Below header

ପୁଅ ଜନ୍ମ ପରେ ବାପା ମାଗିଲେ କମ୍ପାନୀଠାରୁ ଛୁଟି, କିନ୍ତୁ କମ୍ପାନୀ କହିଲା ପୁଅ ଡିଏନଏ ରିପୋର୍ଟ  ଦେଲେ ମିଳିବ ଛୁଟି

ଟୋକିଓ: ଜାପନ ଏକ ଏମିତି ଦେଶ ଯେଉଁଠାରେ ଛଆ ଜନ୍ମ ପରେ ମାତା ପିତାଙ୍କୁ କମ୍ପାନୀ କିମ୍ବା ସଂସ୍ଥା  ଏକ ବର୍ଷରପାଟର୍ନିଟ  (paternity leave) ଛୁଟି ଦେଇଥାଏ।  ଯଦି ଛୁଆ ଜନ୍ମ ହୋଇଥିବା ସ୍ଥାନରେ ନର୍ସରୀ ସ୍କୁଲ ନଥିବ ତେବେ ବାପା ମାଙ୍କୁ ଅତିରିକ୍ତ ୬ ମାସ ଛୁଟି ମିଳିଥାଏ।  ଜାପାନ ସେହି ଦେଶମାନଙ୍କ ଭିତରେ ଗୋଟିଏ ଯେଉଁଠାରେ ଜନ୍ମହାର ସବୁଠାରୁ କମ (Lowest Barth Rates) ହୋଇଥାଏ।

ଏହା ସହ ପଢନ୍ତୁ: ଏଭଳି ଏକ ମନ୍ଦିର, ଯେଉଁଠାରେ ପୂଜା କରାଯାଇଥାଏ ମସ୍ତକ ବିହୀନ ଗଣେଶ ପ୍ରତିମା

ଜାପାନରେ ଏକ ଏମିତି ଘଟଣା  ସାମ୍ନାକୁ ଆସିଛି ଯାହକୁ ଶୁଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ। କାନାଡାର ୪୯ ବର୍ଷିୟ ଗ୍ଳୋନ ବୁଡ ମୁଲତ ଗତ ତିନି ଦଶକ ଧରି ଜାପାନରେ  ରହି ଆସୁଛନ୍ତି। ସେ କିଛି ବର୍ଷ ହେବ ଜାପାନର ମିଷ୍ଟୁବିସି ମୋର୍ଗନ ଷ୍ଟନେଲ ସିକ୍ୟୁରିଟିଜରେ କାମ କରି ଆସୁଛନ୍ତି।  ଅକ୍ଟୋବର ୨୦୧୫ରେ ତାଙ୍କ ସ୍ତ୍ରୀ ନେପାଳରେ ଏକ ଅପରିପକ୍ବ ଶିଶୁକୁ  (Premature baby) ଜନ୍ମ ଦେଇଥିଲେ।  ବୁଡଙ୍କ ସ୍ତ୍ରୀ ନେପାଳରେ ଚାକିର କରିଥିଲେ। ଏଥିପାଇଁ ନେପାଳରେ ତାଙ୍କ ସ୍ତ୍ରୀ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ବୁଡଙ୍କ ସ୍ତ୍ରୀ ଶିଶୁପୁତ୍ରକୁ ଜନ୍ମ ଦେବାର ଦୁଇମାସ ପୂର୍ବରୁ ବୁଡ ପାଟର୍ନିଟି ଲିଭ(paternity leave) ପାଇଁ ଆବେଦନ କରିଥିଲେ।

