ବ୍ୟବସାୟ ଓ ଅର୍ଥନୀତି

ଆପଣଙ୍କ ପାଖରେ ଇଲେକ୍ଟ୍ରିକ୍‌ କାର ଅଛି କି? ସର୍ଭିସ କରିବା ସମୟରେ ଧ୍ୟାନ ରଖନ୍ତୁ ଏହି ଜିନିଷ

ଭାରତରେ ଇଲେକ୍ଟ୍ରିକ୍‌ କାର ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପେଟ୍ରୋଲ ଏବଂ ଡିଜେଲ ସହିତ ଇଲେକ୍ଟ୍ରିକ୍‌ କାରଗୁଡିକର ରେଗୁଲାର ସର୍ଭିସ ମଧ୍ୟ ଅତ୍ୟନ୍ତ ଜରୁରୀ । ରେଗୁଲାର ସର୍ଭିସ ନକରିବା ଦ୍ୱାରା ଅନେକ ସମସ୍ୟା ଦେଖାଯାଏ । ଇଲେକ୍ଟ୍ରିକ୍ କାର୍ ସର୍ଭିସ କରାଇବା ସମୟରେ କିଛି ଜିନିଷକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ । ଯଦି ଆପଣ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ନରଖିବେ ତେବେ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଯଦି ଆପଣଙ୍କ ପାଖରେ ଏକ ଇଲେକ୍ଟ୍ରିକ୍ କାର୍ ଅଛି, ତେବେ ଆମେ ଆପଣଙ୍କୁ କିଛି ଜରୁରୀ ସର୍ଭିସ ଟିପ୍ସ ଜଣାଇବୁ । ଯାହା ଦ୍ୱାରା ଆପଣ କାର୍‌ ସମ୍ବନ୍ଧୀୟ ଅନେକ ସମସ୍ୟା ବିଷୟରେ ଜାଣି ପାରିବେ ।

ପେଟ୍ରୋଲ-ଡିଜେଲ କାର ଭଳି ଇଲେକ୍ଟ୍ରିକ୍‌ କାରର ରେଗୁଲାର ସର୍ଭିସ ମଧ୍ୟ ଜରୁରୀ । ବେଳେବେଳେ ସର୍ଭିସ କରିବା ଦ୍ୱାରା କାରର ସମସ୍ତ ପାର୍ଟ ଭଲ ଭାବେ କାମ କରିବ ଏବଂ କାର ବ୍ରେକ୍‌ ଡାଉନ୍‌ ହେବା ଠାରୁ ମଧ୍ୟ ରକ୍ଷା ହେବ । ଅନେକ ଥର କାର ସର୍ଭିସ ନହେବା ଦ୍ୱାରା ଏହା ଭଲ ଭାବେ କାମ କରେ ନାହିଁ, ଯେଉଁ କାରଣରୁ କାର ମାଲିକ ଚିନ୍ତା କରନ୍ତି । କାରକୁ ଭଲ ଭାବରେ ଚଳାଇବା ପାଇଁ ଇଞ୍ଜିନ, ବ୍ରେକ୍ ଏବଂ ଟାୟାରର ସବୁବେଳେ ଯତ୍ନ ନେବା ଉଚିତ୍ । ଏହା ବ୍ୟତୀତ ବ୍ୟାଟେରୀକୁ ମଧ୍ୟ ଯାଞ୍ଚ କରିବା ଉଚିତ୍‌ ।

ଇଲେକ୍ଟ୍ରିକ୍ କାର୍ ସର୍ଭିସ୍‌ କରିବା ସମୟରେ ଏହାର ବ୍ୟାଟେରୀ ସବୁବେଳେ ଯାଞ୍ଚ କରିବା ଜରୁରୀ ହୋଇଥାଏ । କାରଣ ଯାଞ୍ଚ କରିବା ଦ୍ୱାରା ଆପଣଙ୍କୁ ବ୍ୟାଟେରୀ ଲାଇଫ ବିଷୟରେ ମଧ୍ୟ ଜଣାପଡ଼ିଥାଏ । ଯେତେବେଳେ ଆପଣ ସର୍ଭିସ ପାଇଁ କାର ନିଅନ୍ତି, ସେତେବେଳେ ଆପଣଙ୍କର ଇଲେକ୍ଟ୍ରିକ୍‌ କାରର ମୋଟର ଯାଞ୍ଚ କରନ୍ତୁ । ଏହା ଦ୍ୱାରା ଆପଣଙ୍କୁ ମୋଟର କ୍ୟାପାସିଟି ଜାଣିବାକୁ ମିଳିବ । ଯଦି ଆବଶ୍ୟକ ହୁଏ କାର୍ ସଫ୍ଟୱେର୍ ମଧ୍ୟ ଅପଡେଟ୍ କରନ୍ତୁ । ଏହା ମଧ୍ୟ ଆପଣଙ୍କ କାରର କ୍ୟାପାସିଟିକୁ ଡେଭଲପ୍‌ କରିବ ।

ଇଲେକ୍ଟ୍ରିକ୍ କାରରେ କୌଣସି ଅସୁବିଧା ହେଲେ ସର୍ଭିସ ସେଣ୍ଟରକୁ ଜଣାଇ ଦିଅନ୍ତୁ । ଏପରି ଭାବରେ ଠିକ ସମୟରେ ସମସ୍ୟାର ଯାଞ୍ଚ କରାଯିବ ଏବଂ ସମସ୍ୟାର ଶୀଘ୍ର ସମାଧାନ ମଧ୍ୟ ହେବ । କାର୍ ସର୍ଭିସ କରିବା ସମୟରେ କବାଟ, ବୋନଟ୍, ଡିକି, ବ୍ରେକ୍, ଲାଇଟ୍ ଏବଂ ଗିଅର ଅଏଲ୍‌ ମଧ୍ୟ ଯାଞ୍ଚ କରନ୍ତୁ, ଏହା କାରର ଲାଇଫକୁ ଡେଭଲପ୍‌ କରିବ ।

Subhalaxmi Das

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

10 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago