ରାଜ୍ୟ

ରାଜ୍ୟରେ ବିଜୁଳି ସଂକଟ ନାହିଁ , ଜରୁରୀ ନଥିଲେ ବିଜୁଳି ନକାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି: ଶକ୍ତିମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ବିଜୁଳି ବଳକା ରାଜ୍ୟ। ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ୨୦୨୨ରେ ୧୦ରୁ ୧୨ଦିନ ସାମୟିକ ଭାବେ ଅଧଘଣ୍ଟାରୁ ଘଣ୍ଟାଏ ଲେଖାଏଁ ବିଜୁଳି କାଟ ହେଉଥିଲା। ପିକ୍‌ ସମୟରେ ଅନ୍ୟ ରାଜ୍ୟ ତୁଳନାରେ କମ ବିଜୁଳି କାଟ ହେଉଥିଲା। ଏପ୍ରିଲ ୨୫ ତାରିଖରୁ ଆଉ ବିଜୁଳି କାଟ ହେଉନାହିଁ। ଅତ୍ୟନ୍ତ ଜରୁରୀ ନଥିଲେ ମରାମତି କାର୍ଯ୍ୟ ପାଉଁ ବିଜୁଳି ନକାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ସାରା ଦେଶରେ ବିଜୁଳି ଯୋଗାଣ ଦର ଓଡ଼ିଶାରେ କମ୍‌ ରହିଛି।

ରାଜ୍ୟରେ ବିଜୁଳି ଗ୍ରାହକଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇ ୯୬ଲକ୍ଷରେ ପହଞ୍ଚିଛି। ଗତ ୩ମାସ ଏପ୍ରିଲରୁ ଜୁନ ମଧ୍ୟରେ ବିଜୁଳି ଚାହିଦା ୨୩ପ୍ରତିଶତ ବଢିଛି। ଏହା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇ ଦେଇଆସୁଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରାଜ୍ୟରେ ବିଜୁଳି ସମସ୍ୟା ଜାରି ରହିଛି। ଦିଲ୍ଲୀ ଓ ପଞ୍ଜାବରେ ମାଗଣା ବିଜୁଳି ଦିଆଯାଉଛି। ରାଜ୍ୟରେ ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ୟୁନିଟ ପିଛା ଅଧିତ ଟଙ୍କା ନିଆଯାଉଥିବା ସାଲୁଜା କହିଛନ୍ତି।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

14 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

23 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

58 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago