ପୁଣି ଚୀନ୍ ସେନାର ଅନୁପ୍ରବେଶ

ନୂଆଦିଲ୍ଲୀ : ପୁଣି ଭାରତ ସୀମା ଭିତରେ ଅନୁପ୍ରବେଶ କଲା ଚୀନ୍ ସେନା । ଉତ୍ତରାଖଣ୍ଡ ରାଜ୍ୟ ଚମୋଲି ବାଡ଼ାହୋତି ଅଞ୍ଚଳରେ ପ୍ରାୟ ୪ କିଲୋମିଟର ଭିତରକୁ ଚୀନ୍ ସୈନିକମାନେ ପଶି ଆସିଛନ୍ତି । ଗତ ମାସରୁ ଏହି ଅନୁପ୍ରବେଶ ଘଟିଥିବା କୁହାଯାଉଛି । ତେବେ ଚମୋଲି ଜିଲ୍ଲା ଅଧିକାରୀ କିନ୍ତୁ ଏ ବିଷୟରେ ଅବଗତ ନଥିବା କହିଛନ୍ତି । ଏହା ପୂର୍ବରୁ ଜୁଲାଇ ୨୬ ତାରିଖରେ ମଧ୍ୟ ଚୀନ୍ ସେନା ଏହି ଅଞ୍ଚଳକୁ ପଶି ଆସିଥିଲେ । କିନ୍ତୁ ଆଇଟିବିପି ଯବାନଙ୍କ ଦଳକୁ ଦେଖିବା ପରେ ଫେରି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.