କାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ, ଅଧିନାୟକ ଭାବେ କୋହଲିଙ୍କର ଗୋଲଡେନ୍‌ ଜୁବୁଲି

ପୁନେ : ଆସନ୍ତାକାଲି ପୁନେ ଠାରେ ଆରମ୍ଭ ହେବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ କ୍ରିକେଟ୍‌ ଟେଷ୍ଟ । ବିଶାଖାପାଟଣା ଠାରେ ପ୍ରଥମ ଟେଷ୍ଟ ଜିତି ଭାରତ ଏହି ତିନି ମ୍ୟାଚ୍‌ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି । ତେଣୁ ବିରାଟ କୋହଲିଙ୍କ ଦଳ ଏଠାରେ ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ୍‌ କବଜା ପାଇଁ ଲକ୍ଷ୍ୟ ରଖିଛି । ବିରାଟଙ୍କ ପାଇଁ ଅଧିନାୟକ ଭାବେ ୫୦ତମ ଟେଷ୍ଟ ହେବ । ଅଧିନାୟକ ଭାବେ ଏତେଗୁଡ଼ିଏ ଟେଷ୍ଟ ଖେଳିଥିବାରୁ ନିଜକୁ ଗୌରବାନ୍ଵିତ ମନେ କରୁଛନ୍ତି ବୋଲି କୋହଲି କହିଛନ୍ତି । ତେବେ ମ୍ୟାଚ୍‌ ଜିତିବା ହେଉଛି ତାଙ୍କ ଦଳର ସବୁଠାରୁ ବଡ଼ ଲକ୍ଷ୍ୟ ଓ ଅନ୍ୟ କଥା ସବୁ ପଛ ବୋଲି କହିଛନ୍ତି କୋହଲି ।

PUNE STADIUM-3
ଅନ୍ୟପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଚାଲିଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତର ବିଜୟ ଦଳକୁ ଭଲ ପଏଣ୍ଟ ଦେବ । ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍‌କୁ ଫେରିବା ଏବଂ ଚମତ୍କାର ବ୍ୟାଟିଂ କରିବା ନେଇ କୋହଲି ଖୁବ୍‌ ଖୁସି ଥିବା କହିଛନ୍ତି । ତେବେ ପୁନେ ପିଚ୍‌କୁ ନେଇ ସାମାନ୍ୟ ସନ୍ଦେହ ରହିଛି । ଏହି ପିଚ୍‌ରେ ପୂର୍ବରୁ ଭାରତକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ଅବଶ୍ୟ କୋହଲି ଏହାକୁ ନେଇ ବେଶି ବିବ୍ରତ କି ଚିନ୍ତିତ ନୁହନ୍ତି । ତାଙ୍କ ଖେଳାଳିଙ୍କ ଉପରେ ଭରସା ରହିଛି ବୋଲି ସେ କହିଛନ୍ତି ।
ଅବଶ୍ୟ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ଭଲ ଲଢ଼େଇ କରିଥିଲା । ତେଣୁ ସେମାନଙ୍କୁ ଜଗି କରି ଖେଳିବାକୁ ହେବ ବୋଲି ଅଧିନାୟକ କୋହଲି ତାଙ୍କ ଖେଳାଳିମାନଙ୍କୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.