ଦୀପାବଳିରେ ଜିଓ ଦେଲା ବଡ଼ ଝଟକା, ଏବେ ଅନ୍ୟ ନେଟୱାର୍କରେ କଥା ହେଲେ କଟିବ ପଇସା

ଦେଶର ସବୁଠାରୁ ବୃହତ୍ତମ ଟେଲିକମ ଅପରେଟର ରିଲାଏନ୍ସ ଜିଓ ନିଜର ଗ୍ରାହକ ମାନଙ୍କୁ ଦେଇଛି ଏକ ବଡ଼ ଝଟକା । ଅଲଗା ନେଟୱାର୍କକୁ ଭଏସ କଲ କଲେ ଏବେ କଟିବ ପଇସା । ଜିଓ ୟୁଜରମାନଙ୍କୁ ବର୍ତ୍ତମାନ ଭଏସ କଲ ପାଇଁ ପଇସା ଦେବାକୁ ପଡିବ । ଜିଓର ଘୋଷଣା ଅନୁଯାୟୀ ଏବେ ଗ୍ରାହକମାନେ ଅନ୍ୟ ନେଟୱାର୍କକୁ କଲ କଲେ ମିନିଟ ପ୍ରତି ୬ ପଇସା ଦେବାକୁ ପଡିବ । ଯଦିଓ ଜିଓ ରୁ ଜିଓକୁ କଲ ଫ୍ରି ରହିବ ।

ବର୍ତ୍ତମାନ IUC ଶୁଳ୍କ ମିନିଟକୁ ୬ ପଇସା

ସୂଚନା ଅନୁଯାୟୀ ଏହି ସମ୍ପୂର୍ଣ୍ଣ ଘଟଣା ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ(IUC) ସହ ଜଡିତ । ଯେତେବେଳେ ଏକ ଅପରେଟରର ଗ୍ରାହକ ଅନ୍ୟ ଅପରେଟରର ଗ୍ରାହକଙ୍କୁ ଆଉଟଗୋଇଙ୍ଗ କଲ କରିଥାଏ ସେତେବେଳେ କଲ କରିଥିବା ଅପରେଟର IUCକୁ ଏହାର ଭରଣା କରିଥାଏ । ଦୁଇଟି ଭିନ୍ନ ଭିନ୍ନ ନେଟୱାର୍କ ମଧ୍ୟରେ ଏହି କଲକୁ ମୋବାଇଲ ଅଫ-ନେଟ କଲ କୁହାଯାଇଥାଏ । TRAI ଦ୍ୱାରା IUCର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ଏବଂ ବର୍ତ୍ତମାନ ଏହା ୬ ପଇସା ପ୍ରତି ମିନିଟ ଅଟେ ।

ଜିଓ ନେଟୱାର୍କକୁ ପ୍ରତିଦିନ ଆସିଥାଏ ୪୦ କୋଟି ମିସକଲ

ଜିଓ ନେଟୱାର୍କରେ ଫ୍ରି ଭଏସ କଲିଂ ଏବଂ 2G ନେଟୱାର୍କ ଉପରେ ଅତ୍ୟାଧିକ ତାରିଫ ହେବା କାରଣରୁ Airtel ଏବଂ Vodafone-Ideaର ୩୫-୪୦ କୋଟି 2G ଗ୍ରାହକ ଜିଓ ଗ୍ରାହକଙ୍କୁ ମିସ କଲ ଦେଇଥାନ୍ତି । ତେବେ ଜିଓ ନେଟୱାର୍କରେ ପ୍ରତିଦିନ ୨୫ ରୁ ୩୦ କୋଟି ମିସକଲ ପ୍ରାପ୍ତ ହୋଇଥାଏ । ଅନ୍ୟ ନେଟୱାର୍କର ୨୫ରୁ ୩୦କୋଟି ଦୈନିକ କଲରେ ଜିଓକୁ ୬୫ ରୁ ୭୫ କୋଟି ମିନିଟ ଇନକମିଙ୍ଗ ଟ୍ରାଫିକ ମିଳିବା ଉଚିତ ।

ଜାରି ହୋଇଥିବା ୧୦ ଟଙ୍କାରୁ ନେଇ ୧୦୦ ଟଙ୍କା ପର୍ଯ୍ୟନ୍ତ ପ୍ଲାନ

ଅନ୍ୟ କମ୍ପାନୀ ଗୁଡିକର ନେଟୱାର୍କକୁ କଲ କରିବା ପାଇଁ ଜିଓ ୧୦ ଟଙ୍କାରୁ ନେଇ ୧୦୦ ଟଙ୍କା ପର୍ଯ୍ୟନ୍ତ ଟପ ଅପ ଭାଉଚର ମଧ୍ୟ ଜାରି କରିବ । ୧୦ ଟଙ୍କାର ପ୍ଲାନରେ ଅନ୍ୟ ନମ୍ବରକୁ ୧୨୪ ମିନିଟ ପର୍ଯ୍ୟନ୍ତ ଭଏସ କଲ କରାଯାଇପାରିବ । ସେହିଭଳି ୨୦ ଟଙ୍କାର ପ୍ଲାନରେ ୨୪୯ ମିନିଟ, ୫୦ ଟଙ୍କାର ପ୍ଲାନରେ ୬୫୬ ମିନିଟ ଏବଂ ୧୦୦ ଟଙ୍କାର ପ୍ଲାନରେ ୧୩୬୨ ମିନିଟ ପର୍ଯ୍ୟନ୍ତ ଭଏସ କଲ କରାଯାଇପାରିବ ।

ଏହାସହ ପଢନ୍ତୁ ଇନଷ୍ଟାଗ୍ରାମ ଆଣିବାକୁ ଯାଉଛି ନୂଆ ଫିଚର, ଶପିଂ ପୂର୍ବରୁ ଟ୍ରାଏ କରିପାରିବେ ପ୍ରଡକ୍ଟ

ଟପ ଭାଉଚର ବଦଳରେ ଗ୍ରାହକ ମାନଙ୍କୁ ମିଳିବ ଫ୍ରି ଡାଟା

ଜିଓ ନିଜର ଗ୍ରାହକ ମାନଙ୍କୁ ଏହି ଟପ ଭାଉଚର ବଦଳରେ ଫ୍ରି ଡାଟା ଉପଲବ୍ଧ କରାଇବ । ଭଏସ କଲ ସହିତ ୧୦ ଟଙ୍କାର ପ୍ଲାନରେ ୧ଜିବି ଡାଟା, ୨୦ ଟଙ୍କାରେ ୨ଜିବି ଓ ୫୦ ଟଙ୍କାର ପ୍ଲାନରେ ୫ ଜିବି ଡାଟା ସହିତ ୧୦୦ ଟଙ୍କାର ପ୍ଲାନରେ ୧୦ଜିବି ଡାଟା ଦେବ ଜିଓ ।

KNews Bureau

Recent Posts

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

25 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

39 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

42 mins ago

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

50 mins ago

ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ…

50 mins ago