ଦେଶ ବିଦେଶ

ରୁଷ୍‌ର ବଡ଼ ନିଷ୍ପତ୍ତି! ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ; ‘stop list’ରେ ୧୩ ବ୍ରିଟିଶ ରାଜନେତାଙ୍କୁ କଲା ସାମିଲ

ୟୁକ୍ରେନ ସହ ଯୁଦ୍ଧ ଭିତରେ ରୁଷ୍‌, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଏଥି ସହିତ ବ୍ରିଟିଶର କେତେଜଣ ବଡ଼ ନେତା ଓ ମନ୍ତ୍ରୀଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି ଯେ ୟୁକ୍ରେନ ସଂଘର୍ଷକୁ ନେଇ ଏହି ନେତାମାନଙ୍କର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଯୋଗୁ ଏଭଳି ପଦକ୍ଷେପ ନିଆଯାଇଛି। ମସ୍କୋ ତରଫରୁ ଜାରି ‘ଷ୍ଟପ୍‌ ଲିଷ୍ଟ୍‍’ରେ ୧୩ ଜଣ ବ୍ରିଟିଶ ରାଜନେତାଙ୍କ ନାମ ସାମିଲ ରହିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ ମୂଳର ବ୍ରିଟେନ ଅର୍ଥମନ୍ତ୍ରୀ ଋଷି ସୁନକ ଓ ଗୃହମନ୍ତ୍ରୀ ପ୍ରୀତି ପଟେଲ। ଏହା ବ୍ୟତୀତ ଉପ ପ୍ରଧାନମନ୍ତ୍ରୀ ଡୋମିନିକ୍‌ ରାବ, ବୈଦେଶିକ ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ ଓ ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ବାଲାସ୍‌ ମଧ୍ୟ ସାମିଲ ଅଛନ୍ତି।

ବୟାନରେ କୁହାଯାଇଛି ଯେ ବ୍ରିଟିଶ ସରକାରଙ୍କ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ, ବିଶେଷକରି ରୁଷୀୟ ସଂଘର ଶୀର୍ଷ ଅଧିକାରୀମାନଙ୍କ ଉପରେ ଲାଗୁ ପ୍ରତିବନ୍ଧକକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ବ୍ରିଟେନ ସରକାରଙ୍କ ପ୍ରମୁଖ ସଦସ୍ୟ ଏବଂ ରାଜନେତାମାନଙ୍କୁ ରୁଷର ‘ଷ୍ଟପ୍‌ ଲିଷ୍ଟ୍‍’ରେ ସାମିଲ କରାଯାଇଛି। ବ୍ରିଟେନ ତରଫରୁ ରୁଷକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଲଗା କରିବାର ଉଦ୍ଦେଶ୍ୟରେ ଚଲାଯାଇଥିବା ରାଜନୈତିକ ଅଭିଯାନର ପ୍ରତିକ୍ରିୟା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି।

ବୟାନ ମୁତାବକ, ଏହି ଅଭିଯାନ ରୁଷର ଘରୋଇ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଚଲାଯାଇଥିଲା। ବ୍ରିଟେନର ନେତୃତ୍ୱ ଜାଣିଶୁଣି ୟୁକ୍ରେନ ସ୍ଥିତିକୁ ବିକଟ କରାଇବା ସହିତ ଘାତକ ଅସ୍ତ୍ରଶସ୍ତ୍ର ଉପଲବ୍ଧ କରାଇ କିଭ୍‌ ଶାସନ ପ୍ରଣାଳୀକୁ ଉସୁକାଉଛି। ରୁଷ୍‌ ଉପରେ ଲାଗୁ ପ୍ରତିବନ୍ଧକର ଜବାବରେ ବ୍ରିଟେନ ପିଏମ୍‌ ଜନସନ ଏବଂ ଉଚ୍ଚ ଅଧିକାରୀମାନଙ୍କର ପ୍ରବେଶ ଉପରେ ରୁଷ୍‌ ମଧ୍ୟ ପ୍ରତିବନ୍ଧକ ଲଗାଇ ଦେଇଛି।

ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ବୟାନରେ କହିଛି, ଏହି ପଦକ୍ଷେପ ଲଣ୍ଡନର ବେଲଗାମ୍‌ ସୂଚନା, ରୁଷ୍‌କୁ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଲଗା କରିବା, ଦେଶକୁ ପ୍ରତିବନ୍ଧକ କରିବା ଏବଂ ଘରୋଇ ଅର୍ଥବ୍ୟବସ୍ଥାର ତଣ୍ଟି ଚିପିବା ଉଦ୍ଦେଶ୍ୟରେ ଚାଲିଥିବା ରାଜନୈତିକ ଅଭିଯାନର ଜବାବରେ ନିଆଯାଇଛି।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

23 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

25 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago