ବ୍ୟବସାୟ ଓ ଅର୍ଥନୀତି

ପୋଷ୍ଟ ଅଫିସ ଜିରୋ ରିସ୍କର ସୁପରହିଟ ସ୍କିମ, ଅଢ଼େଇ ବର୍ଷ ପରେ ଉଠାଇପାରିବେ ଟଙ୍କା

ଲମ୍ବା ସମୟ ଧରି ନିବେଶ କରିବାକୁ ଚାହୁଁଥିଲେ ପୋଷ୍ଟ ଅଫିସ ହେଉଛି ବଢ଼ିଆ ମାଧ୍ୟମ। କାରଣ ଏଥିରେ ରିସ୍କ ଫାକ୍ଟର ବହୁତ କମ ଥାଏ। ଏହି ସ୍କିମ କେବଳ ସେହି ମାନଙ୍କ ପାଇଁ ଯେଉଁମାନେ ଲମ୍ବା ସମୟ ଧରି ସେଭିଂ କରିବାକୁ ଚାହୁଁଛନ୍ତି। ପୋଷ୍ଟ ଅଫିସର ଏହି ସ୍କିମ ଏକ ସୁରକ୍ଷିତ ନିବେଶ। ଯାହା ଆପଣଙ୍କ ସହିତ ଆପଣଙ୍କ ପରିବାରକୁ ମଧ୍ୟ ଲାଭ ଯୋଗାଇବ।

ଗ୍ରାହକମାନେ ପ୍ରାୟତଃ ନିବେଶ କରିବା ସମୟରେ ପ୍ଲା ଟଫର୍ମ କେତେ ସୁରକ୍ଷିତ ତାହା ପ୍ରଥମେ ଯାଞ୍ଚ କରନ୍ତି। ତେବେ ପୋଷ୍ଟ ଅଫିସ ହେଉଛି ସବୁଠୁ ସୁରକ୍ଷିତ ବିଭାଗ। ଏଥିରେ ଲମ୍ବା ସମୟ ଧରି ଆପଣ ବିନା କୌଣସି ସମସ୍ୟାରେ ନିବେଶ କରିପାରିବେ। ଏମିତିରେ କିଛି ଲୋକ ରାତାରାତି ମାଲାମାଲ ହେବା ପାଇଁ ସେୟାର ମାର୍କେଟ ଭଳି ବ୍ୟବସ୍ଥାକୁ ବାଛୁଥିବା ବେଳେ ଏହା ଆଦୌ ସୁରକ୍ଷିତ ନୁହେଁ। ଏମିତିରେ ପୋଷ୍ଟ ଅଫିସ ହେଉଛି ଅଧିକ ସେଫ୍ଟି।

ଏବେ ଆପଣ ଜିରୋ ରିସ୍କର ନିବେଶ ମଧ୍ୟ ପୋଷ୍ଟ ଅଫିସରେ କରିପାରିବେ। ଯଦି ଆପଣ ରିସ୍କରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଇକ୍ୱିଟିରେ ନିବେଶ କରିପାରିବେ। ଯେମିତିକି ମ୍ୟୁଚୁଆଲ ଫଣ୍ଡରେ ନିଜ ଟଙ୍କା ରଖିପାରିବେ। ଆଉ ଯଦି ଆପଣ ଜିରୋ ରିସ୍କ ରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ପୋଷ୍ଟ ଅଫିସ ସେଭିଂ ସ୍କିମ ସବୁଠୁ ବଢ଼ିଆ ବିକଳ୍ପ।

