ବ୍ୟବସାୟ ଓ ଅର୍ଥନୀତି

ନଜର ପକାନ୍ତୁ ଆଜି କେତେ ରହିଛି ତେଲ ଦର

କେନ୍ୟୁଜ୍ (ବ୍ୟୁରୋ): ଗାଡ଼ିରେ ତେଲ ପକାଇବା ପୂର୍ବରୁ ନଜର ପକାନ୍ତୁ ଆଜି କେତେ ରହିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୦୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୫୮ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି ।

ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୭୪ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୩୩ ପଇସା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

 

Sasmita

Recent Posts

ଖୁସି ଖବର, ଖୁବ୍ ଶୀଘ୍ର ଲାଗୁ ହୋଇପାରେ ଅଷ୍ଟମ ବେତନ ଆୟୋଗ

କୋଟିଏରୁ ଅଧିକ ସରକାର କର୍ମଚାରୀ ଏବଂ ପେନସନଧାରୀ ନିଜର ୮ମ ବେତନ ଆୟୋଗ ଗଠନକୁ ଚାତକ ଭଳି ଚାହିଁ ରହିଛନ୍ତି…

21 mins ago

କୁଏତ୍‌: ଶ୍ରମିକ ରହୁଥିବା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସମେତ ୪୧ ମୃତ

କୁଏତ୍‌ର ଦକ୍ଷିଣ ସହର ମଙ୍ଗାଫ୍‌ରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ବିଲ୍ଡିଂରେ ନିଆଁ ଲାଗି…

22 mins ago

ରୋଷେଇ ଘରେ ମହଙ୍ଗା ମାଡ଼, ଚାଉଳ ଡାଲି ପରେ ଏବେ ଆକାଶ ଛୁଆଁ ପରିବା ଦର

ଭୁବନେଶ୍ୱର(କେନ୍ୟୁଜ୍‌): ନିର୍ବାଚନ ସରିଲା । ଅସହ୍ୟ ତାତିରେ ଏବେ ପରିବା ଦରରେ ଲାଗିଲା ନିଆଁ । ହୁ ହୁୂ ହୋଇ…

27 mins ago

ସମ୍ପନ୍ନ ହେଲା ସମ୍ବଲପୁରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ, ମନ୍ଦିରରେ ପ୍ରବେଶ କଲେ ଦେବ ଦମ୍ପତି

ସମ୍ପନ୍ନ ହୋଇଯାଇଛି ସମ୍ବଲପୁର ସହରର ସବୁଠାରୁ ବଡ଼ ପର୍ବ ଶୀତଳ ଷଷ୍ଠୀ ଯାତ୍ରା । ଯୁଗଳ ଦର୍ଶନ ଓ ସାଂସ୍କୃତିକ…

32 mins ago

ଲେଟ୍‌ ନାଇଟ୍‌ରେ ଶୋଉଛନ୍ତି କି ? ସାବଧାନ, ହୋଇପାରେ ଏହି ସବୁ ସମସ୍ୟା

ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ଆଜିକାଲି ଅନେକ ଲୋକ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ଜାଗ୍ରତ ରହିବା ଆରମ୍ଭ…

43 mins ago

ଆସିଲା ଫୋନ୍‌ କଲ୍‌ , ଏହି ବିଧାୟକ ମାନେ ହେବେ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍‌…

45 mins ago