ମନୋରଂଜନ

‘ମା’ କାଳୀ’ ସିଗାରେଟ୍‌ ଟାଣୁଥିବାର ଦେଖି ତାତିଲେ ଲୋକେ! ଫିଲ୍ମର ପୋଷ୍ଟର ସୃଷ୍ଟି କଲା ବିବାଦ

କିଛି ଦିନ ତଳେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିଲା, ଯେଉଁଥିରେ ‘ମା’ କାଳୀ’ଙ୍କ ଫଟୋ ଦେଖିବାକୁ ମିଳିଥିଲା। ପୋଷ୍ଟରରେ କେବଳ ମା’ଙ୍କ ଫଟୋ ନ ଥିଲା, ବରଂ ଏମିତି କିଛି ଜିନିଷକୁ ଦେଖାଯାଇଥିଲା, ଯାହାକି ବର୍ତ୍ତମାନ ବିବାଦର କାରଣ ପାଲଟିଛି। ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିବା ମାତ୍ରେ ହିଁ ଲୋକେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶକଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି।

ଏବେ ସୋସିଆଲ ମିଡିଆରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି। ଖବର ରହିଛି ଯେ ନିକଟରେ ଲୀନା ମଣିମେକଲଇ ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟର ସେୟାର କରିଥିଲେ, ଯାହାକି ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଥିଲା। ଲୋକମାନେ ଲୀନାକୁ ତୁରନ୍ତ ଗିରଫ କରିବାକୁ ଦାବି ଉଠାଇଥିଲେ ଏବଂ ଏହି କାରଣରୁ ବର୍ତ୍ତମାନ ଟ୍ଵିଟରରେ #arrestleenamanimekalai ଟ୍ରେଣ୍ଡ କରିବାକୁ ଲାଗିଛି।

୨ ଜୁଲାଇରେ ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକଲଇ ନିଜ ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟର ସେୟାର କରିଥିଲେ। ଏହି ପୋଷ୍ଟର ସେୟାର କରି ସେ କହିଥିଲେ ଯେ ଏହି ଡକ୍ୟୁମେଣ୍ଟାରୀକୁ କାନାଡା ଫିଲ୍ମ ଫେଷ୍ଟିଭାଲରେ ଲଞ୍ଚ କରାଯାଇଛି। ଲୀନା ଡକ୍ୟୁମେଣ୍ଟାରୀର ନାମ ‘କାଳୀ’ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟର ସେୟାର କରିଛନ୍ତି, ସେଥିରେ ମା’ କାଳୀଙ୍କ ହାତରେ ସିଗାରେଟ ରହିଛି। କେବଳ ଏତିକି ନୁହେଁ, ପୋଷ୍ଟରରେ ମା’ କାଳୀଙ୍କ ଗୋଟିଏ ହାତରେ ତ୍ରିଶୂଳ ଥିବାବେଳେ ଅନ୍ୟ ହାତରେ LGBTQ ସମ୍ପ୍ରଦାୟର ପତାକା ନଜର ଆସୁଛି।

ଏହି ପୋଷ୍ଟରରେ ମା’ କାଳୀ ସିଗାରେଟ ଟାଣୁଥିବାର ଦେଖି ସୋସିଆଲ ମିଡିଆ ୟୁଜରମାନେ ରାଗି ଯାଇଛନ୍ତି। ସେମାନେ ଲୀନାଙ୍କ ବିରୋଧରେ ସୋସିଆଲ ମିଡିଆରେ ଆନ୍ଦୋଳନ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଲୀନା ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

10 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

19 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

54 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago