ବ୍ୟବସାୟ ଓ ଅର୍ଥନୀତି

ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର, ନଜର ପକାନ୍ତୁ ଆଜି ଲିଟର କେତେ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଆଜି  ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି ।

ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ଥିବାବେଳେ ଡିଜେଲ ଦର ୯୨ ଟଙ୍କା ୭୬ ପଇସା ରହିଛି। ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୨୪ ପଇସା ରହିଛି।

କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍:

ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।

ପ୍ରତିଦିନ ଛଅଟା ବେଳେ ବଦଳିଯାଏ ମୂଲ୍ୟ:

ସୂଚନା ମୁତାବକ, ପ୍ରତ୍ୟେକ ଦିନ ସକାଳ ୬ଟା ରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ | ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ।

KNews Bureau

Recent Posts

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

37 mins ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

47 mins ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

1 hour ago

ନାଗପୁର ହିଟ ଆଣ୍ଡ ରନ ମାମଲା ; ୩ଶହ କୋଟିର ସଂପତ୍ତି ପାଇଁ ବୋହୂ ଦେଇଥିଲା ସୁପାରୀ

କି ଯୁଗ ହେଲା । ସମ୍ପତି ଲୋଭ ମଣିଷକୁ ଅନ୍ଧ କଲା । ଭୁଲିଗଲା ସବୁ ସମ୍ପର୍କ । ଶଶୁର…

1 hour ago

ରାଜ୍ୟରୁ ହଟିଲା 5T ଓ ମୋ ସରକାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରୁ ହଟିଲା 5T ଓ ମୋ ସରକାର । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ ହଟାଇବାବୁ…

2 hours ago

ପୋକ୍ସୋ ମାମଲା: ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଛି । ବେଙ୍ଗାଲୁରୁର ଏକ…

2 hours ago