ଟାଟା କ୍ରୋମାଇଟ୍ ଖଣିରେ ଶ୍ରମିକ ଛଟେଇ ନୋଟିସକୁ ବିରୋଧ କରି ୮ ଦିନ ବ୍ୟାପି ଧାରଣାରେ ବସିଛନ୍ତି ଶ୍ରମିକ, ଆଜି ୪ ହୋଇଛନ୍ତି ଗୁରୁତର ଅସୁସ୍ଥ

ଯାଜପୁର ରୋଡ( କେ ନ୍ୟୁଜ): ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକାର ଟାଟା କ୍ରୋମାଇଟ୍ ଖଣିରେ କାର୍ଯ୍ଯରତ ୪୦୦ ରୁ ଉର୍ଦ୍ଧ୍ବ ଠିକା ଶ୍ରମିକ ଦିର୍ଘ ୮ ଦିନ ହେବ ଧାରଣାରେ ବସିଛନ୍ତି। ସେଥିରୁ ଆଜି ୪ ଜଣ ଶ୍ରମିକ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି। ଫଳରେ ସେମାନଙ୍କୁ ଟାଟା ହସ୍ପିଟାଲରେ  ଭର୍ତ୍ତି କରାଯାଇଛି । ଅସୁସ୍ଥ ଶ୍ରମିକ ମାନେ ହେଲେ  ସମ୍ବୁନାଥ ମହାନ୍ତ, ଶୁକ୍କାରାମ ହେମ୍ବ୍ରମ, ଗୌତମ  ବିଶ୍ୱାସ ଓ ବିଜୟ ଚୌହାନ । ଟାଟା ଖଣିରେ କାର୍ଯ୍ଯରତ ଠିକା ସଂସ୍ଥା ଜି.ଏସ୍ ଅତୱାଲ କମ୍ପାନୀ ଅଧିନରେ ଏହି ଶ୍ରମିକ ମାନେ ଗତ ୧୯୮୪ ମସିହାରୁ କାର୍ଯ୍ୟ କରି ଆସୁଥିଲେ। କିନ୍ତୁ ଗତ କିଛି ଦିନ ତଳେ କମ୍ପାନୀ ଏହି ଶ୍ରମିକ ମାନଙ୍କୁ ଛଟେଇ କରିବା ପାଇଁ ନୋଟିସ୍ ଜାରି କରିଥିଲା। ଫଳରେ ଏହାକୁ ବିରୋଧ କରି ଶ୍ରମିକ ମାନେ ଖଣି ପରିସରରେ ଧାରଣାରେ ବସିଥିଲେ।

tta llabour strike

ଏହି ଶ୍ରମିକ ମାନଙ୍କୁ କମ୍ପାନୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଳ ଦେଖାଇ ଶୋଷଣ କରୁଥିବା ଶ୍ରମିକ ମାନେ ଅଭିଯୋଗ ଆଣିଛନ୍ତି । ଶ୍ରମିକ ମାନଙ୍କ କହିବା କଥା କମ୍ପାନୀ ୨୦୧୪ ମସିହା ଠାରୁ ଶ୍ରମିକଙ୍କ ଗ୍ରାଚୁଇଟ, ମେଡିକାଲ ସୁବିଧା ଓ ଅନ୍ୟାନ୍ୟ ଭତ୍ତା ବନ୍ଦକରିବା ସହିତ ଅବସରପ୍ରାପ୍ତ କର୍ମଚାରୀଙ୍କୁ  ସେମାନଙ୍କର ପେନସନ ଦେବା ମଧ୍ୟ ବନ୍ଦ କରିଦେଇଥିଲା । ଗତ ଦୁଇ ମାସ ହେବ ଶ୍ରମିକ ମାନେ ଦରମା ପାଇ ନ ଥିବା ବେଳେ ସେପ୍ଟେମ୍ବର 30 ତାରିଖରୁ ରାତା ରାତି ନୋଟିସ ଲଗାଇ ଶ୍ରମିକ ମାନଙ୍କୁ କାର୍ଯ୍ୟରୁ ନିବୃତ ରଖିଛି  କମ୍ପାନୀ । ଏଥିରେ ଶ୍ରମିକ ମାନେ ଅତିଷ୍ଠ ହୋଇ ୨ ଅକ୍ଟୋବର ଠାରୁ ଖରା ବର୍ଷାକୁ ଖାତିର ନକରି ଭୋକ ଉପାସରେ ରହି କମ୍ପାନୀ ପରିସରରେ ଆମରଣ ଅନଶନ ରେ ବସି ରହିଛନ୍ତି । ଶ୍ରମିକ ମାନଙ୍କ ତରଫରୁ ସମସ୍ତ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ  ଏ ପର୍ଯ୍ୟନ୍ତ ନା ପ୍ରଶାସନ ନା କମ୍ପାନୀ କତ୍ତୃପକ୍ଷ  ନା ସ୍ଥାନୀୟ ବିଧାୟକ କେହି ସେମାନଙ୍କ ପାଖରେ ପହଞ୍ଚି ନାହାନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.