Below header

ବିଦାୟ ନେଲେ ମାଆ, ବିଭିନ୍ନ ସ୍ଥାନରେ ଯାକଜମକରେ ଅନୁଷ୍ଠିତ ହୋଇଛି ଜଗତଜନନୀଙ୍କ ଭସାଣ ଉତ୍ସବ

କଟକ(କେନ୍ୟୁଜ୍): ବିଦାୟ ନେଲେ ମାଆ। ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ ଯାକଜମକରେ ଅନୁଷ୍ଠିତ ହୋଇଛି ଜଗତଜନନୀଙ୍କ ଭସାଣ ଉତ୍ସବ। କଟକରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ମାଆଙ୍କ ମେଲାଣି। ଏପର୍ଯ୍ୟନ୍ତ ୧୦୬ଟି ମେଢର ବିସର୍ଜନ ସରିଛି। ଦେବୀଗଡ଼ାରେ ନିର୍ମିତ ଅସ୍ଥାୟୀ ଜଳଶାୟରେ ଶତାଧିକ ମୂର୍ତ୍ତିଙ୍କୁ ବିସର୍ଜନ କରାଯାଇଛି। ଆଜି ମଧ୍ୟ ଚାଲିଛି ଭସାଣ ଉତ୍ସବ। ଭସାଣି ପାଇଁ କଟକରେ ଟ୍ରାଫିକ କଟକଣା କରାଯାଇଛି। ଦେବୀଙ୍କ ଉସାଣ ଉତ୍ସବ ପାଇଁ ଦୁଲୁକିଥିଲା କଟକ ସହ। ଗଳିକନ୍ଦି, ସାହି, ଛକ ବାଜର ଉତ୍ସବମୁଖରିତ ହୋଇ ପଡ଼ିଥିଲା। ପାରମ୍ପିରକ ବାଜା, ନୃତ୍ୟ ଗୀତରେ କମ୍ପିଥିଲା ସାରା ସହର। ବିଭିନ୍ନ ସ୍ଥାନରୁ ମେଢ଼ ଶୋଭଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ଦେବୀଗଡ଼ା ଅଭିମୁଖେ ଯାଇଥିଲେ। ଆକର୍ଷଣୀୟ ଆଲୋକମାଳା ସାଙ୍ଗକୁ ନୃତ୍ୟଗୀତରେ ଝୁମିଥିଲେ କଟକ ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.