୋଷ ଦେବା
ଯଦି ସେ ଲଗାତାର ଭାବେ ଆପଣଙ୍କୁ ବୋକା ଆଉ ଭୁଲ୍ ବୋଲି ପ୍ରମାଣିତ କରୁଛନ୍ତି, ତେବେ ତାଙ୍କ ସହିତ ସମ୍ପର୍କ ରଖିବା ଆପଣଙ୍କ ପାଇଁ ଠିକ୍ ନୁହେଁ । ସେ କେବଳ ନିଜକୁ ଠିକ୍ ବୋଲି ପ୍ରମାଣିତ କରିବାକୁ ଚାହୁଁଥାନ୍ତି, ତେବେ ତାଙ୍କ ପାଇଁ ସମ୍ପର୍କ ର ମୂଲ୍ୟ କିଛି ନୁହେଁ । ଯଦି ସେ ନିଜେ ନିଜର କର୍ତ୍ତବ୍ୟ ନକରି ଆପଣଙ୍କୁ କେବଳ ଦୋଷ ଦେଉଛନ୍ତି ତେବେ ଆପଣ ତାଙ୍କୁ ଆପଣଙ୍କ ଜୀବନରୁ କାଢିଦେବା ଆବଶ୍ୟକ ।
ଏହା ସହ ପଢନ୍ତୁ : ଜାଣିଛନ୍ତି କି, ୮ ଗ୍ଲାସ୍ ପାଣି ପିଇଲେ କଣ ହୋଇଥାଏ ଆପଣଙ୍କ ଶରୀରରେ ?
ତାଗିଦ୍ କରିବା
ଯଦି ଆପଣଙ୍କ ବୟଫ୍ରେଣ୍ଡ ଆପଣଙ୍କୁ ଆପଣଙ୍କର ମନପସନ୍ଦର କାମ କରିବାକୁ ତାଗିଦ୍ କରୁଛନ୍ତି ତେବେ ଏହାର ମାନେ ସେ ଆପଣଙ୍କ ପାଇଁ ଠିକ୍ ନୁହଁନ୍ତି । ଆପଣ ତାଙ୍କ ଠାରୁ ଆହୁରି ଅଧିକ ଭଲ ଜୀବନସାଥୀ ପାଇଁ ହକଦାର । ଆପଣଙ୍କୁ ଆପଣଙ୍କ ହକ୍ ମିଳିବା ଦରକାର । ଦୁନିଆରେ ଏମିତି କିଛି ନାହିଁ ଯାହା ଆପଣଙ୍କୁ ଆପଣଙ୍କ ଇଚ୍ଛାକୁ ମାରିବାକୁ ଯିଦ୍ କରି ବସିବ । ଆପଣଙ୍କର ଯଥେଷ୍ଟ ଅଧିକାର ରହିଛି ଆପଣଙ୍କ ସ୍ବପ୍ନ ଏବଂ ଇଚ୍ଛାକୁ ପୂରଣ କରିବା ପାଇଁ ।
ତେବେ ଯଦି ଆପଣଙ୍କ ସମ୍ପର୍କରେ ଏହି ୫ଟି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ଆପଣଙ୍କୁ ଆପଣଙ୍କ ବୟଫ୍ରେଣ୍ଡଙ୍କୁ ବାଏ ବାଏ କରିଦେବା ଉଚିତ୍ ।