ଆଇସିୟୁରେ ଥିଲା ଶିଶୁପୁତ୍ର କିନ୍ତୁ ଯାଇପାରିଲେନି ବୁଡ

ବୁଡ ସେତେବେଳେ ଏହା ଶିଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ କମ୍ପାନୀ ତାଙ୍କୁ  କହିଥିଲା ଏକ ଡିଏନଏ  ରିପୋର୍ଟ କମ୍ପାନୀରେ ଦାଖଲ କରିବାପାଇଁ। ଯେଉଁଥିରୁ ଜଣା ପଡିବ ଜନ୍ମିତ ଶିଶୁ ବୁଡଙ୍କର ନା ଆଉ କାହାର।  ବୁଡଙ୍କ  କହିବା କଥା ହେଲା ସେ ଜାଣିଛନ୍ତି ଅନେକ କମ୍ପାନୀ ଏପରି ଆଚରଣ କରିଥାନ୍ତି। କିନ୍ତୁ ଏହା ତାଙ୍କ ସାଥିରେ ସେତେବେଳେ ହୋଇଥିଲା ଯେତେବେଳେ  ତ ତାଙ୍କର ଏମର୍ଜେନ୍ସି ଛୁଟିର ଆବଶ୍ୟକ ପଡୁଥିଲା। ସେତେବେଳେ ତାଙ୍କ ନବ ଜନ୍ମିତ ଶିଶୁ ଆସିୟୁରେ ଆଡମିଟ ଥିଲା। ପରେ ତାଙ୍କୁ ଦୁଇ ମାସ ପରେ ମିଳିଥିଲା ଛୁଟି।

ଏହା ସହ ପଢନ୍ତୁ: ଏହି ଆପାର୍ଟମେଣ୍ଟରେ ରହୁଛନ୍ତି ୨୦୦ ପରିବାର! ବିଲ୍ଡିଂରେ ରହିଛି ଆହୁରି ଅନେକ କିଛି

ବୁଡ କହିଛନ୍ତି କମ୍ପାନୀ ତାଙ୍କର ଖ୍ରୀଷ୍ଟମାସ ପର୍ଯ୍ୟନ୍ତ ଛୁଟି ମଞ୍ଜୁରୀ କରିନଥିଲା ଓ ସେପର୍ଯ୍ୟନ୍ତ ସେ ତାଙ୍କୁ ଶିଶୁକୁ ଦେଖିବାକୁ ଯାଇପାରିନଥିଲେ। ଖ୍ରାଷ୍ଟମାସ ପରେ ତାଙ୍କୁ ଛୁଟି ମିଳିଥିଲା ଓ ତାଙ୍କ ଶିଶୁକୁ ଦେଖା କରିବାକୁ ଯାଇଥିଲେ।ମାର୍ଚ୍ଚ ୧୬ରେ ବୁଡ ନେପାଳରୁ ତାଙ୍କ ସ୍ତ୍ରୀ ଓ ଶିଶୁ ପୁତ୍ରକୁ ନେଇ ପୂନର୍ବାର ଜାପାନକୁ ଫେରିଆସିଥିଲେ। ଯେତେବେଳେ ବୁଡ କମ୍ପାନୀକୁ ପୂନର୍ବାର ଜଏନ ପାଇଁ ଗଲେ ସେତେବେଳେ ତାଙ୍କୁ କମ୍ପାନୀ ଅଣଦେଖା କରିବାକୁ ଲାଗିଲା ଆଉ ଏମିତି ବ୍ୟବହାର ପଦର୍ଶନ କଲା ସେଥିରେ ବୁଡ ଡିପ୍ରେସନରେ ଚାଲିଯାଇଥିଲେ। ସେହି ସମୟରେ ସେ ୬ ମାସର ମେଡିକାଲ ଲିଭ ନେଇଥିଲେ। ଏହାପରେ କମ୍ପାନୀ  ତାଙ୍କୁ ବିନା ଦରମାରେ ଛୁଟିରେ ରଖିଲା। ଏଥିପାଇଁ କମ୍ପାନୀ ବିରୋଧରେ ବୁଡ କୋର୍ଟରେ କେସ କରିଛନ୍ତି।

ଏହା ସହ ପଢନ୍ତୁ: ଶ୍ରୀଲଙ୍କାର ଏହି ଆଠ ହଜାର ଫୁଟ ଉଚ୍ଚ ଗୁମ୍ଫାରେ ରହିଛି ରାବଣର ଶବ ! ମମି ଭଳି ସାଇତି ରଖାଯାଇଛି ବାକ୍ସରେ

ସେପଟେ ଏହି ଘଟଣା ପରେ ମିଷ୍ଟୁବିସି ୟୁଏଫଜେ ମୋର୍ଗାନ ସିକ୍ୟୁରିଟିଜ ତରଫରୁ କୁହାଯାଇଛି ଯେ  ଆମ କମ୍ପାନୀ କର୍ମଚାରୀମାନଙ୍କୁ ଶୋଷଣ କରୁନାହିଁ। ଆମେ ସର୍ବଦା ସେମାନଙ୍କ ଅଧିକାରକୁ ସମର୍ଥନ କରିଥାଉ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.