photo: studycafe
ଦଶମ ଏବଂ ଦ୍ୱାଦଶ ପାସ୍ କରି ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ହିନ୍ଦୁସ୍ତାନ କପର ଲିମିଟେଡ୍ (Hindustan Copper Limited) ଟ୍ରେଡ୍ ଆପ୍ରେଣ୍ଟିସ୍ ପଦ ପାଇଁ ଆବେଦନ ଆହ୍ଵାନ କରିଛି। ଏହି ପଦଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଚାଲିଛି। ପ୍ରାର୍ଥୀମାନେ HCLର ଅଫିସିଆଲ୍ ୱେବସାଇଟ୍ hindustancopper.com ମାଧ୍ୟମରେ ଜୁଲାଇ ୧୫ ସୁଦ୍ଧା ଆବେଦନ କରିପାରିବେ। ଏହି ପଦଗୁଡିକ ପାଇଁ ପ୍ରାର୍ଥୀମାନଙ୍କୁ ଅଫିସିଆଲ୍ ୱେବସାଇଟ୍ ଜରିଆରେ ଅନଲାଇନ ଆବେଦନ କରିବାକୁ ପଡିବ। ପ୍ରାର୍ଥୀମାନେ ନିର୍ଦ୍ଧାରିତ ଶେଷ ତାରିଖ କିମ୍ବା ଏହା ପୂର୍ବରୁ ଆବେଦନ କରିପାରିବେ।
ଟ୍ରେଡ୍ ଆପ୍ରେଣ୍ଟିସ୍- ୨୯୦ ପଦ
ଏହି ପଦଗୁଡ଼ିକ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ କୌଣସି ବି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ କିମ୍ବା ଦ୍ୱାଦଶ ପାସ୍ କରିଥିବା ଦରକାର। ଏଥି ସହିତ ପ୍ରାର୍ଥୀ ସମ୍ପୃକ୍ତ ଟ୍ରେଡ୍ରେ ITI ଡିଗ୍ରୀଧାରୀ ହୋଇଥିବା ଜରୁରୀ।
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍। ସେପଟେ ବୟସ ସୀମାରେ ଏସ୍ସି ଓ ଏସ୍ଟି ବର୍ଗର ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଓବିସି ବର୍ଗଙ୍କୁ ୩ ବର୍ଷ ଛାଡ୍ ଦିଆଯାଇଛି।
ଏହି ପଦଗୁଡିକରେ ଆବେଦନକାରୀଙ୍କ ଚୟନ ଯୋଗ୍ୟତା ମାଧ୍ୟମରେ କରାଯିବ। ଶିକ୍ଷାଗତ ଯୋଗ୍ୟତା ଆଧାରରେ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ କରାଯିବ। ଏହି ନିଯୁକ୍ତି ସମ୍ବନ୍ଧିତ ଅନ୍ୟାନ୍ୟ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଯାଞ୍ଚ କରିପାରିବେ।
-ପ୍ରଥମେ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ hindustancopper.com କୁ ଯାଆନ୍ତୁ।
-ହୋମ୍ ପେଜ୍ରେ ଦିଆଯାଇଥିବା କ୍ୟାରିୟର ସେକ୍ସନକୁ ଯାଆନ୍ତୁ।
-ଏଠାରେ ସମ୍ବନ୍ଧିତ ପଦ ପାଇଁ ଆପ୍ଲାଏ ଉପରେ କ୍ଲିକ୍ କରନ୍ତୁ।
-ଆବଶ୍ୟକ ବିବରଣୀ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ।
-ଏବେ ସବ୍ମିଟ ଉପରେ କ୍ଲିକ୍ କରନ୍ତୁ।
ଆବେଦନ ଆରମ୍ଭ ତାରିଖ-୧ ଜୁଲାଇ ୨୦୨୨
ଆବେଦନ ଶେଷ ତାରିଖ-୧୫ ଜୁଲାଇ ୨୦୨୨
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…