ବ୍ୟବସାୟ ଓ ଅର୍ଥନୀତି

ରେଳ ଓ ଡାକ ବିଭାଗର ଜଏଣ୍ଟ ପାର୍ସଲ ସର୍ଭିସ

ଆପଣ ଟ୍ରେନରେ ଯାତ୍ରା କରିଛନ୍ତି ନା ନାହିଁ। ନିଶ୍ଚୟ ଭାବେ କରିଥିବେ କାହିଁକିନା ଅଧିକାଂଶ ଲୋକ ଟ୍ରେନରେ ଯାତ୍ରା କରିବାକୁ ସାଧାରଣତଃ ପସନ୍ଦ କରନ୍ତି। ଆରାମଦାୟକ ଏବଂ ଲମ୍ବା ଟ୍ରାଭେଲ ପାଇଁ ଲୋକମାନେ ଟ୍ରେନ ଯାତ୍ରାକୁ ପ୍ରାଧାନ୍ୟ ଦିଅନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି। ଭାରତୀୟ ରେଳ ପୁରା ଦୁନିଆର ନିଜର ଲମ୍ବା ଚଉଡ଼ା ନେଟଓ୍ଵାର୍କ ପାଇଁ ଜଣାଯାଏ। ଡାଟା କୁ ଦେଖିଲେ ପାଖାପାଖି ୨.୫୦ କୋଟି ଲୋକ ପ୍ରତିଦିନ ଏହି ସେବାର ଲାଭ ଉଠାଇଥାନ୍ତି। ଏହାବ୍ୟତିତ ଭାରତୀୟ ରେଳ ପ୍ରତ୍ୟେକ ଦିନ ୩୩ ଲକ୍ଷ ଟନ୍‌ ର ମାଲ ନେବା ଆଣିବା କରିଥାଏ। ଏହାର ସ୍ଥାପନା ୮ ମେ ୧୮୪୫ ରେ ହୋଇଥିଲା। ଭାରତୀୟ ରେଳ ଏସିଆର ସବୁଠୁ ତଥା ଦୁନିଆର ୪ର୍ଥ ସବୁଠୁ ଲମ୍ବା ନେଟଓ୍ଵାର୍କ। ଭାରତୀୟ ରେଳ ଟ୍ରାକ ପାଖାପାଖି ୬୭,୩୬୮ କିଲୋମିଟର ଲମ୍ବା।

ଏବେ ଭାରତୀୟ ରେଳ ସହିତ ହାତ ମିଳାଇଛି ଭାରତୀୟ ଡ଼ାକ ବିଭାଗ। ଆଉ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ଇଣ୍ଡିଆ ପୋଷ୍ଟ ଓ ଭାରତୀୟ ରେଳ ଗତ ୧୬ ଫେବୃଆରୀରୁ ମିଳିତ ଭାବେ ଆରମ୍ଭ କରିଛନ୍ତି ଏକ ନୂଆ ସେବା। ଯେଉଁଥିରେ ଅନେକ ଯାତ୍ରୀ ପାଇପାରିବେ ଢ଼େର ସୁବିଧା। ଭାରତୀୟ ରେଳ ଓ ଇଣ୍ଡିଆ ପୋଷ୍ଟ ଅଫିସ ସଂଯୁକ୍ତ ପାର୍ସଲ ସେବା ଗତ ଗୁରୁବାର ଆରମ୍ଭ କରିଛନ୍ତି। ରେଳ ପୋଷ୍ଟ ଗତି ଶକ୍ତି ଏକ୍ସପ୍ରେସ କାର୍ଗୋ ସେବା ଆରମ୍ଭ ୪ଟି କ୍ଷେତ୍ରରେ ହୋଇଛି। ଏଥିରେ ଦିଲ୍ଲୀ, କୋଲକତା, ବାଙ୍ଗାଲୋର-ଗୌହାଟି, ସୁରତ-ମୁଜଫର ନଗର ଓ ହାଇଦ୍ରାବାଦ ହଜରତ ନିଜାମୁଦ୍ଦିନ ରେ ହେବ। ପ୍ରଥମ ଚରଣରେ ମୋଟ ୧୫ ଟି କ୍ଷେତ୍ରରେ ଏହି ସେବାକୁ ଆରମ୍ଭ କରିଛନ୍ତି।