ପୋଷ୍ଟ ଅଫିସର ସମସ୍ତ ସ୍କିମ ଉପରେ ସରକାରୀ ଗ୍ୟାରେଣ୍ଟି ମିଳିଥାଏ। ତେଣୁ ଏଥିରେ ରିସ୍କ ଫାକ୍ଟର ଆଦୌ ନଥାଏ। ଏହାସହ ନିବେଶ ଉପରେ ଏକ ଗ୍ୟାରେଣ୍ଟି ରିଟର୍ଣ୍ଣ ମଧ୍ୟ ମିଳିଥାଏ। ଆମେ ଯେଉଁ ସ୍କିମ ସମ୍ପର୍କରେ କହୁଛୁ ତାହାର ନାମ ହେଉଛି କିସାନ ବିକାଶ ପତ୍ର। କିସାନ ବିକାଶ ପତ୍ର ଏକ ଏଭଳି ସ୍କିମ ଯାହାର ଅବଧି ୧୨୪ ମାସ ମାନେ ୧୦ ବର୍ଷ ୪ ମାସ। ଯଦି ଆପଣ ଏଥିରେ ୧ ଅପ୍ରେଲ ୨୦୨୨ ରୁ ୩୦ ଜୁନ ୨୦୨୨ ପର୍ଯ୍ୟନ୍ତ ନିବେଶ କରୁଛନ୍ତି ତେବେ ଆପଣଙ୍କ ତରଫରୁ ଜମା କରାଯାଇଥିବା ଆକ୍ୟୁମେସନ ରାଶି ୧୦ ବର୍ଷ ୪ ମାସ ରେ ଦୁଇଗୁଣ ହୋଇଯିବ। କିସାନ ବିକାଶ ପତ୍ର ରେ ଆପଣଙ୍କୁ ୬.୯% ବାର୍ଷିକ କମ୍ପାଉଣ୍ଡ ସୁଧ ମିଳିବ।

ଆପଣ ଏହାର ସାର୍ଟିଫିକେଟକୁ ୧,୦୦୦ ଟଙ୍କାର ନ୍ୟୂନତମ ନିବେଶ କରିପାରିବେ। ଏଥିରେ ନିବେଶ କରିବାର ଅଧିକତମ ସୀମା ନାହିଁ। ମାନେ ଆପଣ ଯେତେ ଚାହିଁଲେ ସେତେ ଟଙ୍କା ଏହି ସ୍କିମରେ ରଖିପାରିବେ। ଏହି ସ୍କିମର ଆରମ୍ଭ ୧୯୮୮ ରେ ହୋଇଥିଲା। ବିଶେଷ କରି କୃଷକ ମାନଙ୍କ ଫାଇଦା ପାଇଁ ଏହି ସ୍କିମ କୁ ବାହାର କରାଯାଇଥିଲା। ଏମିତିରେ ସେମାନଙ୍କ ଟଙ୍କାକୁ ଦୁଇଗୁଣ କରିବା ଥିଲା ଏହାର ପ୍ରଥମ ଲକ୍ଷ୍ୟ। କିନ୍ତୁ ଏବେ ଏହା ସମସ୍ତଙ୍କ ପାଇଁ ଲାଗୁ ହୋଇଛି। ମାନେ କୃଷକଙ୍କ ବ୍ୟତିତ ଅନ୍ୟ ଲୋକମାନେ ମଧ୍ୟ ଏଥିରେ ନିଜ ଟଙ୍କା ରଖି ଏହାକୁ ଦୁଇଗୁଣିତ କରିପାରିବେ।

ପୂର୍ବରୁ ଏହି ସ୍କିମରେ ଟଙ୍କା ନିବେଶ କରିବାର ସୀମା ନଥିବାରୁ ମନି ଲଣ୍ଡ୍ରିଙ୍ଗ ହେବାର ସମ୍ଭାବନା ଥିଲା। ତେଣୁ ସରକାର ୨୦୧୪ ରେ ୫୦ ହଜାର ଟଙ୍କାରୁ ଅଧିକ ନିବେଶ ଉପରେ ପାନ କାର୍ଡ କୁ ଅନିବାର୍ଯ୍ୟ କରିଛନ୍ତି। ଯଦି କେହି ୧୦ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ନିବେଶ କରୁଛନ୍ତି ତେବେ ଇନକମ ପ୍ରୁଫ ମଧ୍ୟ ଜମା କରି ବାକୁ ପଡ଼ିବ। ଆଇଟିଆର, ସ୍ୟାଲେରୀ ସ୍ଲିପ ଏବଂ ବ୍ୟାଙ୍କ ଷ୍ଟେଟମେଣ୍ଟ ଆଦି। ସେକସନ ୮୦ ସି ଅନ୍ତର୍ଗତ ଟାକ୍ସ ଛାଡ ମିଳିନଥାଏ। ଏହାର ଲକ ଇନ ପିରିୟଡ ହେଉଛି ୩୦ ମାସ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 min ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

3 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

43 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

58 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago