ଦୀପାବଳିରେ ଜିଓ ଦେଲା ବଡ଼ ଝଟକା, ଏବେ ଅନ୍ୟ ନେଟୱାର୍କରେ କଥା ହେଲେ କଟିବ ପଇସା

ଦେଶର ସବୁଠାରୁ ବୃହତ୍ତମ ଟେଲିକମ ଅପରେଟର ରିଲାଏନ୍ସ ଜିଓ ନିଜର ଗ୍ରାହକ ମାନଙ୍କୁ ଦେଇଛି ଏକ ବଡ଼ ଝଟକା । ଅଲଗା ନେଟୱାର୍କକୁ ଭଏସ କଲ କଲେ ଏବେ କଟିବ ପଇସା । ଜିଓ ୟୁଜରମାନଙ୍କୁ ବର୍ତ୍ତମାନ ଭଏସ କଲ ପାଇଁ ପଇସା ଦେବାକୁ ପଡିବ । ଜିଓର ଘୋଷଣା ଅନୁଯାୟୀ ଏବେ ଗ୍ରାହକମାନେ ଅନ୍ୟ ନେଟୱାର୍କକୁ କଲ କଲେ ମିନିଟ ପ୍ରତି ୬ ପଇସା ଦେବାକୁ ପଡିବ । ଯଦିଓ ଜିଓ ରୁ ଜିଓକୁ କଲ ଫ୍ରି ରହିବ ।

ବର୍ତ୍ତମାନ IUC ଶୁଳ୍କ ମିନିଟକୁ ୬ ପଇସା

ସୂଚନା ଅନୁଯାୟୀ ଏହି ସମ୍ପୂର୍ଣ୍ଣ ଘଟଣା ଇଣ୍ଟରକନେକ୍ଟ ୟୁସେଜ ଚାର୍ଜ(IUC) ସହ ଜଡିତ । ଯେତେବେଳେ ଏକ ଅପରେଟରର ଗ୍ରାହକ ଅନ୍ୟ ଅପରେଟରର ଗ୍ରାହକଙ୍କୁ ଆଉଟଗୋଇଙ୍ଗ କଲ କରିଥାଏ ସେତେବେଳେ କଲ କରିଥିବା ଅପରେଟର IUCକୁ ଏହାର ଭରଣା କରିଥାଏ । ଦୁଇଟି ଭିନ୍ନ ଭିନ୍ନ ନେଟୱାର୍କ ମଧ୍ୟରେ ଏହି କଲକୁ ମୋବାଇଲ ଅଫ-ନେଟ କଲ କୁହାଯାଇଥାଏ । TRAI ଦ୍ୱାରା IUCର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ଏବଂ ବର୍ତ୍ତମାନ ଏହା ୬ ପଇସା ପ୍ରତି ମିନିଟ ଅଟେ ।

Image result for jio image

ଜିଓ ନେଟୱାର୍କକୁ ପ୍ରତିଦିନ ଆସିଥାଏ ୪୦ କୋଟି ମିସକଲ

ଜିଓ ନେଟୱାର୍କରେ ଫ୍ରି ଭଏସ କଲିଂ ଏବଂ 2G ନେଟୱାର୍କ ଉପରେ ଅତ୍ୟାଧିକ ତାରିଫ ହେବା କାରଣରୁ Airtel ଏବଂ Vodafone-Ideaର ୩୫-୪୦ କୋଟି 2G ଗ୍ରାହକ ଜିଓ ଗ୍ରାହକଙ୍କୁ ମିସ କଲ ଦେଇଥାନ୍ତି । ତେବେ ଜିଓ ନେଟୱାର୍କରେ ପ୍ରତିଦିନ ୨୫ ରୁ ୩୦ କୋଟି ମିସକଲ ପ୍ରାପ୍ତ ହୋଇଥାଏ । ଅନ୍ୟ ନେଟୱାର୍କର ୨୫ରୁ ୩୦କୋଟି ଦୈନିକ କଲରେ ଜିଓକୁ ୬୫ ରୁ ୭୫ କୋଟି ମିନିଟ ଇନକମିଙ୍ଗ ଟ୍ରାଫିକ ମିଳିବା ଉଚିତ ।

ଜାରି ହୋଇଥିବା ୧୦ ଟଙ୍କାରୁ ନେଇ ୧୦୦ ଟଙ୍କା ପର୍ଯ୍ୟନ୍ତ ପ୍ଲାନ

JIO PLANଅନ୍ୟ କମ୍ପାନୀ ଗୁଡିକର ନେଟୱାର୍କକୁ କଲ କରିବା ପାଇଁ ଜିଓ ୧୦ ଟଙ୍କାରୁ ନେଇ ୧୦୦ ଟଙ୍କା ପର୍ଯ୍ୟନ୍ତ ଟପ ଅପ ଭାଉଚର ମଧ୍ୟ ଜାରି କରିବ । ୧୦ ଟଙ୍କାର ପ୍ଲାନରେ ଅନ୍ୟ ନମ୍ବରକୁ ୧୨୪ ମିନିଟ ପର୍ଯ୍ୟନ୍ତ ଭଏସ କଲ କରାଯାଇପାରିବ । ସେହିଭଳି ୨୦ ଟଙ୍କାର ପ୍ଲାନରେ ୨୪୯ ମିନିଟ, ୫୦ ଟଙ୍କାର ପ୍ଲାନରେ ୬୫୬ ମିନିଟ ଏବଂ ୧୦୦ ଟଙ୍କାର ପ୍ଲାନରେ ୧୩୬୨ ମିନିଟ ପର୍ଯ୍ୟନ୍ତ ଭଏସ କଲ କରାଯାଇପାରିବ ।

ଏହାସହ ପଢନ୍ତୁ ଇନଷ୍ଟାଗ୍ରାମ ଆଣିବାକୁ ଯାଉଛି ନୂଆ ଫିଚର, ଶପିଂ ପୂର୍ବରୁ ଟ୍ରାଏ କରିପାରିବେ ପ୍ରଡକ୍ଟ

ଟପ ଭାଉଚର ବଦଳରେ ଗ୍ରାହକ ମାନଙ୍କୁ ମିଳିବ ଫ୍ରି ଡାଟା

ଜିଓ ନିଜର ଗ୍ରାହକ ମାନଙ୍କୁ ଏହି ଟପ ଭାଉଚର ବଦଳରେ ଫ୍ରି ଡାଟା ଉପଲବ୍ଧ କରାଇବ । ଭଏସ କଲ ସହିତ ୧୦ ଟଙ୍କାର ପ୍ଲାନରେ ୧ଜିବି ଡାଟା, ୨୦ ଟଙ୍କାରେ ୨ଜିବି ଓ ୫୦ ଟଙ୍କାର ପ୍ଲାନରେ ୫ ଜିବି ଡାଟା ସହିତ ୧୦୦ ଟଙ୍କାର ପ୍ଲାନରେ ୧୦ଜିବି ଡାଟା ଦେବ ଜିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.