ଆରମ୍ଭ ହେଲା ରେଳ ଓ ଡାକ ବିଭାଗର ଜଏଣ୍ଟ ପାର୍ସଲ ସର୍ଭିସ। ଏହି ପାର୍ସଲ ସେବା ର ଖାସ କଥା ଏହା ଯେ ଏଥିରେ ପାର୍ସଲ କୁ ସିଧା ଉପଭୋକ୍ତାଙ୍କ ନିକଟରେ ପଠାଯିବ। ଆଉ ତାଙ୍କୁ ସିଲ ବନ୍ଧା ବକ୍ସରେ ଭରି ଦିଆଯିବ। ଏମିତିରେ ଡେଲିଭରି ସୁବିଧା ସହଜ ମଧ୍ୟ ହୋଇଯିବ।

ଏଥିରେ ରେଳବିଭାଗ ଓ ଡାକ ବିଭାଗ ସଂଯୁକ୍ତ ଭାବେ ମିଶି ଏହି କାମ କରିବେ। ଏହି ସେବାକୁ ଲୋକପ୍ରିୟ କରିବା ପାଇଁ ରେଳ ଓ ଡାକ ବିଭାଗ ମିଶି ଗୋଟିଏ ସଂଯୁକ୍ତ ଟିମ ଗଠନ କରାଯାଇଛି। ପାର୍ସଲ କରାଯାଉଥିବା ଜିନିଷକୁ ସୁରକ୍ଷିତ ଭାବେ ରଖିବା ପାଇଁ ଖାସ ବକ୍ସ ମଧ୍ୟ ତିଆରି କରାଯାଇଛି। ଏହାବ୍ୟତିତ ପାର୍ସଲ ବୁକିଂ ଦର ସ୍ଲାବ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି। ସେମିତି ପାର୍ସଲ ଏକତ୍ରୀକରଣ କେନ୍ଦ୍ରକୁ କୁସଲ ଷ୍ଟାକିଂ ପାଇଁ ବିଶେଷ ରୁପେ ଡିଜାଇନ କରାଯାଇଛି। ଭିଟିୟୁ ଡେକ ରେ ପାଲାଟାଇଜଡ୍‌ ସାମଗ୍ରୀକୁ ସହଜରେ ରୋଲ କରାଯାଇ ପାରିବ।

ଇଣ୍ଡିଆ ପୋଷ୍ଟ ଦ୍ୱାରା ଗ୍ରାହକଙ୍କ କବାଟ ପାଖରୁ ଜିନିଷ ନିଆଯିବ। ଏହାପରେ ଜିନିଷକୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ନିଆଯିବ। ଆଉ ସେଠାରୁ ଇଣ୍ଡିଆ ପୋଷ୍ଟ କନସାଇମେଣ୍ଟ କୁ ସେଠାରୁ ଟ୍ରାନ୍ସପୋର୍ଟ କରାଯିବ। ଏମିତିରେ ଆପଣ ୧୦୦ କିଲୋଗ୍ରାମର ଛୋଟ ଲୋଡ଼ କୁ ମଧ୍ୟ ବୁକ କରିପାରିବ। ଏହାସହିତ ଡାକ ବିଭାଗ ଦ୍ୱାରା ଜେପିପି ସେବା ର ଲାଭ ଉଠାଉଥିବା ଗ୍ରାହକଙ୍କୁ କାର୍ଗୋ ମୂଲ୍ୟ ର ୦.୦୩% ଦରରେ ଥାର୍ଡ ପାର୍ଟି ବୀମା ଦିଆଯିବ।

ପିକ ଅପ୍‌ ରୁ ଡେଲିଭରୀ ପର୍ଯ୍ୟନ୍ତ ଭାରତୀୟ ଡାକ ଗ୍ରାହକ ଙ୍କୁ ସର୍ମ୍ପକ କରିବେ। ଏଥିପାଇଁ ସିଙ୍ଗିଲ ପଏଣ୍ଟ ରହିବ। ଏଥିପାଇଁ ଏକ ମୋବାଇଲ ଆପ ମଧ୍ୟ ବାହାରିବ। ଆପ୍‌ ମାଧ୍ୟମରେ ଜିନିଷର ବୁକିଂ କରିପାରିବେ। ଏହାସହିତ ଅନଲାଇନ ଭୁଗତାନ କରିପାରିବେ। ଆପ୍‌ ମାଧ୍ୟମରେ ଆପଣ ନିଜ ଜିନିଷର ଟ୍ରାକିଂ ମଧ୍ୟ ଜାଣିପାରିବେ।

D Sonali

Recent Posts

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

23 mins ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

1 hour ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

3 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

3 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

4 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

4 hours ago